ରେଳବାଇ ଶ୍ରମିକଙ୍କୁ ଟିକେଟ ବିକୁନି, କେବଳ ରାଜ୍ୟଠାରୁ ୧୫% ଅର୍ଥ ନେଉଛି

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ଠାରୁ ଟ୍ରେନ ଭଡ଼ା ଆଦାୟକୁ ନେଇ କଂଗ୍ରେସର ଜୋରଦାର ବିରୋଧ ପରେ ରେଳବାଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ରେଳବାଇ ଟ୍ରେନ ଭଡ଼ା ଆଦାୟ କରୁଥିବାରୁ କଂଗ୍ରେସ ଏହାକୁ ପ୍ରଦାନ କରିବ ବୋଲି ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଘୋଷଣା କରିଥିଲେ। ଏହାପରେ ରେଳବାଇ ପକ୍ଷରୁ କୁହାଯାଇଛି ଯେ “ଆମେ ପ୍ରବାସୀ ଶ୍ରମିକଙ୍କ ଠାରୁ କୌଣସି ପ୍ରକାରର ଭଡ଼ା ଆଦାୟ କରୁନାହୁଁ। ଆମେ କେବଳ ମୋଟ ଭଡ଼ାର ୧୫% ରାଜ୍ୟ ସରକାରମାନଙ୍କ ଠାରୁ […]

ddg

Hemant Lenka
  • Published: Monday, 04 May 2020
  • , Updated: 04 May 2020, 01:03 PM IST

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ଠାରୁ ଟ୍ରେନ ଭଡ଼ା ଆଦାୟକୁ ନେଇ କଂଗ୍ରେସର ଜୋରଦାର ବିରୋଧ ପରେ ରେଳବାଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ରେଳବାଇ ଟ୍ରେନ ଭଡ଼ା ଆଦାୟ କରୁଥିବାରୁ କଂଗ୍ରେସ ଏହାକୁ ପ୍ରଦାନ କରିବ ବୋଲି ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଘୋଷଣା କରିଥିଲେ।

ଏହାପରେ ରେଳବାଇ ପକ୍ଷରୁ କୁହାଯାଇଛି ଯେ “ଆମେ ପ୍ରବାସୀ ଶ୍ରମିକଙ୍କ ଠାରୁ କୌଣସି ପ୍ରକାରର ଭଡ଼ା ଆଦାୟ କରୁନାହୁଁ। ଆମେ କେବଳ ମୋଟ ଭଡ଼ାର ୧୫% ରାଜ୍ୟ ସରକାରମାନଙ୍କ ଠାରୁ ଆଦାୟ କରୁଛୁ। ଭାରତୀୟ ରେଳବାଇ ଶ୍ରମିକ ସ୍ପେଶାଲ ଟ୍ରେନ ପ୍ରବାସୀଙ୍କ ପାଇଁ ଚଳାଚଳ କରୁଛି।

ସମାଜିକ ଦୂରତା ପାଇଁ ଗୋଟିଏ ଛଡ଼ା ଗୋଟି ବର୍ଥକୁ ଖାଲି ରଖାଯାଉଛି। ସେହିପରି ଶ୍ରମିକଙ୍କୁ ନିଜ ନିଜ ସ୍ଥାନରେ ପହଞ୍ଚାଇବା ପରେ ଏହା ଲକ ହୋଇ ପୁଣିଥରେ ଫେରୁଛି। ଏଥିରେ କେହି ବି ଆସୁନାହାନ୍ତି।

ରେଳବାଇ ପକ୍ଷରୁ ପ୍ରବସୀମାନଙ୍କୁ ମାଗଣା ଖାଦ୍ୟ ପ୍ୟାକେଟ ଓ ପାଣି ବୋତଲ ଦିଆଯାଉଛି। ଏଥିପାଇଁ କେଳ ରେଳବାଇ ରାଜ୍ୟମାନଙ୍କ ଠାରୁ ୧୫% ଅର୍ଥ ନେବ। ରେଳବାଇ କୌଣସି ଟିକେଟ ପ୍ରବାସୀଙ୍କୁ ବିକ୍ରି କରୁନାହିଁ। କେବଳ ପ୍ରବସୀମାନଙ୍କୁ ଟ୍ରେନରେ ବସାଇବା କାମ କରୁଛି। ରାଜ୍ୟ ଦେଇଥିବା ତାଲିକା ଅନୁସାରେ ଏମିତି କାମ କରାଯାଉଛି।”

Related story