ରାଜସ୍ଥାନ:୨୦୦ ଫୁଟ୍ ବୋରୱେଲରୁ ଅଢ଼େଇ ବର୍ଷର ଶିଶୁ ଉଦ୍ଧାର

ଜୟପୁର: ରାଜସ୍ଥାନର ଦୌସା ଜିଲ୍ଲା ଅନ୍ତର୍ଗତ ବିହାରୀପୁରା ଗାଁରେ ଏକ ବୋରୱେଲରେ ପଡ଼ିଯାଇଥିବା ଅଢ଼େଇ ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି। ପିଲାଟି ସୁସ୍ଥ ଅଛି। ତାର ଚିକିତ୍ସା କରାଯାଇଛି। ରବିବାର ଅପରାହ୍ନ ପ୍ରାୟ ୩ଟା ବେଳେ ଶିଶୁଟି ଖେଳୁଥିବା ବେଳେ ୨୦୦ ଫୁଟ ଗଭୀର ଏହି ବୋରୱେଲରେ ପଡ଼ି ଯାଇଥିଲା। ତେବେ ସେ ମାଟିରୁ ପ୍ରାୟ ୫୦ ଫୁଟ୍ ଗଭୀରରେ ଫସି ଯାଇଥିଲା। ଖବର ପାଇବା ପରେ ପିଲାଟିକୁ ବଂଚାଇବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିଲା। […]

rajasna

Rakesh Mallick
  • Published: Monday, 05 October 2015
  • , Updated: 05 October 2015, 07:19 AM IST

ଜୟପୁର: ରାଜସ୍ଥାନର ଦୌସା ଜିଲ୍ଲା ଅନ୍ତର୍ଗତ ବିହାରୀପୁରା ଗାଁରେ ଏକ ବୋରୱେଲରେ ପଡ଼ିଯାଇଥିବା ଅଢ଼େଇ ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି। ପିଲାଟି ସୁସ୍ଥ ଅଛି। ତାର ଚିକିତ୍ସା କରାଯାଇଛି। ରବିବାର ଅପରାହ୍ନ ପ୍ରାୟ ୩ଟା ବେଳେ ଶିଶୁଟି ଖେଳୁଥିବା ବେଳେ ୨୦୦ ଫୁଟ ଗଭୀର ଏହି ବୋରୱେଲରେ ପଡ଼ି ଯାଇଥିଲା। ତେବେ ସେ ମାଟିରୁ ପ୍ରାୟ ୫୦ ଫୁଟ୍ ଗଭୀରରେ ଫସି ଯାଇଥିଲା। ଖବର ପାଇବା ପରେ ପିଲାଟିକୁ ବଂଚାଇବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିଲା। ଏଥିପାଇଁ ଏନଡିଆରଏଫ ଯବାନଙ୍କ ସହଯୋଗ ନେଇଥିଲା ପ୍ରଶାସନ।

ସୂଚନାଯୋଗ୍ୟ, ଉକ୍ତ ବୋରୱେଲଟିକୁ ପିଲାଟିର ପରିବାର ଲୋକେ ଶନିବାର ଖୋଳାଇଥିଲେ।

Related story