ପାଟଣା: ଏଲଜେପିର ଦୀନାରା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ରାଜେନ୍ଦ୍ର ସିଂ ପରାଜିତ ହୋଇଛନ୍ତି। ସେ ବିଜେପି ଛାଡି ଏଲଜେପିରେ ସାମିଲ୍ ହୋଇଥିଲେ। ଜେଡିୟୁ ପ୍ରାର୍ଥୀ ଜୟକୁମାର ସିଂଙ୍କ ପାଖରୁ ରାଜେନ୍ଦ୍ର ସିଂ ହାରିଛନ୍ତି। ୩୭ ବର୍ଷରୁ ଅଧିକ ସମୟ ଧରି ଆରଏସଏସ ଏବଂ ବିଜେପି ପାଇଁ କାମ କରିଥିବା ରାଜେନ୍ଦ୍ର ସିଂ ନିର୍ବାଚନ ପୂର୍ବରୁ ଏଲଜେପିରେ ଯୋଗ ଦେଇଥିଲେ।
୨୦୧୫ ବିଧାନସଭା ନିର୍ବାଚନରେ ରାଜେନ୍ଦ୍ର ସିଂ ବିଜେପି ଟିକେଟରେ ଦୀନାରା ଆସନରୁ ପ୍ରାର୍ଥୀ ହୋଇ ହାରି ଯାଇଥିଲେ। ଏଥର ରାଜେନ୍ଦ୍ର ସିଂ ଏଲଜେପିରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ସ୍ଥାନୀୟ ବିଜେପି ନେତାମାନେ ସମର୍ଥନ କରିଥିଲେ। କିନ୍ତୁ ସେ ବିଜୟୀ ହେବାରେ ବିଫଳ ହୋଇଛନ୍ତି।
ଜେଡିୟୁର ଜୟକୁମାର ସିଂ ଦ୍ୱିତୀୟ ଥର ପାଇଁ ଏଠାରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ରାଜେନ୍ଦ୍ର ସିଂ କହୁଥିଲେ ଯେ ଆମେ ବିଜେପି ଠାରୁ ଅଲଗା ଅଛୁ? ତୁମେ ଦିନେ ବିଜେପିରୁ ଦୂରେଇ ଯିବ। ୩୭ ବର୍ଷ ହେବ ସେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିବା ଅବସ୍ଥାରେ ଥିଲେ ବୋଲି ସେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସମ୍ବିଧାନରୁ ହଟିବନି 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ
ସମ୍ବିଧାନରୁ 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ଜରିଆରେ ଏହି ଶବ୍ଦ ଯୋଡ଼ାଯାଇଥିଲା।
Business
ଆଦାନୀ ଗ୍ରୁପ୍ ଦାନକୁ ବି ନା; ୧୦୦ କୋଟି ଟଙ୍କା ଫେରାଇବେ ତେଲାଙ୍ଗାନା ସରକାର
ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଆଦାନୀ ଗ୍ରୁପ୍ ତେଲାଙ୍ଗାନାକୁ ୧୦୦କୋଟି ଟଙ୍କା ଦାନ କରିଥିଲେ।
National
ଦିଲ୍ଲୀ ପ୍ରଦୂଷଣ; ଚେକ୍ ପୋଷ୍ଟରେ ଜଗୁନି ପୁଲିସ, ତାତିଲେ ସୁପ୍ରିମକୋର୍ଟ
ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ସହରରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ହେଲେ ଏସବୁକୁ ତଦାରଖ କରିବା ପାଇଁ ସହରର ଚେକ୍ ପୋଷ୍ଟରେ ନାହାନ୍ତି ପୁଲିସ ଅଧିକାରୀ।
Politics
ସଞ୍ଜୟ ରାଉତଙ୍କ ବିସ୍ଫୋରକ ବୟାନ, ପରାଜୟ ପାଇଁ ପୂର୍ବତନ CJI ଦାୟୀ
ମହାରାଷ୍ଟ୍ରରେ ପରାଜୟ ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଦାୟୀ କରିଛନ୍ତି ସଞ୍ଜୟ ରାଉତ।
Guest Column
ନିର୍ବାଚନରେ ଅପ୍ରାସଙ୍ଗିକ ହେଉଛି ଗଣମାଧ୍ୟମ
ଭାରତର ଲୋକମାନେ ଗଣମାଧ୍ୟମ ଦ୍ୱାରା ଯେ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୁଅନ୍ତି ନାହିଁ, ତାହା ଜରୁରୀ ପରିସ୍ଥିତି ପରେ ପରେ ହୋଇଥିବା ନିର୍ବାଚନରେ ପ୍ରମାଣିତ ହୋଇଥିଲା। ଜରୁରୀ ପରିସ୍ଥିତି ସମୟରେ ଭାରତର ସବୁ ଗଣମାଧ୍ୟମ ସରକାରଙ୍କର ଓ ଇନ୍ଦିରା ଗାନ୍ଧୀଙ୍କର ପ୍ରଶଂସାରେ ଭରି ରହିଥିଲେ ମଧ୍ୟ ନିର୍ବାଚନ ଘୋଷଣା କ୍ଷଣି ଜନସାଧାରଣ ଆପେ ଆପେ ସେମାନଙ୍କର ମତ ସ୍ଥିର କରିନେଲେ।