ବେଜିଂ ସହିତ ସୀମା ବିବାଦ ବେଳେ ସୋମବାର ମସ୍କୋ ଯିବେ ରାଜନାଥ

ନୂଆଦିଲ୍ଲୀ: ସୋମବାର ତିନି ଦିନିଆ ରୁଷିଆ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କରୋନା ଭାଇରସ ଲକଡାଉନ୍ ପରେ ପ୍ରଥମ ମନ୍ତ୍ରୀ ଯିଏକି ବିଦେଶ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ବେଳେ ରାଜନାଥ ସିଂ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗି ଶୋଏଗୁଙ୍କୁ ଭେଟିବେ। ଚୀନ୍ ସହିତ ସୀମା ବିବାଦ ଚାଲିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ହେଉଛି। ରାଜନାଥ ସିଂହଙ୍କ ଗସ୍ତ ସୂଚୀ ୨୨ ଜୁନ୍ ସୋମବାର ରାଜନାଥ ସିଂ […]

rajnath

Subhransu Sekhar
  • Published: Sunday, 21 June 2020
  • , Updated: 21 June 2020, 07:31 PM IST

ନୂଆଦିଲ୍ଲୀ: ସୋମବାର ତିନି ଦିନିଆ ରୁଷିଆ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କରୋନା ଭାଇରସ ଲକଡାଉନ୍ ପରେ ପ୍ରଥମ ମନ୍ତ୍ରୀ ଯିଏକି ବିଦେଶ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ବେଳେ ରାଜନାଥ ସିଂ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗି ଶୋଏଗୁଙ୍କୁ ଭେଟିବେ। ଚୀନ୍ ସହିତ ସୀମା ବିବାଦ ଚାଲିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ହେଉଛି।

ରାଜନାଥ ସିଂହଙ୍କ ଗସ୍ତ ସୂଚୀ

୨୨ ଜୁନ୍ ସୋମବାର ରାଜନାଥ ସିଂ ନୂଆଦିଲ୍ଲୀରୁ ମସ୍କୋ ଅଭିମୁଖେ ବିମାନରେ ଯାତ୍ରା କରିବେ। ଏହି ସମୟ ମଧ୍ୟରେ ରାଜନାଥ ସିଂ ରୁଷିଆର ୭୫ ତମ ବିଜୟ ପରେଡରେ ଅଂଶଗ୍ରହଣ କରିବେ। ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଏହି ପରେଡ ପାଇଁ ରାଜନାଥ ସିଂଙ୍କୁ ନିମନ୍ତ୍ରଣ କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ସୋମବାର ସକାଳ ପ୍ରାୟ ୧୦ଟାରେ ଦିଲ୍ଲୀର ପାଲମ ବିମାନବନ୍ଦରୁ ମୋସ୍କୋ ଅଭିମୁଖେ ଯାତ୍ରା କରିବେ। ସଂଧ୍ୟା ପ୍ରାୟ ୬-୭ ସମୟରେ ମସ୍କୋରେ ସେ ଅବତରଣ କରିବେ। ମଙ୍ଗଳବାର (ଜୁନ୍ ୨୩) ରାଜନାଥଙ୍କ ତିନି ଦିନିଆ ଗସ୍ତର ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ ରାଜନାଥ ସିଂ ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁଙ୍କୁ ଏହି ଦିନ ଭେଟିବେ। ଏହି ସମୟରେ ଦୁଇ ଦେଶ ପ୍ରତିରକ୍ଷା ଚୁକ୍ତି ଉପରେ ମଧ୍ୟ ଆଲୋଚନା କରିବେ।

ସେହିପରି ବୁଧବାର (ଜୁନ୍ ୨୪)ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସୋଭିଏତ୍ ୟୁନିଅନ ବିଜୟର ୭୫ ତମ ବିଜୟ ପରେଡରେ ଅଂଶଗ୍ରହଣ କରିବେ। ରୁଷିଆ ଏବଂ ରୁଷିଆର ସହଯୋଗୀ ଦେଶଗୁଡିକର ସର୍ବୋଚ୍ଚ ବଳିଦାନ ଅବସରରେ ଏହି ପ୍ୟାରେଡ୍ ପ୍ରତିବର୍ଷ ଆୟୋଜିତ ହୋଇଥାଏ। ଏହାପର ଦିନ (ଜନ୍ ୨୫)ରେ ପ୍ରତିରକ୍ଷା ମନ୍ତ୍ରୀ ସ୍ୱଦେଶ ଫେରିବେ।

Related story