ରାଷ୍ଟ୍ରୀୟ ସମ୍ମାନ ସହ ଲାନ୍ସ ନାୟକ ହନୁମନ୍ଥପାଙ୍କ ଶେଷକୃତ୍ୟ ସଂପନ୍ନ

ନୂଆଦିଲ୍ଲୀ: ସିଆଚୀନ୍ ଗ୍ଲାସିୟରର ୩୫ ଫୁଟ୍ ଉଚ୍ଚ ବରଫ ଗଦା ତଳେ ୬ ଦିନ ଦବି ରହି ଉଦ୍ଧାର ହେବା ପରେ ପ୍ରାଣ ହରାଇଥିବା ଲାନ୍ସ ନାୟକ ହନୁମନ୍ଥପା କୋପାଡ୍‌ଙ୍କ ଶେଷକୃତ୍ୟ ଶୁକ୍ରବାର ତାଙ୍କ ପୈତୃକ ଗାଁ କର୍ଣ୍ଣାଟକର ଧରୱାଦ ଜିଲ୍ଲାର ବେତାଦୂରରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସଂପନ୍ନ ହୋଇଛି। ଏଥିରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ତାଙ୍କ ଗାଁ ସହିତ ଆଖପାଖ ଗାଁର ଲୋକେ ଏଥିରେ ସାମିଲ ହୋଇଥିଲେ। ‘ହନୁମନ୍ଥପା ଅମର ରହେ’ ଧ୍ୱନିରେ […]

lance-naik

Rakesh Mallick
  • Published: Friday, 12 February 2016
  • , Updated: 12 February 2016, 12:28 PM IST

ନୂଆଦିଲ୍ଲୀ: ସିଆଚୀନ୍ ଗ୍ଲାସିୟରର ୩୫ ଫୁଟ୍ ଉଚ୍ଚ ବରଫ ଗଦା ତଳେ ୬ ଦିନ ଦବି ରହି ଉଦ୍ଧାର ହେବା ପରେ ପ୍ରାଣ ହରାଇଥିବା ଲାନ୍ସ ନାୟକ ହନୁମନ୍ଥପା କୋପାଡ୍‌ଙ୍କ ଶେଷକୃତ୍ୟ ଶୁକ୍ରବାର ତାଙ୍କ ପୈତୃକ ଗାଁ କର୍ଣ୍ଣାଟକର ଧରୱାଦ ଜିଲ୍ଲାର ବେତାଦୂରରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସଂପନ୍ନ ହୋଇଛି। ଏଥିରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ତାଙ୍କ ଗାଁ ସହିତ ଆଖପାଖ ଗାଁର ଲୋକେ ଏଥିରେ ସାମିଲ ହୋଇଥିଲେ। ‘ହନୁମନ୍ଥପା ଅମର ରହେ’ ଧ୍ୱନିରେ ପୂରା ଗାଁ ପ୍ରକମ୍ପିତ ହୋଇ ଉଠିଥିଲା। ଗାଁର ପଞ୍ଚାୟତ ଅଫିସ୍ ନିକଟରେ ତାଙ୍କୁ କବର ଦିଆଯାଇଥିଲା। ଲିଙ୍ଗାୟତ ସଂପ୍ରଦାୟର ପରଂପରା ଅନୁଯାୟୀ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ହନୁମନ୍ଥପାଙ୍କ ପତ୍ନୀ ଓ ଦୁଇ ବର୍ଷର ଝିଅ ତାଙ୍କୁ ଶେଷ ଦର୍ଶନ କରିବା ବେଳେ ବେତାଦୂର ହାଇସ୍କୁଲ୍ ପଡ଼ିଆରେ ଏକତ୍ରିତ ସମସ୍ତ ଲୋକଙ୍କ ଆଖିରେ ଲୁହ ଆସି ଯାଇଥିଲା।

ଗୁରୁବାର ଦିନ ୧୧ଟା ୪୫ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀ ସ୍ଥିତ ଆର୍ମି ରେଫରାଲ୍ ଆଣ୍ଡ ରିସର୍ଚ୍ଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ କିଡନୀ ଓ ଲିଭର କାମ କରୁ ନ ଥିବା ବେଳେ ସେ କୋମାରେ ଥିଲେ।

Related story