ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବି କହିଲେ ରାହୁଲ, ସୋନିଆ କହିଲେ ନା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଆମେଠି ଭଳି ଆସନରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଗୁଆ ପରାଜୟ ସ୍ୱୀକାର ଦେଶର ରାଜନୀତିର ମୋଡ଼ ବଦଳାଇ ଦେଇଛି। କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ରାହୁଲ ଗାନ୍ଧି ନିଜକୁ ଦାୟୀ କରିଛନ୍ତି। ଏଥିପାଇଁ ସେ ନିଜର ଇସ୍ତଫା ପତ୍ର ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ପଠାଇ ଦେଇଛନ୍ତି। ତେବେ ସୋନିଆ ଗାନ୍ଧି ଓ କଂଗ୍ରେସ ନେତୃବୃନ୍ଦ ଏହାକୁ ଗ୍ରହଣ କରିନାହାନ୍ତି। ଦଳର ସଭାପତି ଇସ୍ତଫା ଦେବା […]

tyrd

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 06:31 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଆମେଠି ଭଳି ଆସନରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଗୁଆ ପରାଜୟ ସ୍ୱୀକାର ଦେଶର ରାଜନୀତିର ମୋଡ଼ ବଦଳାଇ ଦେଇଛି। କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ରାହୁଲ ଗାନ୍ଧି ନିଜକୁ ଦାୟୀ କରିଛନ୍ତି। ଏଥିପାଇଁ ସେ ନିଜର ଇସ୍ତଫା ପତ୍ର ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ପଠାଇ ଦେଇଛନ୍ତି।

ତେବେ ସୋନିଆ ଗାନ୍ଧି ଓ କଂଗ୍ରେସ ନେତୃବୃନ୍ଦ ଏହାକୁ ଗ୍ରହଣ କରିନାହାନ୍ତି। ଦଳର ସଭାପତି ଇସ୍ତଫା ଦେବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହାକୁ ସିଡବ୍ଲ୍ୟୁସି ନିକଟରେ ଉପସ୍ଥାପନ କରିବାକୁ ସେମାନେ କହିଛନ୍ତି। ଆସନ୍ତା ଗୋଟିଏ ସପ୍ତାହ ପରେ କଂଗ୍ରେସ ୱାର୍କିଂ କମିଟି ବୈଠକ ବସିବ। ଏଥିରେ ରାହୁଲଙ୍କ ଇସ୍ତଫା ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

Related story