ମହିଳାଙ୍କୁ ସରକାରଙ୍କ ବଡ଼ ଉପହାର: ରାକ୍ଷୀରେ ବସ୍‌ ଯାତ୍ରା ମାଗଣା

ଜୟପୁର: ଭାଇ ଭଉଣୀର ସମ୍ପର୍କ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ରାଜସ୍ଥାନ ସରକାର ବଡ଼ ଘୋଷଣା କରିଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଦିନ ରାଜ୍ୟର ସମସ୍ତ ଝିଅ ଓ ମହିଳାଙ୍କୁ ମାଗଣାରେ ବସ୍‌ ଯାତ୍ରାର ସୁବିଧା ମିଳିବ। ରାଜ୍ୟରେ ଗଡ଼ୁଥିବା ସମସ୍ତ ସରକାରୀ ବସ୍‌ରେ ମହିଳା ଓ ଝିଅମାନେ ମାଗଣାରେ ଯିବା ଆସିବା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି। ଚଳିତ ବର୍ଷ ଅଗଷ୍ଟ ୩ ସୋମବାର ରାକ୍ଷୀ ପୂର୍ଣ୍ଣିମା ସମଗ୍ର ଦେଶରେ ପାଳନ କରାଯିବ। ରାଜ୍ୟ […]

d

Hemant Lenka
  • Published: Friday, 31 July 2020
  • , Updated: 31 July 2020, 02:03 PM IST

ଜୟପୁର: ଭାଇ ଭଉଣୀର ସମ୍ପର୍କ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ରାଜସ୍ଥାନ ସରକାର ବଡ଼ ଘୋଷଣା କରିଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଦିନ ରାଜ୍ୟର ସମସ୍ତ ଝିଅ ଓ ମହିଳାଙ୍କୁ ମାଗଣାରେ ବସ୍‌ ଯାତ୍ରାର ସୁବିଧା ମିଳିବ। ରାଜ୍ୟରେ ଗଡ଼ୁଥିବା ସମସ୍ତ ସରକାରୀ ବସ୍‌ରେ ମହିଳା ଓ ଝିଅମାନେ ମାଗଣାରେ ଯିବା ଆସିବା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି। ଚଳିତ ବର୍ଷ ଅଗଷ୍ଟ ୩ ସୋମବାର ରାକ୍ଷୀ ପୂର୍ଣ୍ଣିମା ସମଗ୍ର ଦେଶରେ ପାଳନ କରାଯିବ।

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏସି, ଭୋଲଭୋ ଓ ସର୍ବଭାରତୀୟ ଅନୁମୋଦନ ପ୍ରାପ୍ତ ବସ୍‌କୁ ଛାଡ଼ି ଅନ୍ୟ ସମସ୍ତ ଜେନେରାଲା ଓ ଏକ୍ସପ୍ରେସ ବସ୍‌ରେ ରାକ୍ଷୀ ପୂର୍ଣ୍ଣିମା ଦିନ କୌଣସି ମହିଳାଙ୍କ ଠାରୁ ଭଡ଼ା ଆଦାୟ କରାଯିବ ନାହିଁ। ସେହିପରି ଜୟପୁର ସିଟି ଟ୍ରାନ୍ସପୋର୍ଟ ସର୍ଭିସ ଲିଃ ବସ୍‌ରେ ମଧ୍ୟ ମହିଳା ଓ ଝିଅମାନଙ୍କୁ ମାଗଣା ବସ୍‌ ଯାତ୍ରାର ସବୁଧା ମିଳିବ।

Related story