ରାଜସ୍ଥାନରୁ ମିଳିଲା ପାକିସ୍ତାନ ପତାକା ଚିହ୍ନିତ ବେଲୁନ୍‌

ଜୟପୁର: ପାକିସ୍ତାନର ପତାକା ଥିବା ଏବଂ ’୧୪ ଅଗଷ୍ଟ’ ମୁବାରକ୍‌ ଲେଖାଥିବା ଏକ ବେଲୁନ୍‌ ରାଜସ୍ଥାନରେ ମିଳିଛି। ଏହା ରାଜସ୍ଥାନର ଗଙ୍ଗନଗରରେ ମିଳିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ରାଇସିଂ ନଗର ଅଞ୍ଚଳର ଜଣେ ଗ୍ରାମବାସୀ ଏହି ବେଲୁନ୍‌ ପାଇବା ପରେ ପୁଲିସ୍‌କୁ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୪ ତାରିଖରେ ପାକିସ୍ତାନ ସ୍ୱାଧୀନତା ଦିବସ ପାଳିଥାଏ। ପାକିସ୍ତାନ ସୀମାକୁ ଲାଗିଥିବା ରାଜସ୍ଥାନର ୪ଟି ଜିଲ୍ଲା ମଧ୍ୟରୁ ଗଙ୍ଗନଗର ଅନ୍ୟତମ। ଗତ କିଛି ଦିନ ତଳେ ୧୨ରୁ […]

pak

Subrat Kumar Nayak
  • Published: Thursday, 10 October 2019
  • , Updated: 10 October 2019, 06:56 PM IST

ଜୟପୁର: ପାକିସ୍ତାନର ପତାକା ଥିବା ଏବଂ ’୧୪ ଅଗଷ୍ଟ’ ମୁବାରକ୍‌ ଲେଖାଥିବା ଏକ ବେଲୁନ୍‌ ରାଜସ୍ଥାନରେ ମିଳିଛି। ଏହା ରାଜସ୍ଥାନର ଗଙ୍ଗନଗରରେ ମିଳିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ରାଇସିଂ ନଗର ଅଞ୍ଚଳର ଜଣେ ଗ୍ରାମବାସୀ ଏହି ବେଲୁନ୍‌ ପାଇବା ପରେ ପୁଲିସ୍‌କୁ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୪ ତାରିଖରେ ପାକିସ୍ତାନ ସ୍ୱାଧୀନତା ଦିବସ ପାଳିଥାଏ। ପାକିସ୍ତାନ ସୀମାକୁ ଲାଗିଥିବା ରାଜସ୍ଥାନର ୪ଟି ଜିଲ୍ଲା ମଧ୍ୟରୁ ଗଙ୍ଗନଗର ଅନ୍ୟତମ। ଗତ କିଛି ଦିନ ତଳେ ୧୨ରୁ ଊର୍ଦ୍ଧ୍ୱ ବେଲୁନ୍‌ ଏଠାରେ ଦେଖିବାକୁ ମିଳିଥିଲା। ପୁଲିସ୍‌ କହିବା ଅନୁଯାୟୀ, ଗୁଇନ୍ଦା ବିଭାଗକୁ ଏହି ବିଷୟରେ ସୂଚନା ଦିଆଯାଇଛି।

Related story