ବଢ଼ିବ ଟ୍ରେନ୍‌ରେ ଖାଇବା ମୂଲ୍ୟ, ଜାଣନ୍ତୁ କେଉଁଥିରେ କେତେ

ନୂଆଦିଲ୍ଲୀ: ରାଜଧାନୀ, ଶତାବ୍ଦୀ ଏବଂ ଦୂରୋନ୍ତୋ ଟ୍ରେନ୍‌ରେ ଅନ୍‌ ବୋର୍ଡରେ ଉପଲବ୍ଧ ଖାଇବା ଦର ବଢ଼ାଇବାକୁ ରେଲୱେ ବୋର୍ଡ ନିଷ୍ପତ୍ତି ନେଇଛି। ଏହାଫଳରେ ଏସବୁର ଭଡ଼ାରେ ମଧ୍ୟ ବୃଦ୍ଧି କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଫାର୍ଷ୍ଟ କ୍ଲାସ୍‌ ଏସି ଏବଂ ଏକ୍ଜିକ୍ୟୁଟିଭ୍‌ କ୍ଲାସ୍‌ରେ ଚା’ ୩୫ ଟଙ୍କା ପଡ଼ିବ ଯାହାକି ପୂର୍ବରୁ ୨୯ ଟଙ୍କା ଥିଲା। ସେହିଭଳି ଜଳଖିଆ ୧୩୩ ବଦଳରେ ୧୪୦ ଟଙ୍କାରେ ଏବଂ ମଧ୍ୟାହ୍ଣ ଭୋଜନ ଓ ରାତ୍ର ଭୋଜନ ୨୩୦ ଟଙ୍କା ବଦଳରେ […]

train

Subrat Kumar Nayak
  • Published: Friday, 15 November 2019
  • , Updated: 15 November 2019, 08:32 PM IST

ନୂଆଦିଲ୍ଲୀ: ରାଜଧାନୀ, ଶତାବ୍ଦୀ ଏବଂ ଦୂରୋନ୍ତୋ ଟ୍ରେନ୍‌ରେ ଅନ୍‌ ବୋର୍ଡରେ ଉପଲବ୍ଧ ଖାଇବା ଦର ବଢ଼ାଇବାକୁ ରେଲୱେ ବୋର୍ଡ ନିଷ୍ପତ୍ତି ନେଇଛି। ଏହାଫଳରେ ଏସବୁର ଭଡ଼ାରେ ମଧ୍ୟ ବୃଦ୍ଧି କରାଯିବ।

ମିଳିଥିବା ସୂଚନା ଅନୁଯାୟୀ, ଫାର୍ଷ୍ଟ କ୍ଲାସ୍‌ ଏସି ଏବଂ ଏକ୍ଜିକ୍ୟୁଟିଭ୍‌ କ୍ଲାସ୍‌ରେ ଚା’ ୩୫ ଟଙ୍କା ପଡ଼ିବ ଯାହାକି ପୂର୍ବରୁ ୨୯ ଟଙ୍କା ଥିଲା। ସେହିଭଳି ଜଳଖିଆ ୧୩୩ ବଦଳରେ ୧୪୦ ଟଙ୍କାରେ ଏବଂ ମଧ୍ୟାହ୍ଣ ଭୋଜନ ଓ ରାତ୍ର ଭୋଜନ ୨୩୦ ଟଙ୍କା ବଦଳରେ ୨୪୫ ଟଙ୍କାରେ ଉପଲବ୍ଧ ହେବ।

ଦ୍ୱିତୀୟ ଶ୍ରେଣୀ ଏସି, ପ୍ରଥମ ଶ୍ରେଣୀ ଏସି ଏବଂ ଚେୟାର କାର୍‌ରେ ଚା’ ୨୦ ଟଙ୍କାରେ ମିଳିବ, ଯାହାକି ପୂର୍ବରୁ ୧୫ ଟଙ୍କା ଥିଲା। ସେହିଭଳି ଜଳଖିଆ ୯୭ ଟଙ୍କା ବଦଳରେ ୧୦୫ ଟଙ୍କାରେ ଏବଂ ମଧ୍ୟାହ୍ଣ ଭୋଜନ ଓ ରାତ୍ର ଭୋଜନ ୧୭୫ ବଦଳରେ ୧୮୫ ଟଙ୍କାରେ ଉପଲବ୍ଧ ହେବ।

ଏହି ଅବସରରେ ଆହୁରି ମଧ୍ୟ କୁହାଯାଇଛି, ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ ଖାଦ୍ୟ ଉପଲବ୍ଧ କରାଯିବ। ଖାଦ୍ୟର ଉଭୟ ମାନ ଏବଂ ପରିମାଣକୁ ଗୁରୁତ୍ୱ ଦେବା ପାଇଁ ମେନ୍ୟୁରେ ଏଭଳି ପରିବର୍ତ୍ତନ ଅଣାଯିବ ଏବଂ ଆରସିଟିସି ଏହାର ଉତ୍ତରଦାୟିତ୍ୱ ନେବ ବୋଲି କୁହାଯାଇଛି।

Related story