୯୨ ବର୍ଷରେ ଅଯୋଧ୍ୟା ମାମଲା ଲଢ଼ୁଥିଲେ ପରାଶରନ୍‌

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ଅନ୍ୟତମ ଚର୍ଚ୍ଚିତ ଅଙ୍ଗ ଥିଲେ ରାମଲାଲା ବିରାଜମାନଙ୍କ ଓକିଲ କେ ପରାଶରନ୍‌। କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ଦାୟିତ୍ୱ ତୁଲାଇସାରିଥିବା ଏହି ବରିଷ୍ଠ ଓକିଲ ୯୨ ବର୍ଷ ବୟସରେ ମଧ୍ୟ ଏହି ମାମଲା ଲଢ଼ୁଥିଲେ। ୧୯୨୭ ମସିହାରେ ତାମିଲନାଡ଼ୁର ଶ୍ରୀରଙ୍ଗମ୍‌ଠାରେ ଜନ୍ମ ନେଇଥିବା ପରାଶରନ୍‌ଙ୍କ ବାପା ମଧ୍ୟ ଓକିଲ ଥିଲେ। ୧୯୫୮ରେ ଓକିଲ ବୃତ୍ତି ଆରମ୍ଭ କରି ଜରୁରୀକାଳୀନ ଶାସନ ସମୟରେ ୧୯୭୬ ମସିହାରେ ତାମିଲନାଡ଼ୁ ସରକାରଙ୍କ ଆଡଭୋକେଟ୍‌ ଜେନେରାଲ […]

parasharan

Subrat Kumar Nayak
  • Published: Saturday, 09 November 2019
  • , Updated: 09 November 2019, 06:18 PM IST

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ଅନ୍ୟତମ ଚର୍ଚ୍ଚିତ ଅଙ୍ଗ ଥିଲେ ରାମଲାଲା ବିରାଜମାନଙ୍କ ଓକିଲ କେ ପରାଶରନ୍‌। କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ଦାୟିତ୍ୱ ତୁଲାଇସାରିଥିବା ଏହି ବରିଷ୍ଠ ଓକିଲ ୯୨ ବର୍ଷ ବୟସରେ ମଧ୍ୟ ଏହି ମାମଲା ଲଢ଼ୁଥିଲେ।

୧୯୨୭ ମସିହାରେ ତାମିଲନାଡ଼ୁର ଶ୍ରୀରଙ୍ଗମ୍‌ଠାରେ ଜନ୍ମ ନେଇଥିବା ପରାଶରନ୍‌ଙ୍କ ବାପା ମଧ୍ୟ ଓକିଲ ଥିଲେ। ୧୯୫୮ରେ ଓକିଲ ବୃତ୍ତି ଆରମ୍ଭ କରି ଜରୁରୀକାଳୀନ ଶାସନ ସମୟରେ ୧୯୭୬ ମସିହାରେ ତାମିଲନାଡ଼ୁ ସରକାରଙ୍କ ଆଡଭୋକେଟ୍‌ ଜେନେରାଲ ଦାୟିତ୍ୱ ନେଇଥିଲେ। ୨୦୦୩ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ପଦ୍ମଭୂଷଣରେ ଏବଂ ମନମୋହନ ସିଂହଙ୍କ ସରକାର ସମୟରେ ୨୦୧୧ ମସିହାରେ ତାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା।

ପ୍ରଥମେ ଭାରତ ସରକାରଙ୍କ ସଲିସିଟର ଜେନେରାଲ ହେବା ପରେ ୧୯୮୩-୧୯୮୯ ମସିହାରେ ସ୍ୱର୍ଗତ ଇନ୍ଦିରା ଗାନ୍ଧି ଏବଂ ରାଜୀବ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଆଟର୍ଣ୍ଣି ଜେନେରାଲର ଦାୟିତ୍ୱ ତୁଲାଇଥିଲେ ପରାଶରନ୍‌। ଚଳିତ ବର୍ଷ ୯୨ ବର୍ଷରେ ଉପନୀତ ପରାଶରନ୍‌ଙ୍କୁ ଅଯୋଧ୍ୟା ମାମଲାର ଶୁଣାଣି ସମୟରେ ଥରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଥିଲେ ଆପଣ ବସିକରି ଯୁକ୍ତି ରଖିପାରିବେ। ବୟସ ଦୃଷ୍ଟିରୁ ଠିଆ ହୋଇ ଯୁକ୍ତି ରଖିବାରେ କାଳେ ସମସ୍ୟା ହେଉଥିବ ଭାବି ଜଷ୍ଟିସ୍‌ ଗୋଗୋଇ ଏପରି କହିଥିଲେ। କିନ୍ତୁ ପରାଶରନ୍‌ ଏଥିରେ ଅମଙ୍ଗ ହୋଇଥିଲେ। ସେ କହିଥିଲେ, ମୁଁ ଠିକ୍‌ ଅଛି। ଠିଆ ହୋଇ ଯୁକ୍ତି ରଖିବା ବାର୍‌ର ପରମ୍ପରା। ମୁଁ ଏହାକୁ ବଜାୟ ରଖିବି। ସେ ଅଯୋଧ୍ୟା ମାମଲାର ଶୁଣାଣି ସମୟରେ ଚତୁରତାର ସହ ରଖିଥିବା ଯୁକ୍ତି ପାଇଁ ବହୁ ବରିଷ୍ଠ ଓକିଲ ତାଙ୍କ ବୁଦ୍ଧିମତାକୁ ସମ୍ମାନ ଦିଅନ୍ତି।

Related story