ରଘୁରାମ ରାଜନ୍‌ ହେଲେ ଆଇଏମ୍‌ଏଫ୍‌ ପରାମର୍ଶଦାତା ଗ୍ରୁପ୍‌ ସଦସ୍ୟ

ନୂଆଦିଲ୍ଲୀ:ପୂର୍ବତନ ଆରବିଆଇ ଗଭର୍ଣ୍ଣ ରଘୁରାମ ରାଜନ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ବା ଆଇଏମ୍‌ଏଫ୍‌ରେ ସାମିଲ ହୋଇଛନ୍ତି। ସେ ବର୍ତ୍ତମାନ ଆଇଏମ୍‌ଏଫ୍‌ର ପରିଚାଳନା ନିର୍ଦ୍ଦେଶକଙ୍କ ପରାମର୍ଶଦାତା ଗ୍ରୁପ୍‌ର ସଦସ୍ୟ ରହିବେ। ଆଇଏମ୍‌ଏଫ୍‌ର ଏମ୍‌ଡି କ୍ରିଷ୍ଟାଲିନା ଜର୍ଜିଭା ନୂଆ ପରାମାର୍ଶଦାତା ଗ୍ରୁପ୍ ଗଢ଼ିଛନ୍ତି। ଏହା ସାରା ବିଶ୍ୱରେ ବିଭିନ୍ନ ପଲିସି ସର୍ମ୍ପକିତ ସମସ୍ୟା ଉପରେ ନଜର ରଖିବ। ବିଶେଷ କରି ବର୍ତ୍ତମାନ କରୋନା କାରଣରୁ ଉପୁଜିଥିବା ସ୍ଥିତି ଉପରେ ଏହି ଗ୍ରୁପ୍‌ ଧ୍ୟାନ ରଖିବ। ଏକ ବିବୃତ୍ତି ଜାରି କରି […]

Raghuram

Subrat Kumar Nayak
  • Published: Saturday, 11 April 2020
  • , Updated: 11 April 2020, 06:27 PM IST

ନୂଆଦିଲ୍ଲୀ:ପୂର୍ବତନ ଆରବିଆଇ ଗଭର୍ଣ୍ଣ ରଘୁରାମ ରାଜନ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ବା ଆଇଏମ୍‌ଏଫ୍‌ରେ ସାମିଲ ହୋଇଛନ୍ତି। ସେ ବର୍ତ୍ତମାନ ଆଇଏମ୍‌ଏଫ୍‌ର ପରିଚାଳନା ନିର୍ଦ୍ଦେଶକଙ୍କ ପରାମର୍ଶଦାତା ଗ୍ରୁପ୍‌ର ସଦସ୍ୟ ରହିବେ।

ଆଇଏମ୍‌ଏଫ୍‌ର ଏମ୍‌ଡି କ୍ରିଷ୍ଟାଲିନା ଜର୍ଜିଭା ନୂଆ ପରାମାର୍ଶଦାତା ଗ୍ରୁପ୍ ଗଢ଼ିଛନ୍ତି। ଏହା ସାରା ବିଶ୍ୱରେ ବିଭିନ୍ନ ପଲିସି ସର୍ମ୍ପକିତ ସମସ୍ୟା ଉପରେ ନଜର ରଖିବ। ବିଶେଷ କରି ବର୍ତ୍ତମାନ କରୋନା କାରଣରୁ ଉପୁଜିଥିବା ସ୍ଥିତି ଉପରେ ଏହି ଗ୍ରୁପ୍‌ ଧ୍ୟାନ ରଖିବ।

ଏକ ବିବୃତ୍ତି ଜାରି କରି ଆଇଏମ୍‌ଏଫ୍‌ ଏମ୍‌ଡି କହିଥିଲେ, କରୋନା ବ୍ୟାପିବା ପୂର୍ବରୁ ମଧ୍ୟ ସେମାନେ ସ୍ୱାସ୍ଥ୍ୟ, ଅର୍ଥନୀତି ଏବଂ ଆର୍ଥିକ ସମସ୍ୟା ଉପରେ କାମ କରୁଥିଲେ। ଏବେ ସାରା ବିଶ୍ୱରୁ ତଥ୍ୟ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ଦରକାର ପଡ଼ିବ। ଏତଦ୍‌ବ୍ୟତୀତ ଆଇଏମ୍‌ଏଫ୍‌ର ଆଇଡିଆକୁ ନେଇ ପ୍ରତିକ୍ରିୟା ମଧ୍ୟ ଦରକାର ପଡ଼ିବ ବୋଲି ସେ କହିଛନ୍ତି। ଏହି ଗ୍ରୁପ୍‌ରେ ବିଶ୍ୱର ବିଭିନ୍ନ ଅର୍ଥନୀତିକ ବିଶେଷଜ୍ଞ ସଦସ୍ୟ ରହିଛନ୍ତି।

Related story