ବିଜେପି ଏବଂ ଆରଏସଏସ ଫେସବୁକ ଓ ହ୍ୱାଟସଆପକୁ ନିୟନ୍ତ୍ରଣ କରୁଛନ୍ତି: ରାହୁଲ୍

ନୂଆଦିଲ୍ଲୀ: ଦେଶରେ ସୋଶାଲ ମିଡିଆରେ ବିଜେପି-କଂଗ୍ରେସ ଓ ସାମ୍ପ୍ରଦାୟକୁ ନେଇ କଳି ପୁରୁଣା। ଉଭୟ ପରସ୍ପର ବିରୋଧରେ କରୁଥିବା ପୋଷ୍ଟ ବ୍ୟକ୍ତିଗତ ସ୍ତରରେ ହେଉଥିବାର ନଜିର ରହିଛି। ଏମିତିକି ଫେସବୁକରେ ହେଉଥିବା ଅନେକ ପୋଷ୍ଟରୁ ହିଂସା ମଧ୍ୟ ଘଟିଛି। ନିକଟରେ ବେଙ୍ଗାଲୁରୁରେ ହୋଇଥିବା ହିଂସା ଫେସବୁକ ପୋଷ୍ଟକୁ ନେଇ ହୋଇଥିବା ମଧ୍ୟ କୁହାଯାଉଛି। ଏହାରି ଭିତରେ ଫେସବୁକ ଉପରେ ଏକ ଖବର ପ୍ରକାଶ କରିଛି ଆମେରିକାର ଅଗ୍ରଣୀ ଗଣମାଧ୍ୟମ ଓ୍ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ୍। ଏହାକୁ ନେଇ କଂଗ୍ରେସ […]

FACEBOOK WJATSAPP

FACEBOOK WJATSAPP

Subhransu Sekhar
  • Published: Sunday, 16 August 2020
  • Updated: 16 August 2020, 05:47 PM IST

ନୂଆଦିଲ୍ଲୀ: ଦେଶରେ ସୋଶାଲ ମିଡିଆରେ ବିଜେପି-କଂଗ୍ରେସ ଓ ସାମ୍ପ୍ରଦାୟକୁ ନେଇ କଳି ପୁରୁଣା। ଉଭୟ ପରସ୍ପର ବିରୋଧରେ କରୁଥିବା ପୋଷ୍ଟ ବ୍ୟକ୍ତିଗତ ସ୍ତରରେ ହେଉଥିବାର ନଜିର ରହିଛି। ଏମିତିକି ଫେସବୁକରେ ହେଉଥିବା ଅନେକ ପୋଷ୍ଟରୁ ହିଂସା ମଧ୍ୟ ଘଟିଛି। ନିକଟରେ ବେଙ୍ଗାଲୁରୁରେ ହୋଇଥିବା ହିଂସା ଫେସବୁକ ପୋଷ୍ଟକୁ ନେଇ ହୋଇଥିବା ମଧ୍ୟ କୁହାଯାଉଛି। ଏହାରି ଭିତରେ ଫେସବୁକ ଉପରେ ଏକ ଖବର ପ୍ରକାଶ କରିଛି ଆମେରିକାର ଅଗ୍ରଣୀ ଗଣମାଧ୍ୟମ ଓ୍ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ୍। ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ଏବଂ ବିଜେପିର ବୈଚାରିକ ଆଦର୍ଶ ଆରଏସଏସକୁ କଡ଼ା ସମାଲୋଚନା କରିଛନ୍ତି।

ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଏହାର ରିପୋର୍ଟରେ ଦାବି କରିଛି ଯେ ଫେସବୁକ 'ହେଟ୍ ସ୍ପିଚ' ପୋଷ୍ଟ ପାଇଁ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ନିରପେକ୍ଷ ନୀତି ଅବଲମ୍ୱନ କରି ନାହିଁ। ଏହାକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି, ଦେଶରେ ଫେସବୁକ ଏବଂ ହ୍ୱାଟସଆପକୁ ଶାସକ ଦଳ ବିଜେପି ଏବଂ ଆରଏସଏସ ନିୟନ୍ତ୍ରଣ କରୁଛନ୍ତି।

ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି ଯେ, “ବିଜେପି ଏବଂ ଆରଏସଏସ ମିଛ ଖବର ପ୍ରଚାର କରନ୍ତି। ଏହା ମାଧ୍ୟମରେ ଘୃଣା ସୃଷ୍ଟି କରାନ୍ତି। ଏମିତିକି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଫେସବୁକକୁ ବ୍ୟବହାର କରନ୍ତି। ଆମେରିକା ଗଣମାଧ୍ୟମ ଫେସବୁକର ଏଭଳି ନୀତି ବାବଦରେ ସତ୍ୟତା ପ୍ରକାଶ କରିଛି”।

ଆମେରିକାର ଏହି ଖବରକାଗଜ ଦାବି କରିଛି ଯେ, ଫେସବୁକ ଇଣ୍ଡିଆର ନିର୍ଦ୍ଦେଶକ ଅନଖୀ ଦାସ କର୍ମଚାରୀଙ୍କୁ କହିଛନ୍ତି ଯେ ବିଜେପି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କମ୍ପାନୀର ବ୍ୟବସାୟ ଉପରେ ପ୍ରଭାବ ପକାଇବ। ଫେସବୁକ୍ ପାଇଁ ଭାରତ ହେଉଛି ସବୁଠାରୁ ବଡ ବଜାର।

ତେବେ ଭାରତରେ ଜାରି ରହିଥିବା ରାଜନୀତିକ ବିବାଦକୁ ନେଇ ଫେସବୁକ ଇଣ୍ଡିଆର ନିର୍ଦ୍ଦେଶକ ଅନଖୀ ଦାସ ଚିନ୍ତାବ୍ୟକ୍ତ କରିଥିଲେ ବୋଲି ଫେସବୁକର ମୁଖପାତ୍ର ଆଣ୍ଟି ଷ୍ଟୋରନ୍ କହିଛନ୍ତି। ନିକଟରେ ଟି ରାଜା ସିଂହ ନାମକ ବ୍ୟକ୍ତି ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ଅଳ୍ପ ସଂଖ୍ୟକଙ୍କ ବିରୋଧରେ ହିଂସା ହୋଇଥିବା ନେଇ କହିଥିଲେ। ତେବେ ଏହାକୁ କିଛି ସମୟ ପରେ ଫେସବୁକ ରାଜାଙ୍କ ରିପୋର୍ଟକୁ ଡିଲିଟ୍ କରି ଦେଇଥିଲେ। କାରଣ ଫେସବୁକର କର୍ମଚାରୀ ହିଂସା ସୃଷ୍ଟି କରୁଥିବା ଦର୍ଶାଇ ଏହି ବ୍ୟକ୍ତିଙ୍କୁ ବ୍ୟାନ କରିଦେଇଥିଲେ। ଏମିତିକି ଯେଉଁଭଳି ଆଉ କୌଣସି ଫେସବୁକ ଆକାଉଣ୍ଟ ଖୋଲି ନପାରିବେ ସେଭଳି ପଦକ୍ଷେପ କରିଥିଲା ଫେସବୁକ ବୋଲି ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos