ରାହୁଲଙ୍କୁ ତେର୍ଚ୍ଛା ବାଣ ମାରିଲେ କେଜ୍ରିୱାଲ

ନୂଆଦିଲ୍ଲୀ: କଂଗ୍ରେସ ସହ ମେଣ୍ଟ କରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଏବେ ରାଗରେ ରକ୍ତ ଚାଉଳ ଚୋବାଇବା ଆରମ୍ଭ କରିଛି। ଆଜି ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଢାଲ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“କଂଗ୍ରେସ ଉତ୍ତର ପ୍ରଦେଶରେ ସପା-ବିଏସ୍‌ପି ମେଣ୍ଟକୁ କ୍ଷତି ପହଞ୍ଚାଉଛି। ସେହିପରି କେରଳରେ ବାମପନ୍ଥୀ, ପଶ୍ଚିମଙ୍ଗରେ ତୃଣମୂଳ କଂଗ୍ରେସ ଓ […]

d

Hemant Lenka
  • Published: Friday, 10 May 2019
  • , Updated: 10 May 2019, 03:50 PM IST

ନୂଆଦିଲ୍ଲୀ: କଂଗ୍ରେସ ସହ ମେଣ୍ଟ କରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଏବେ ରାଗରେ ରକ୍ତ ଚାଉଳ ଚୋବାଇବା ଆରମ୍ଭ କରିଛି। ଆଜି ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଢାଲ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି,“କଂଗ୍ରେସ ଉତ୍ତର ପ୍ରଦେଶରେ ସପା-ବିଏସ୍‌ପି ମେଣ୍ଟକୁ କ୍ଷତି ପହଞ୍ଚାଉଛି। ସେହିପରି କେରଳରେ ବାମପନ୍ଥୀ, ପଶ୍ଚିମଙ୍ଗରେ ତୃଣମୂଳ କଂଗ୍ରେସ ଓ ଜାତୀୟ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ଆପ୍‌କୁ ଅଡ଼ୁଆରେ ପକାଉଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଏଭଳି ଆଚରଣ ଯୋଗୁ ବିଜେପି ଫାଇଦା ପାଉଛି। ନରେନ୍ଦ୍ର ମୋଦି ଯଦି ପୁଣିଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ଏଥିପାଇଁ କେବଳ ରାହୁଲ ଗାନ୍ଧି ଦାୟୀ ରହିବେ। କଂଗ୍ରେସ କେବେ ହେଲେ ବିଜେପି ବିରୋଧରେ ଲଢ଼ୁନାହିଁ।

ବରଂ କଂଗ୍ରେସ ବିରୋଧୀ ଦଳଗୁଡ଼ିକ ବିରୋଧରେ ଲଢ଼େଇ କରୁଛି। ନକଲି ରାଷ୍ଟ୍ରବାଦ ନାଁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଠକି ଚାଲିଛନ୍ତି। ଏହି ୫ ବର୍ଷ ମଧ୍ୟରେ ମୋଦି ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ମୋଦି ଯେଉଁ ରାଷ୍ଟ୍ରବାଦ କଥା କହୁଛନ୍ତି, ତାହା ଦେଶ ପାଇଁ ବିପଦ। ଆମର ଗୋଟିଏ ଲକ୍ଷ୍ୟ ହେଲା ମୋଦି-ଶାହ ଯୋଡ଼ିଙ୍କୁ କ୍ଷମତାରୁ ହଟାଇବା। ଏଥିପାଇଁ ଆମ ସମସ୍ତଙ୍କୁ ସମର୍ଥନ କରିବାକୁ ରାଜି ଅଛୁ। ହେଲେ ବିଜେପି କ୍ଷମତାରୁ ହଟିବା ଦରକାର।”

Related story