ଅଯୋଧ୍ୟା ଶୁଣାଣି: ଆଜି ରାଜସ୍ଥାନର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଜୟପୁର: ଦେଶର ସବୁଠୁ ପୁରୁଣା ମାମଲା ମଧ୍ୟରୁ ଅନ୍ୟତମ ଅଯୋଧ୍ୟା ମାମଲାର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବାକୁ ଯାଇ ରାଜସ୍ଥାନ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଭରତପୁରରେ ଆସନ୍ତାକାଲି ସକାଳ ୬ଟା ଯାଏ ମୋବାଇଲ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଯାଇଛି। Rajasthan Government: All schools and colleges in the state to remain closed today. #AyodhyaVerdict https://t.co/L36GC9Ewd7 […]

Rajasthan-state-secretariat(1)

Subhransu Sekhar
  • Published: Saturday, 09 November 2019
  • , Updated: 09 November 2019, 08:45 AM IST

ଜୟପୁର: ଦେଶର ସବୁଠୁ ପୁରୁଣା ମାମଲା ମଧ୍ୟରୁ ଅନ୍ୟତମ ଅଯୋଧ୍ୟା ମାମଲାର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବାକୁ ଯାଇ ରାଜସ୍ଥାନ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଭରତପୁରରେ ଆସନ୍ତାକାଲି ସକାଳ ୬ଟା ଯାଏ ମୋବାଇଲ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଯାଇଛି।

https://twitter.com/ANI/status/1192986480261468160

ରାୟ ପ୍ରକାଶ ପାଇବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ୍ କରିଛନ୍ତି। ଏହି ରାୟ କାହାରି ବିଜୟ କିମ୍ୱା ପରାଜୟ ନୁହେଁ ବୋଲି ଟୁଇଟ୍ କରି ସେ କହିଛନ୍ତି। ରାମ ମନ୍ଦିରର ମୁଖ୍ୟ ପୂଜକ ମହନ୍ତ ସତ୍ୟେନ୍ଦ୍ର ଦାଶ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ସମ୍ମାନ ଜଣାଇବା ସହ ଶାନ୍ତି ବଜାୟ ରଖିବା ପାଇଁ ଆହ୍ୱାନ କରିଛନ୍ତି।

https://twitter.com/ANI/status/1192988786260529152

Related story