କଥା ଦେଲେ ପ୍ରଭୁ: ଷ୍ଟେସନରେ ନବଯାତ ଶିଶୁକୁ କ୍ଷୀର ପାନ ପାଇଁ ମା’ ହେବନି ହଟହଟା

ନୂଆଦିଲ୍ଲୀ:ପ୍ରସୂତି ମହିଳାଙ୍କ ପାଇଁ ଖୁସି ଖବର। ଏହି ନବଜନନିମାନଙ୍କୁ ରେଲୱେ ଷ୍ଟେଶନରେ ଆଉ ହଟହଟା ହେବାକୁ ପଡ଼ିବନି। ସେମାନଙ୍କ ନବଯାତ ଶିଶୁମାନଙ୍କୁ ଯତ୍ନ ପାଇଁ ଷ୍ଟେଶନରେ ସ୍ୱତନ୍ତ୍ର ରୁମ୍‌ ବ୍ୟବସ୍ଥା ହେବ। ଯେଉଁଠି ଶିଶୁମାନଙ୍କୁ ସେମାନେ କ୍ଷୀରପାନ ଠାରୁ ଆରମ୍ଭ କରି ଖାଦ୍ୟ ଦେଇପାରିବେ। ଏଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି ରହିବ। ଦେଶବ୍ୟାପୀ ୧୦୦ଟି ଷ୍ଟେଶନରେ ଏହି ସ୍ୱତନ୍ତ୍ର ରୁମ୍‌ ହେବ। ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଅବଗତ କରାଯିବା ପରେ ରେଲୱେ […]

bfmom-1

Rakesh Mallick
  • Published: Saturday, 08 July 2017
  • , Updated: 08 July 2017, 09:24 AM IST

ନୂଆଦିଲ୍ଲୀ:ପ୍ରସୂତି ମହିଳାଙ୍କ ପାଇଁ ଖୁସି ଖବର। ଏହି ନବଜନନିମାନଙ୍କୁ ରେଲୱେ ଷ୍ଟେଶନରେ ଆଉ ହଟହଟା ହେବାକୁ ପଡ଼ିବନି। ସେମାନଙ୍କ ନବଯାତ ଶିଶୁମାନଙ୍କୁ ଯତ୍ନ ପାଇଁ ଷ୍ଟେଶନରେ ସ୍ୱତନ୍ତ୍ର ରୁମ୍‌ ବ୍ୟବସ୍ଥା ହେବ। ଯେଉଁଠି ଶିଶୁମାନଙ୍କୁ ସେମାନେ କ୍ଷୀରପାନ ଠାରୁ ଆରମ୍ଭ କରି ଖାଦ୍ୟ ଦେଇପାରିବେ। ଏଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି ରହିବ। ଦେଶବ୍ୟାପୀ ୧୦୦ଟି ଷ୍ଟେଶନରେ ଏହି ସ୍ୱତନ୍ତ୍ର ରୁମ୍‌ ହେବ।

ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଅବଗତ କରାଯିବା ପରେ ରେଲୱେ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଏ ସମ୍ପର୍କରେ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ମେନେକା ଗାନ୍ଧୀ ଏ ସମ୍ପର୍କରେ ରେଲୱେ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଥିଲେ। ଷ୍ଟେସନରେ ପ୍ରସୂତି ମହିଳାମାନେ ନିଜ ପିଲାଙ୍କୁ କ୍ଷୀର ପାନ କରାଇବାରେ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ସର୍ବସମ୍ମୁଖରେ ସେମାନେ ନିଜକୁ ଅସ୍ୱାଭାବିକ ମନେ କରୁଛନ୍ତି ବୋଲି ଚିଠିରେ ଲେଖିଥିଲେ। ମେନେକାଙ୍କ ଏହି ଚିଠି ପରେ ରେଲୱେ ମନ୍ତ୍ରଣାଳୟ ପକ୍ଷରୁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି।

Related story