ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ହେବ। ଆଇନ କାନୁନ୍ ଏବଂ ଉଭୟ ପକ୍ଷର ବୁଝାମଣା ହିସାବରେ ଏହି ମନ୍ଦିର ନିର୍ମାଣ ହେବ। ସେଠାରେ ମନ୍ଦିର ହେଉ ବୋଲି ବିଜେପି ଚାହୁଁଥିବା ଦଳର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା କହିଛନ୍ତି। ସେ କହିଛନ୍ତି ଯେ, ଗତ ୪ଟି ଲୋକସଭା ନିର୍ବାଚନରେ ରାମ ମନ୍ଦିର ନିର୍ମାଣ ନେଇ ଦଳ ପକ୍ଷରୁ ଇସ୍ତାହାର ପ୍ରକାଶ ପାଇ ଆସୁଛି। ରାମମନ୍ଦିର ନିର୍ମାଣ ସପକ୍ଷରେ ଦଳର ପୂର୍ଣ୍ଣ ସମର୍ଥନ ରହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଶାହା ଏହି କଥା କହିଛନ୍ତି। ସେହିପରି ସଂରକ୍ଷଣ ବ୍ୟବସ୍ଥାରେ ପିଢି ପରେ ପଢି ପାଇ ଆସୁଥିବା ସୁବିଧାରୁ ସ୍ୱଚ୍ଛଳବର୍ଗଙ୍କୁ (କ୍ରିମିଲେୟର) ବାଦ ଦିଆଯିବା ସଂକ୍ରାନ୍ତରେ ପ୍ରସ୍ତାବ ଦିଆଯିବ । ଏଥିରେ ଏସିଏସଏଟିଙ୍କୁ ମଧ୍ୟ ସାମିଲ କରାଯିବ। ଏନେଇ ସଂସଦର ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।