ଆରମ୍ଭ ହେବ ରେଳସେବା, ତାରିଖ ଘୋଷଣା

ନୂଆଦିଲ୍ଲୀ: ୫୧ ଦିନ ପରେ ଦେଶରେ ରେଳସେବା ଆରମ୍ଭ ହେବ। ମେ’ ୧୨ରେ ଟ୍ରେନ୍ ସେବା ଆରମ୍ଭ ହେବ। ଏ ନେଇ ରେଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ମେ ୧୨ରୁ କେବଳ ପାସେଞ୍ଜର ଟ୍ରେନ୍ ଯାତ୍ରା ଆରମ୍ଭ ହେବ ବୋଲି ସୂଚନା ରହିଛି। ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡ଼ା ଟ୍ରେନ୍‌ ଚାଲିବ। ସୋମବାର ଅପରାହ୍ନ ୪ଟାରୁ ରିଜରଭେସନ ସୁବିଧା ମିଳିବ। ରିଜରଭେସନ ସୁବିଧା କେବଳ ଆଇଆରସିଟି ୱେବ୍‌ସାଇଟ୍‌ରେ ଉପଲବ୍‌ଧ ହେବ। ଟିକେଟ୍‌ କାଉଣ୍ଟରରେ ଟିକେଟ୍‌ ମିଳିବନି ବୋଲି […]

train

train

Subhransu Sekhar
  • Published: Sunday, 10 May 2020
  • Updated: 10 May 2020, 10:27 PM IST

Sports

Latest News

ନୂଆଦିଲ୍ଲୀ: ୫୧ ଦିନ ପରେ ଦେଶରେ ରେଳସେବା ଆରମ୍ଭ ହେବ। ମେ’ ୧୨ରେ ଟ୍ରେନ୍ ସେବା ଆରମ୍ଭ ହେବ। ଏ ନେଇ ରେଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ମେ ୧୨ରୁ କେବଳ ପାସେଞ୍ଜର ଟ୍ରେନ୍ ଯାତ୍ରା ଆରମ୍ଭ ହେବ ବୋଲି ସୂଚନା ରହିଛି। ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡ଼ା ଟ୍ରେନ୍‌ ଚାଲିବ। ସୋମବାର ଅପରାହ୍ନ ୪ଟାରୁ ରିଜରଭେସନ ସୁବିଧା ମିଳିବ। ରିଜରଭେସନ ସୁବିଧା କେବଳ ଆଇଆରସିଟି ୱେବ୍‌ସାଇଟ୍‌ରେ ଉପଲବ୍‌ଧ ହେବ। ଟିକେଟ୍‌ କାଉଣ୍ଟରରେ ଟିକେଟ୍‌ ମିଳିବନି ବୋଲି ରେଳ ବିଭାଗ କହିଛି।

https://twitter.com/ANI/status/1259500345190871041

ନୂଆଦିଲ୍ଲୀ ଷ୍ଟେସନରୁ ଦିବ୍ରୁଗଡ, ଅଗରତାଲା, ହାଓ୍ୱାଡ଼ା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଅନନ୍ତପୁରମ୍, ମାଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଏବଂ ଜମ୍ମୁ ତାୱିକୁ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ବୋଲି ସୂଚନା ରହିଛି। ମେ’ ୧୨ରୁ ପ୍ରାଥମିକ ଭାବରେ ୧୫ ଯୋଡ଼ା ୩୦ଟି ଟ୍ରେନ୍ ଅପ୍ ଆଣ୍ଡ ଡାଉନ୍ କରିବ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକଡାଉନ୍ ରହିଛି।  ତେବେ ରେଳ କର୍ମଚାରୀ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ସମସ୍ତଙ୍କର ଥର୍ମାଲ୍ ସ୍କ୍ରନିଂ କରିପାରନ୍ତି। ହେଲେ ଏ ନେଇ ରେଳ ମନ୍ତ୍ରଣାଳୟ ତରଫରୁ କୌଣସି ସୂଚନା ମିଳିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୪ ରାତିରେ ଲକଡାଉନ ଘୋଷଣା କରିବା ପରେ ଦେଶର ୧୩,୫୨୩ଟି ଟ୍ରେନ୍ ଏବେ ନିଜ ନିଜ ଷ୍ଟେସନରେ ରହିଛନ୍ତି। ହେଲେ ମାଲ ପରିବହନ କରୁଥିବା ଟ୍ରେନ ଚଳାଚଳ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story