ଜାନୁଆରୀରେ ରାଜନୀତିକ ଦଳ ଲଞ୍ଚ କରିବେ ରଜନୀକାନ୍ତ

ଚେନ୍ନାଇ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସାଉଥ ସୁପରଷ୍ଟାର ରଜନୀକାନ୍ତ ଆସନ୍ତା ଜାନୁଆରୀମାସରେ ନିଜର ରାଜନୀତିକ ଇନିଂସ ଆରମ୍ଭ କରିବେ। ଏନେଇ ନିଜେ ରଜନୀକାନ୍ତ ଆଜି ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ଜାନୁଆରୀ ମାସରେ ଆମ ରାଜନୀତିକ ଦଳର ଲୋକାର୍ପଣ ହେବ। ପାର୍ଟି ସମ୍ପର୍କରେ ଡିସେମ୍ବର ୩୧ରେ ଘୋଷଣା କରାଯିବ। ଆମ ଦଳ ଲୋକଙ୍କ ସମର୍ଥନ ହାସଲ କରି କ୍ଷମତା ଦଖଲ କରିବ ଓ ଦୁର୍ନୀତି ମୁକ୍ତ ଶାସନ ସମସ୍ତଙ୍କୁ ଭେଟିଦେବ। ଆମେ […]

g

Hemant Lenka
  • Published: Thursday, 03 December 2020
  • , Updated: 03 December 2020, 03:00 PM IST

ଚେନ୍ନାଇ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସାଉଥ ସୁପରଷ୍ଟାର ରଜନୀକାନ୍ତ ଆସନ୍ତା ଜାନୁଆରୀମାସରେ ନିଜର ରାଜନୀତିକ ଇନିଂସ ଆରମ୍ଭ କରିବେ। ଏନେଇ ନିଜେ ରଜନୀକାନ୍ତ ଆଜି ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ଜାନୁଆରୀ ମାସରେ ଆମ ରାଜନୀତିକ ଦଳର ଲୋକାର୍ପଣ ହେବ। ପାର୍ଟି ସମ୍ପର୍କରେ ଡିସେମ୍ବର ୩୧ରେ ଘୋଷଣା କରାଯିବ।

ଆମ ଦଳ ଲୋକଙ୍କ ସମର୍ଥନ ହାସଲ କରି କ୍ଷମତା ଦଖଲ କରିବ ଓ ଦୁର୍ନୀତି ମୁକ୍ତ ଶାସନ ସମସ୍ତଙ୍କୁ ଭେଟିଦେବ। ଆମେ ଏମିତି ଏକ ସ୍ୱଚ୍ଛ ସରକାର ଗଠନ କରିବୁ, ଯାହା ଧର୍ମ, ଜାତି ଓ ବର୍ଣ୍ଣ ବୈଷମ୍ୟ ଠାରୁ ଉପରେ ରହି କାର୍ଯ୍ୟ କରିବ। ପରିବର୍ତ୍ତନ, ଆମେ ସବୁ କିଛି ପରିବର୍ତ୍ତନ କରିବୁ। ମିରାକିଲ ଓ ଅବିଶ୍ୱନୀୟ ଘଟଣା ଘଟିବ। ଯଦି ଏବେ ପରିବର୍ତ୍ତନ ହେବନି, ତା’ହେଲେ କେବେ ବି ପରିବର୍ତ୍ତନ ହେବନାହିଁ ବୋଲି ସେ କହିଛନ୍ତି।

ଏହି ଘୋଷଣା ପୂର୍ବରୁ ରଜନୀକାନ୍ତ ତାଙ୍କ ରଜନୀ ମକ୍କଲ ମାନନ୍ଦ୍ରମର ଜିଲ୍ଲା ସଚିବମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ ଖୁବଶୀଘ୍ର ରାଜନୀତିରେ ପ୍ରବେଶ କରିବେ ବୋଲି ସୂଚନା ଦେଇଥିଲେ। ଆଜି ନିଜର ପୋଜ ଗାର୍ଡେନ ସ୍ଥିତ ବାସଭବନରେ ସାମ୍ବାଦିକମାନଙ୍କୁ ରଜନୀକାନ୍ତ କହିଛନ୍ତି, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ମୁଁ ଆସିବି ବୋଲି ପୂର୍ବରୁ କହି ସାରିଥିଲି। ମୁଁ ଚାହୁଁଥିଲି ରାଜ୍ୟସାରା ବୁଲିବି।

ହେଲେ କୋଭିଡ ଏଥିରେ ପ୍ରତିବନ୍ଧକ ସାଜିଥିଲା। ଆମେ ସରକାରରେ ପରିବର୍ତ୍ତନ କରିବୁ ଓ ରାଜନୀତିରେ ବି ପରିବର୍ତ୍ତନ କରିବୁ। ମୁଁ କେବଳ ଗୋଟିଏ ଛୋଟିଆ ମାଧ୍ୟମ। ଲୋକମାନେ ହିଁ ପରିବର୍ତ୍ତନ କରିବାର କ୍ଷମତା ରଖିଛନ୍ତି। ଯଦି ମୁଁ ଜିତିବି, ତା’ହେଲେ ତାହା ଲୋକଙ୍କ ବିଜୟ ହେବ। ଯଦି ହାରିବି, ତା’ହେଲେ ସେଥିପାଇଁ ଦାୟୀ ମୁଁ ରହିବି। ଲୋକମାନେ ହିଁ ମୋତେ ହରାଇବେ।

ମୁଁ ସମର୍ଥନ ପାଇଁ ଲୋକଙ୍କୁ ଅନୁରୋଧ କରୁଛି। ଯଦି ମୋ ଜୀବନ ତାମିଲନାଡୁବାସୀଙ୍କ ପାଇଁ ଚାଲିଯିବ, ତା’ହେଲେ ମୁଁ ବହୁତ ଖୁସି ହେବି ବୋଲି ରଜନୀକାନ୍ତ କହିଛନ୍ତି।

Related story