ରାହୁଲଙ୍କ ‘ମନ୍ କୀ ବାତ୍’, କର୍ମୀଙ୍କୁ କହିଲେ କାହିଁକି ସେ ଇସ୍ତଫା ଜିଦରେ ଅଟଳ

ନୂଆଦିଲ୍ଲୀ: ସାଧରଣ ନିର୍ବାଚନରେ ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଦଳର ବିଭିନ୍ନ ଫୋରମ, ବରିଷ୍ଠ ନେତା ଏବଂ ଶୁଭେଚ୍ଛୁ ରାହୁଲଙ୍କୁ ନିଷ୍ପତ୍ତି ବଦଳାଇବା ପାଇଁ ପରାମର୍ଶ ଦେଇଛନ୍ତି କିନ୍ତୁ ରାହୁଲ ନିଜ ଜିଦରେ ଅଟଳ ରହିଛନ୍ତି। ତେବେ କାହିଁକି ସେ ଇସ୍ତଫା ପାଇଁ ଜିଦ୍ ଧରିଛନ୍ତି, ତାହା ମନଖୋଲି ଦଳୀୟ କର୍ମୀଙ୍କୁ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ। ସୂଚନାଯୋଗ୍ୟ ଯେ ରାହୁଲ ଗାନ୍ଧି ଇସ୍ତଫା ନିଷ୍ପତ୍ତି ବଦଳାଇବେ ନାହିଁ […]

SONIA RAHUL 2

Subhransu Sekhar
  • Published: Thursday, 27 June 2019
  • , Updated: 27 June 2019, 09:36 PM IST
ନୂଆଦିଲ୍ଲୀ: ସାଧରଣ ନିର୍ବାଚନରେ ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଦଳର ବିଭିନ୍ନ ଫୋରମ, ବରିଷ୍ଠ ନେତା ଏବଂ ଶୁଭେଚ୍ଛୁ ରାହୁଲଙ୍କୁ ନିଷ୍ପତ୍ତି ବଦଳାଇବା ପାଇଁ ପରାମର୍ଶ ଦେଇଛନ୍ତି କିନ୍ତୁ ରାହୁଲ ନିଜ ଜିଦରେ ଅଟଳ ରହିଛନ୍ତି। ତେବେ କାହିଁକି ସେ ଇସ୍ତଫା ପାଇଁ ଜିଦ୍ ଧରିଛନ୍ତି, ତାହା ମନଖୋଲି ଦଳୀୟ କର୍ମୀଙ୍କୁ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ।

ସୂଚନାଯୋଗ୍ୟ ଯେ ରାହୁଲ ଗାନ୍ଧି ଇସ୍ତଫା ନିଷ୍ପତ୍ତି ବଦଳାଇବେ ନାହିଁ ବୋଲି କହିବା ପରେ ଗତକାଲି (ବୁଧବାର) ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରାହୁଲଙ୍କ ଘର ଆଗରେ ନାରା ଦେଇଥିଲେ। କର୍ମୀଙ୍କ ଦାବି ଥିଲା ରାହୁଲ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ। ଏହାପରେ ରାହୁଲ ସମସ୍ତ କର୍ମୀଙ୍କୁ ନିଜ ଘରକୁ ଡକାଇ ନିଜ ମନର କଥା କହିଥିଲେ। ଦଳୀୟ କର୍ମୀ କହିଥିଲେ ଏହା ଆମର ସାମୂହିକ ଦାବି, ଆପଣ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ।

ରାହୁଲ କହିଥିଲେ, ନିର୍ବାଚନରେ ପରାଜୟ ପାଇଁ ଏଯାଏ ତାଙ୍କ ଦଳର କୌଣସି ମୁଖ୍ୟମନ୍ତ୍ରୀ, ମହାସଚିବ ଏବଂ ପ୍ରଦେଶ ଅଧ୍ୟକ୍ଷ ଇସ୍ତଫା ଦେବେ ବୋଲି କହି ନାହାନ୍ତି। ତେଣୁ ସେ ପରାଜୟ ପାଇଁ ସେ ହିଁ ଦାୟୀ ବୋଲି ଭାବି ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି।

ଏହାପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି ପରାଜୟ ପାଇଁ ମୁଁ ଦାୟୀ। ମୁଁ ଅନ୍ୟ ନେତାଙ୍କ ବାବଦରେ କହି ପାରିବି ନାହିଁ, କିନ୍ତୁ ସେ ମଧ୍ୟ ପରାଜୟ ପାଇଁ ଦାୟୀ ବୋଲି କମଲନାଥ କହିଛନ୍ତି।

Related story