‘ୱାନ୍‌ ନେଶନ୍‌, ୱାନ୍‌ ଇଲେକ୍ସନ୍‌’କୁ ସମର୍ଥନ ଦେଲେ ଏହି ସୁପର୍‌ଷ୍ଟାର୍‌

ଚେନ୍ନାଇ: ମୋଦି ସରକାରଙ୍କ ‘ୱାନ୍‌ ନେଶନ୍‌, ୱାନ୍‌ ଇଲେକ୍ସନ୍‌’ ଯୋଜନାକୁ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ସମର୍ଥନ ମିଳିଛି। ଏହାଦ୍ୱାରା ଅର୍ଥ ଓ ସମୟ ବଞ୍ଚିବ ବୋଲି ସେ କହିଛନ୍ତି। ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରଜନୀକାନ୍ତ କହିଛନ୍ତି- “ୱାନ୍‌ ନେଶନ୍‌, ୱାନ୍‌ ଇଲେକ୍ସନ୍‌ ଏକ ବଢ଼ିଆ ପରିକଳ୍ପନା। ଏହା ଉପରେ ସବୁ ଦଳ ମିଳିତ ଭାବେ କାମ କରିବା ଓ ସହଯୋଗ କରିବା ଉଚିତ୍‌।” ଏହାସହ ଦେଶର ବିକାଶ ପାଇଁ ୮ ଲେନ୍‌ ପରି ରାସ୍ତାର ଆବଶ୍ୟକତା […]

rajanikant

Rakesh Mallick
  • Published: Sunday, 15 July 2018
  • , Updated: 15 July 2018, 02:33 PM IST

ଚେନ୍ନାଇ: ମୋଦି ସରକାରଙ୍କ ‘ୱାନ୍‌ ନେଶନ୍‌, ୱାନ୍‌ ଇଲେକ୍ସନ୍‌’ ଯୋଜନାକୁ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ସମର୍ଥନ ମିଳିଛି। ଏହାଦ୍ୱାରା ଅର୍ଥ ଓ ସମୟ ବଞ୍ଚିବ ବୋଲି ସେ କହିଛନ୍ତି।

ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରଜନୀକାନ୍ତ କହିଛନ୍ତି- “ୱାନ୍‌ ନେଶନ୍‌, ୱାନ୍‌ ଇଲେକ୍ସନ୍‌ ଏକ ବଢ଼ିଆ ପରିକଳ୍ପନା। ଏହା ଉପରେ ସବୁ ଦଳ ମିଳିତ ଭାବେ କାମ କରିବା ଓ ସହଯୋଗ କରିବା ଉଚିତ୍‌।”

ଏହାସହ ଦେଶର ବିକାଶ ପାଇଁ ୮ ଲେନ୍‌ ପରି ରାସ୍ତାର ଆବଶ୍ୟକତା ଥିବା ସେ କହିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ତାମିଲନାଡୁରେ ଶିକ୍ଷା ଉନ୍ନତମାନର ଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି।

Related story