ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲେ ତାମିଲନାଡ଼ୁ ସରକାର

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀମାନଙ୍କ ମୁକ୍ତି ପାଇଁ ତାମିଲନାଡ଼ୁ ସରକାର ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ ଦାୟର କରିଛନ୍ତି। ରାଜ୍ୟ ସରକାର କୋର୍ଟଙ୍କୁ ତାଙ୍କର ପୂର୍ବ ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରିବା ପାଇଁ ଆବେଦନ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଯଦି କୌଣସି ମାମଲାର ଯାଞ୍ଚ କେନ୍ଦ୍ରୀୟ ଏଜେନ୍ସି କରିଥିବ ତା’ହେଲେ ଦଣ୍ଡ ପାଇଥିବା ବ୍ୟକ୍ତିର ମୁକ୍ତି କେନ୍ଦ୍ରର ବିନା ମଞ୍ଜୁରୀରେ ହୋଇପାରିବ ନାହିଁ। ତାମିଲନାଡ଼ୁ ସରକାର ରାଜୀବ ଗାନ୍ଧୀଙ୍କ ୭ ଜଣ […]

jayalalitha

Rakesh Mallick
  • Published: Wednesday, 27 July 2016
  • , Updated: 27 July 2016, 05:07 PM IST

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀମାନଙ୍କ ମୁକ୍ତି ପାଇଁ ତାମିଲନାଡ଼ୁ ସରକାର ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ ଦାୟର କରିଛନ୍ତି। ରାଜ୍ୟ ସରକାର କୋର୍ଟଙ୍କୁ ତାଙ୍କର ପୂର୍ବ ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରିବା ପାଇଁ ଆବେଦନ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଯଦି କୌଣସି ମାମଲାର ଯାଞ୍ଚ କେନ୍ଦ୍ରୀୟ ଏଜେନ୍ସି କରିଥିବ ତା’ହେଲେ ଦଣ୍ଡ ପାଇଥିବା ବ୍ୟକ୍ତିର ମୁକ୍ତି କେନ୍ଦ୍ରର ବିନା ମଞ୍ଜୁରୀରେ ହୋଇପାରିବ ନାହିଁ।

ତାମିଲନାଡ଼ୁ ସରକାର ରାଜୀବ ଗାନ୍ଧୀଙ୍କ ୭ ଜଣ ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ଚାହୁଁଛନ୍ତି। କେନ୍ଦ୍ର ଏହା ବିରୋଧରେ ସୁପ୍ରିମକୋର୍ଟରେ ଅପିଲ୍ କରିଥିଲା। ଗତବର୍ଷ ଡିସେମ୍ବରରେ ଏହି ଅପିଲ୍ ଉପରେ କୋର୍ଟ କେନ୍ଦ୍ରର ମଞ୍ଜୁରୀ ବିନା ସେମାନଙ୍କୁ ମୁକ୍ତ ନ କରିବାକୁ ନିଷ୍ପତ୍ତି ଶୁଣାଇ ଥିଲେ।

ଅଦାଲତର ନିଷ୍ପତ୍ତି ପରେ ତାମିଲନାଡୁ ସରକାର କେନ୍ଦ୍ରର ମଞ୍ଜୁରୀ ପାଇଁ ଚିଠି ଲେଖିଥିଲେ। କିନ୍ତୁ କେନ୍ଦ୍ର ମୁକ୍ତି ଦେବାକୁ ମନା କରି ଦେଇଥିଲେ। ତାମିଲନାଡୁ ସରକାର ଯୁକ୍ତି ବାଢ଼ିଥିଲେ ଯେ ସବୁ ଦୋଷୀ ୨୫ ବର୍ଷରୁ ଅଧିକ ସମୟ ଜେଲ୍‌ରେ କାଟି ସାରିଲେଣି। କେନ୍ଦ୍ରରୁ ମଞ୍ଜୁରୀ ନ ମିଳିବା ବିରୋଧରେ ରାଜ୍ୟ ସରକାରଙ୍କ ଅପିଲ୍‌ ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏବେ ରାଜ୍ୟ ସରକାର ମୁଖ୍ୟ ନିଷ୍ପତ୍ତ ଉପରେ ପୁନର୍ବିଚାର ପାଇଁ ଦାବି କରି ଆବେଦନ ଦାଖଲ କରିଛନ୍ତି।

Related story