ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେଞ୍ଜାମିନ ଗେଣ୍ଟାଜଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ରଣନୈତିକ ସହଯୋଗର ଅଗ୍ରଗତି ନେଇ ଉଭୟ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ପ୍ରତିରକ୍ଷା କାର୍ଯ୍ୟକ୍ରମକୁ ଅଧିକ ମଜଭୁତ କରିବାର ସମ୍ଭାବନା ଉପରେ ଆଲୋଚନା କରିଛନ୍ତି। କରୋନା ମହାମାରୀର ମୁକାବିଲା ଦିଗରେ ଚାଲିଥିବା ଗବେଷଣା ଓ  ବିକାଶ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ନେଇ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି, ଯାହା କେବଳ ଦୁଇ ଦେଶ ପାଇଁ ଲାଭଦାୟକ ନୁହେଁ ବରଂ ସମଗ୍ର […]

ରାଜନାଥ ସିଂହ

ରାଜନାଥ ସିଂହ

Subhransu Sekhar
  • Published: Friday, 24 July 2020
  • Updated: 24 July 2020, 10:31 PM IST

Sports

Latest News

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେଞ୍ଜାମିନ ଗେଣ୍ଟାଜଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ରଣନୈତିକ ସହଯୋଗର ଅଗ୍ରଗତି ନେଇ ଉଭୟ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ପ୍ରତିରକ୍ଷା କାର୍ଯ୍ୟକ୍ରମକୁ ଅଧିକ ମଜଭୁତ କରିବାର ସମ୍ଭାବନା ଉପରେ ଆଲୋଚନା କରିଛନ୍ତି।

କରୋନା ମହାମାରୀର ମୁକାବିଲା ଦିଗରେ ଚାଲିଥିବା ଗବେଷଣା ଓ  ବିକାଶ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ନେଇ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି, ଯାହା କେବଳ ଦୁଇ ଦେଶ ପାଇଁ ଲାଭଦାୟକ ନୁହେଁ ବରଂ ସମଗ୍ର ମାନବିକତା ପାଇଁ ମଧ୍ୟ ସହାୟକ ହେବ। ଭାରତରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆଇ) ପାଇଁ ଇସ୍ରାଏଲ  କମ୍ପାନୀଗୁଡିକୁ ପ୍ରତିରକ୍ଷା ମନ୍ତ୍ରୀ ଆମନ୍ତ୍ରଣ କରିଥିଲେ । କ୍ଷେତ୍ରୀୟ ବିକାଶ ଉପରେ ମଧ୍ୟ ଦୁଇ ମନ୍ତ୍ରୀ ମତ ବିନିମୟ କରିଥିଲେ। ଏହି ସମୟରେ ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିବା ପାଇଁ ରାଜନାଥ ସିଂଙ୍କ ନିମନ୍ତ୍ରଣକୁ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ସ୍ୱୀକାର କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos