ରାହୁଲଙ୍କ ଆକାଉଣ୍ଟ ପରେ କଂଗ୍ରେସର ଅଫିସିଆଲ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପରେ ଆଜି କଂଗ୍ରେସ ପାର୍ଟିର ଅଫିସିଆଲ ଟ୍ୱିଟର ଆକଉଣ୍ଟ ହ୍ୟାକ୍‌ କରାଯାଇଛି। ଆକାଉଣ୍ଟ ହ୍ୟାକ୍‌ ପରେ ଅପଶବ୍ଦରେ ମେସେଜ କରି ହ୍ୟାକ୍‌ରମାନେ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଏହା ପୂର୍ବରୁ ଦଳ ତରଫରୁ ଦିଲ୍ଲୀ ପୋଲିସର ସାଇବର ସେଲରେ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ କରାଯାଇଥିବା ନେଇ ଅଭିଯୋଗ କରାଯାଇଥିଲା। ପାର୍ଟିର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ଗତକାଲି ରାତି ପ୍ରାୟ ୮ଟା ୪୦ ମିନିଟ୍‌ରେ ହ୍ୟାକ୍‌ କରାଯାଇଥିଲା। ହ୍ୟାକ୍‌ ହେବାର […]

hack

Rakesh Mallick
  • Published: Thursday, 01 December 2016
  • , Updated: 01 December 2016, 01:35 PM IST

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପରେ ଆଜି କଂଗ୍ରେସ ପାର୍ଟିର ଅଫିସିଆଲ ଟ୍ୱିଟର ଆକଉଣ୍ଟ ହ୍ୟାକ୍‌ କରାଯାଇଛି। ଆକାଉଣ୍ଟ ହ୍ୟାକ୍‌ ପରେ ଅପଶବ୍ଦରେ ମେସେଜ କରି ହ୍ୟାକ୍‌ରମାନେ ଟ୍ୱିଟ୍‌ ମଧ୍ୟ କରିଛନ୍ତି।

ଏହା ପୂର୍ବରୁ ଦଳ ତରଫରୁ ଦିଲ୍ଲୀ ପୋଲିସର ସାଇବର ସେଲରେ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ କରାଯାଇଥିବା ନେଇ ଅଭିଯୋଗ କରାଯାଇଥିଲା। ପାର୍ଟିର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ଗତକାଲି ରାତି ପ୍ରାୟ ୮ଟା ୪୦ ମିନିଟ୍‌ରେ ହ୍ୟାକ୍‌ କରାଯାଇଥିଲା। ହ୍ୟାକ୍‌ ହେବାର ୧୮ ମିନିଟ୍ ପରେ ଦଳର ସଦସ୍ୟମାନେ ସୋସିଆଲ ମିଡିଆ ଜରିଆରେ ହ୍ୟାକ୍ ସଂପର୍କିତ ଖବର ପାଇଥିଲେ।

Related story