ଜିତିଲେ ରାଜନାଥ ଓ ଶାହ, ହାରିଲେ ଶତୃଘ୍ନଙ୍କ ପତ୍ନୀ

ନୂଆଦିଲ୍ଲୀ: ବିଜେପିର ଦୁଇ ହେଭିୱେଟ୍‌ ଅମିତ ଶାହ ଓ ରାଜନାଥ ସିଂହ ନିଜ ନିଜ ଆସନରେ ବାଜିମାତ କରିଛନ୍ତି। ରାଜନାଥ ସିଂହ ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସପା ପ୍ରାର୍ଥୀ ତଥା ଅଭିନେତା ଶତୃଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନାଙ୍କୁ ୩.୪ ଲକ୍ଷ ଭୋଟ୍‌ରେ ପରାସ୍ତ କରିଛନ୍ତି। ରାଜନାଥ ସିଂହଙ୍କ ସପକ୍ଷରେ ୬,୩୩,୦୨୩ ଖଣ୍ଡ ଭୋଟ୍‌ ପଡ଼ିଥିବା ବେଳେ ପୁନମଙ୍କ ଖାତାକୁ ୨,୮୫, ୭୨୪ ଖଣ୍ଡ ଭୋଟ୍‌ ଯାଇଛି। ରାଜନାଥଙ୍କ ଭୋଟ୍‌ ପ୍ରତିଶତ ୫୬.୭% […]

uug

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 09:45 PM IST

ନୂଆଦିଲ୍ଲୀ: ବିଜେପିର ଦୁଇ ହେଭିୱେଟ୍‌ ଅମିତ ଶାହ ଓ ରାଜନାଥ ସିଂହ ନିଜ ନିଜ ଆସନରେ ବାଜିମାତ କରିଛନ୍ତି। ରାଜନାଥ ସିଂହ ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସପା ପ୍ରାର୍ଥୀ ତଥା ଅଭିନେତା ଶତୃଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନାଙ୍କୁ ୩.୪ ଲକ୍ଷ ଭୋଟ୍‌ରେ ପରାସ୍ତ କରିଛନ୍ତି। ରାଜନାଥ ସିଂହଙ୍କ ସପକ୍ଷରେ ୬,୩୩,୦୨୩ ଖଣ୍ଡ ଭୋଟ୍‌ ପଡ଼ିଥିବା ବେଳେ ପୁନମଙ୍କ ଖାତାକୁ ୨,୮୫, ୭୨୪ ଖଣ୍ଡ ଭୋଟ୍‌ ଯାଇଛି। ରାଜନାଥଙ୍କ ଭୋଟ୍‌ ପ୍ରତିଶତ ୫୬.୭% ରହିଥିଲା। ଅନ୍ୟପକ୍ଷରେ ପୁନମଙ୍କ ଭୋଟ୍‌ ପ୍ରତିଶତ ୨୫.୬% ରହିଛି।

ସେହିପରି ଅମିତ ଶାହ ମଧ୍ୟ ଗୁଜରାଟ୍‌ର ଗାନ୍ଧି ନଗର ଆସନରୁ ପରାସ୍ତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ସିଜେ ଚାଭଡ଼ାଙ୍କୁ ରେକର୍ଡ ୫.୫୭ ଲକ୍ଷ ଭୋଟରେ ପରାସ୍ତ କରିଛନ୍ତି। ଗାନ୍ଧିନଗରରେ ୮.୯୪ ଲକ୍ଷ ଭୋଟ୍‌ ପୋଲିଂ ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ମାତ୍ର ୩.୩୭ ଲକ୍ଷ ଭୋଟ୍ ପାଇଛନ୍ତି।

Related story