କୋଭାକ୍ସିନ ଟିକାକୁ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ, ଜବାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କବଚ କୋଭିଶିଲ୍ଡ ଏବଂ କୋଭାକ୍ସିନକୁ ଅନୁମତି ମିଳିଛି। ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଟିକାକୁ ବିଜେପି ଟିକା ବୋଲି କହିବାକୁ ପଛାଇ ନାହାନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ସେ ଏହି ଟିକା ଲଗାଇବେ ନାହିଁ ବୋଲି କହିଛନ୍ତି। ସେହିପରି କଂଗ୍ରେସ ନେତା ଜୟରାମ ରମେଶ ଏବଂ ଶଶି ଥରୁର ମଧ୍ୟ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ୱାରା ପ୍ରସ୍ତୁତ ଟିକା କୋଭାକ୍ସିନ […]

COVAXIN

COVAXIN

Subhransu Sekhar
  • Published: Sunday, 03 January 2021
  • Updated: 03 January 2021, 09:29 PM IST

Sports

Latest News

ନୂଆଦିଲ୍ଲୀ: କରୋନା କବଚ କୋଭିଶିଲ୍ଡ ଏବଂ କୋଭାକ୍ସିନକୁ ଅନୁମତି ମିଳିଛି। ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଟିକାକୁ ବିଜେପି ଟିକା ବୋଲି କହିବାକୁ ପଛାଇ ନାହାନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ସେ ଏହି ଟିକା ଲଗାଇବେ ନାହିଁ ବୋଲି କହିଛନ୍ତି। ସେହିପରି କଂଗ୍ରେସ ନେତା ଜୟରାମ ରମେଶ ଏବଂ ଶଶି ଥରୁର ମଧ୍ୟ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ୱାରା ପ୍ରସ୍ତୁତ ଟିକା କୋଭାକ୍ସିନ ଅନୁମୋଦନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯାହାର ଜବାବ ଦେଇଛନ୍ତି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ।

https://twitter.com/HardeepSPuri/status/1345656749051629568?s=20

କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ସେ ପ୍ରଥମେ ଆମର ସେନାର ବୀରତ୍ୱ ଉପରେ ପ୍ରଶ୍ନ କରିଥିଲେ ଏବେ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ଟିକା ଉପରେ ସନ୍ଦେହ କରାଯାଉଛି। ଯାହାକୁ ଡିସିଜିଆଇ ଅନୁମୋଦନ ଦେଇଛି। ବିରୋଧୀ ଯେକୌଣସି ପ୍ରସଙ୍ଗକୁ ନେଇ ରାଜନୀତି କରିବାକୁ ପଛାଉ ନାହାନ୍ତି ବୋଲି ସେ କହିଛନ୍ତି।

କଂଗ୍ରେସ ନେତା ଶଶି ଥରୁର ଟୁଇଟ୍ କରି କହିଛନ୍ତି, କୋଭକ୍ସାଇନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଏପର୍ଯ୍ୟନ୍ତ ହୋଇନାହିଁ। ହେଲେ ଏହା ପୂର୍ବରୁ ଅନୁମୋଦନ ଦିଆଯାଇଛି। ଏହା ବିପଦଜନକ ହୋଇପାରେ। ଏ ବାବଦରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସ୍ପଷ୍ଟ କରିବା ଦରକାର।

https://twitter.com/ShashiTharoor/status/1345611349066358786?s=20

ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ସମାନ ପ୍ରଶ୍ନ ଉଠାଇଛନ୍ତି। ଭାରତ ବାୟୋଟେକ ହେଉଛି ପ୍ରଥମ ଶ୍ରେଣୀର ଉଦ୍ୟୋଗ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ବିନା ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ଏହାକୁ ଅନୁମୋଦନ ଦିଆଯାଇଛି। ଅନ୍ତର୍ଜାତୀୟ ପ୍ରୋଟୋକଲକୁ ଅନୁଧ୍ୟାନ କରି ଟିକା ପ୍ରସ୍ତୁତ କରାଯାଉଥିବା ବେଳେ କୋଭାକ୍ସିନ କ୍ଷେତ୍ରରେ ଏହାର ଓଲଟା ଦେଖିବାକୁ ମିଳିଛି। କାହିଁକି ତରବରିଆ ଭାବରେ ଅନୁମତି ଦିଆଗଲା ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସ୍ପଷ୍ଟ କରିବା ଦରକାର ବୋଲି ସେ କହିଛନ୍ତି।

https://twitter.com/Jairam_Ramesh/status/1345577754343976960?s=20

ଏବେ ହର୍ଷବର୍ଦ୍ଧନ ଜୟରାମ ରମେଶ, ଶଶୀ ଥରୁର ଏବଂ ଅଖିଳେଶଙ୍କୁ ଟାଗ କରି ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି "ଏଭଳି ଗମ୍ଭୀର ପ୍ରସଙ୍ଗକୁ ନେଇ ରାଜନୀତିକରଣ କରିବା ଠିକ୍ ନୁହେଁ। ଏହା ଅଶୋଭନୀୟ। ଏଭଳି ସନ୍ଦେହ ପ୍ରକାଶ କରି ଟିକା ନିର୍ମାତାଙ୍କୁ ବଦନାମ କରିବା ଛଡ଼ା ଆଉ କିଛି ନୁହେଁ। ସମସ୍ତ ପ୍ରୋଟୋକଲକୁ ଅନୁଧ୍ୟାନ କରି ଅନୁମତି ଦିଆଯାଇଛି। ସନ୍ଦେହ କରି ଲୋକଙ୍କ ବିଶ୍ୱସନୀୟତା ହରାଉଛନ୍ତି"।

https://twitter.com/drharshvardhan/status/1345720634014269440?s=20

ସୂଚନାଯୋଗ୍ୟ, କୋଭିଶିଲ୍ଡ ଏହଂ କୋଭାକ୍ସିନ ଟିକାକୁ ବିଶେଷଜ୍ଞ କମିଟି ଅନୁଧ୍ୟାନ କରିବା ପରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆକୁ ସୁପାରିଶ କରାଯାଇଥିଲା। ଏହାପରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଅନୁମୋଦନ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos