ନୂଆଦିଲ୍ଲୀ: ଜେଏନ୍ୟୁରେ ଭାରତ ବିରୋଧୀ ସ୍ଳୋଗାନ୍ ଦିଆଯିବା ଦୁର୍ଭାଗ୍ୟଜନକ। କିନ୍ତୁ ଏଥିରେ ଛାତ୍ର ସଂସଦର କିଛି ଭୂମିକା ନ ଥିଲା। ଛାତ୍ର ସଂସଦକୁ ଫସାଇ ଦିଆଯାଇଛି। ସୋମବାର ଏ କଥା କହିଛନ୍ତି ଓଡ଼ିଶା ଯୁବକ ତଥା ଜେଏନ୍ୟୁ ଛାତ୍ର ସଂସଦର ସାଧାରଣ ସଂପାଦକ ରାମ ନାଗ। ଜେଏନ୍ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କୁ ପୋଲିସ୍ ଦେଶ ବିରୋଧୀ ସ୍ଲୋଗାନ୍ ଦେବା ଅଭିଯୋଗରେ ଗିରଫ କରିଥିବା ବେଳେ ରାମ ନଗା ସମେତ ୫ ଛାତ୍ରଛାତ୍ରୀ ଫେରାର ରହିଥିଲେ। ତେବେ ଗତକାଲି ସନ୍ଧ୍ୟାରେ ସେମାନେ ଜେଏନ୍ୟୁ କ୍ୟାମ୍ପସ୍କୁ ଫେରି ଆସିଛନ୍ତି।
ରାମ ନାଗ କହିଛନ୍ତି ଯେ ଭାରତୀୟ ସମ୍ବିଧାନ ପ୍ରତି ତାଙ୍କର ଗଭୀର ସମ୍ମାନ ରହିଛି। ଭିସିଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନେ କାର୍ଯ୍ୟ କରିବେ। ସେମାନେ ଘଟଣାର ତଦନ୍ତ ପ୍ରକ୍ରିୟାରେ ପୂରାପୂରି ସହଯୋଗ କରିବ।
ଫେବୃଆରୀ ୯ରେ ଜେଏନ୍ୟୁ କ୍ୟାମ୍ପସରେ ପାର୍ଲାମେଣ୍ଟ୍ ଆକ୍ରମଣ ଅଭିଯୁକ୍ତ ଅଫଜଲ ଗୁରୁକୁ ଫାଶୀ ଦଣ୍ଡାଦେଶ ବିରୋଧରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ କିଛି ଛାତ୍ର ଭାରତ ବିରୋଧୀ ସ୍ଳୋଗାନ୍ ଦେବା ନେଇ ଅଭିଯୋଗ ହୋଇଥିଲା।