ରାଜସ୍ଥାନରୁ ଦେଶର ବିଭିନ୍ନ ପ୍ରାନ୍ତକୁ ବାହାରିଲେ ୪୦ ହଜାର ଲୋକ

ଜୟପୁର: ଲକଡାଉନ ଭିତରେ ବିଭିନ୍ନ ରାଜ୍ୟରେ ଫସିଥିବା ଲୋକଙ୍କୁ ଘରକୁ ଫେରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେବା ପରେ ଏହାର ପ୍ରକ୍ରିୟାର ଆଜିଠାରୁ ହିଁ ଆରମ୍ଭ ହୋଇଯାଇଛି। ଆଜି ପ୍ରଥମଦିନରେ ରାଜସ୍ଥାନରେ ଫସିଥିବା ବାହାର ରାଜ୍ୟର ଲୋକଙ୍କୁ ସରକାର ଘରକୁ ଫେରିବାକୁ ପାସ ଯୋଗାଇ ଦେଇଛନ୍ତି। ଦେଶର ବିଭିନ୍ନ ସ୍ଥାନକୁ ଆଜି ରାଜସ୍ଥାନ ୪୦ ହଜାର ପ୍ରବାସୀ ଯାତ୍ରା ଆରମ୍ଭ କରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ର ଓ ହରିଆଣାକୁ ଯିବେ। କରୋନା ଲକଡାଉନ ପାଇଁ […]

ed

Hemant Lenka
  • Published: Thursday, 30 April 2020
  • , Updated: 30 April 2020, 04:37 PM IST

ଜୟପୁର: ଲକଡାଉନ ଭିତରେ ବିଭିନ୍ନ ରାଜ୍ୟରେ ଫସିଥିବା ଲୋକଙ୍କୁ ଘରକୁ ଫେରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେବା ପରେ ଏହାର ପ୍ରକ୍ରିୟାର ଆଜିଠାରୁ ହିଁ ଆରମ୍ଭ ହୋଇଯାଇଛି।

ଆଜି ପ୍ରଥମଦିନରେ ରାଜସ୍ଥାନରେ ଫସିଥିବା ବାହାର ରାଜ୍ୟର ଲୋକଙ୍କୁ ସରକାର ଘରକୁ ଫେରିବାକୁ ପାସ ଯୋଗାଇ ଦେଇଛନ୍ତି। ଦେଶର ବିଭିନ୍ନ ସ୍ଥାନକୁ ଆଜି ରାଜସ୍ଥାନ ୪୦ ହଜାର ପ୍ରବାସୀ ଯାତ୍ରା ଆରମ୍ଭ କରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ର ଓ ହରିଆଣାକୁ ଯିବେ।

କରୋନା ଲକଡାଉନ ପାଇଁ ରାଜସ୍ଥାନରେ ବାହାର ରାଜ୍ୟର ପ୍ରାୟ ୮ ଲକ୍ଷ ଲୋକ ଫସି ରହିଛନ୍ତି। ଏମାନଙ୍କ ମଧ୍ୟରୁ ସରକାରଙ୍କୁ ସହଯୋଗ କରିବା ପାଇଁ ୬ ଲକ୍ଷରୁ ଅଧିକ ଲୋକ ନିବେଦନ କରି ପଞ୍ଜୀକରଣ କରିଛନ୍ତି। ଏହି ପଞ୍ଜୀକରଣ ଆଧାରରେ ରାଜସ୍ଥାନ ସରକାର ବସ୍ ଯୋଗେ ୪୦ ହଜାର ପ୍ରବାସୀଙ୍କୁ ସେମାନଙ୍କ ନିଜ ନିଜ ରାଜ୍ୟକୁ ପଠାଇଛନ୍ତି।

ଏହି ୪୦ ହଜାର ଲୋକଙ୍କ ମଧ୍ୟରୁ ୨୬ ହଜାର ମଧ୍ୟପ୍ରଦେଶ ସୀମାନ୍ତ ଅଭିମୁଖେ ଯାଇଥିବା ବେଳେ ୨ ହଜାର ଲୋକ ହରିଆଣା ଯାଉଛନ୍ତି। ସେହିପରି ବାହାର ରାଜ୍ୟରେ ଥିବା ୫୦୦ ଶ୍ରମିକଙ୍କୁ ରାଜସ୍ଥାନ ମଧ୍ୟ ପଠାଯାଇଛି। ରାଜସ୍ଥାନର କୋଟାରେ ଫସିଥିବା ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ ମଧ୍ୟ ବସ ଯୋଗେ ଓଡ଼ିଶାକୁ ଫେରୁଛନ୍ତି।

ରାଜସ୍ଥାର ଗୃହ ସଚିବ ଓ ମୁଖ୍ୟ ଶାସନ ସଚିବ ପ୍ରବାସୀମାନେ ଯେଉଁ ରାଜ୍ୟଗୁଡ଼ିକୁ ଯିବେ ସେଠାକାର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଯାତାୟାତର ବ୍ୟବସ୍ଥା କରିଛନ୍ତି। ଏହି ଶ୍ରମିକମାନେ ନିଜ ନିଜ ରାଜ୍ୟରେ ପହଞ୍ଚିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ।

ସେହିପରି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ରାଜ୍ୟଗୁଡ଼ିକ ବାହାର ରାଜ୍ୟରୁ ନିଜ ଲୋକଙ୍କୁ ଆଣିବା ପାଇଁ ଟ୍ରେନ ଚଳାଚଳ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ହେଲେ ଏଯାଏ କେନ୍ଦ୍ର ଏହା ଉପରେ ନିଷ୍ପତ୍ତି ନେଇନାହିଁ।

Related story