ମିସାଇଲ ତିଆରି କରିବାକୁ ମଧ୍ୟ ଉଦ୍ୟମ କରିଥିଲେ ରାମରହିମ: କାହିଁକି ହେଲା ସ୍ୱପ୍ନ ଧୂଳିସାତ ପଢ଼ନ୍ତୁ

ଚଣ୍ଡିଗଡ଼: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ଏବେ ଜେଲ୍‌ରେ। ଦୁଇଜଣ ସ୍ୱାଧୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ୨୦ ବର୍ଷ ଜେଲ୍‌ଦଣ୍ଡ ଭୋଗୁଛନ୍ତି। ଚର୍ଚ୍ଚାରେ ଥିବା ରାମରହିମଙ୍କ କଳା ସାମ୍ରାଜ୍ୟର ଗୋଟେ ପରେ ଗୋଟେ ଗୁମର ଫିଟିବାରେ ଲାଗିଛି। ତେବେ ରାମରହିମଙ୍କ ଏପରି ଏକ ରହସ୍ୟ ଉପରୁ ପରଦା ହଟିଛି, ଯାହା ଶୁଣିବା ପରେ ଆପଣଙ୍କ ଗୋଡତଳୁ ମାଟି ଖସିଯିବ। ଖବର ଅନୁସାରେ ମିସାଇଲ୍‌ ମ୍ୟାନ ହୋଇ ସାରା ଦୁନିଆରେ ରାଜ୍‌ କରିବାକୁ ଯୋଜନା […]

Rakesh Mallick
  • Published: Thursday, 21 September 2017
  • , Updated: 21 September 2017, 09:25 AM IST

ଚଣ୍ଡିଗଡ଼: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ଏବେ ଜେଲ୍‌ରେ। ଦୁଇଜଣ ସ୍ୱାଧୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ୨୦ ବର୍ଷ ଜେଲ୍‌ଦଣ୍ଡ ଭୋଗୁଛନ୍ତି। ଚର୍ଚ୍ଚାରେ ଥିବା ରାମରହିମଙ୍କ କଳା ସାମ୍ରାଜ୍ୟର ଗୋଟେ ପରେ ଗୋଟେ ଗୁମର ଫିଟିବାରେ ଲାଗିଛି। ତେବେ ରାମରହିମଙ୍କ ଏପରି ଏକ ରହସ୍ୟ ଉପରୁ ପରଦା ହଟିଛି, ଯାହା ଶୁଣିବା ପରେ ଆପଣଙ୍କ ଗୋଡତଳୁ ମାଟି ଖସିଯିବ। ଖବର ଅନୁସାରେ ମିସାଇଲ୍‌ ମ୍ୟାନ ହୋଇ ସାରା ଦୁନିଆରେ ରାଜ୍‌ କରିବାକୁ ଯୋଜନା କରିଥିଲେ ରାମରହିମ୍‌। ଏଥିପାଇଁ ସେ ଉଦ୍ୟମ ମଧ୍ୟ କରିଥିଲେ। ୧୬ ବର୍ଷ ପୂର୍ବେ ମିସାଇଲ୍‌ ମ୍ୟାନ୍‌ ହେବାର ତାଙ୍କର ଏହି ଉଦ୍ୟମ ବିଫଳ ହୋଇଥିଲା। ଯଦି ଏହା ସଫଳ ହୋଇଥାନ୍ତି ତେବେ ଆଜି ସ୍ଥିତି କ’ଣ ହୋଇଥାନ୍ତି ଚିନ୍ତା କରନ୍ତୁ।

ଏପରି ରହସ୍ୟ ଉପରୁ ପରାଦା ଉଠାଇଛନ୍ତି ୧୬ ବର୍ଷ ପୂର୍ବ ରାମରହିମଙ୍କ ଆଶ୍ରମ ସ୍କୁଲରେ ପଢୁଥିବା ବୀରେନ୍ଦ୍ର ସିଂହ।

ମିସାଇଲ୍‌ ବନାଇବା ପଛର କାହାଣୀ

୧୬ ବର୍ଷ ପୂର୍ବେ ବୀରେନ୍ଦ୍ର ଯେତେବେଳେ ସ୍କୁଲରେ ପଢୁଥିଲେ ମିସାଇଲ୍‌ ଓ ନୂଆ ଟେକ୍ନୋଲଜି ବ୍ୟବହାର କରି ଟ୍ୟାଙ୍କ ବନାଇବାର ମଡେଲ ବନାଇ ସାରା ଦେଶରେ ଚର୍ଚ୍ଚାରେ ଥିଲେ। ବିଜ୍ଞାନ ମେଳାରେ ତତ୍‌କାଳୀନ ରାଷ୍ଟ୍ରପତି ତଥା ମିସାଇଲ୍‌ ମ୍ୟାନ ସ୍ୱର୍ଗତ ଏପିଜେ ଅବଦୁଲ କଲାମ ବୀରେନ୍ଦ୍ରଙ୍କ ପ୍ରତିଭାରେ ପ୍ରଭାବିତ ହୋଇଥିଲେ ଓ ତାଙ୍କ ମଡେଲକୁ ବହୁ ପ୍ରଶଂସା କରିଥିଲେ। ଏହି ଖବର ଦେଶର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାମରହିମଙ୍କ ନଜର ପଡିଥିଲା ବୀରେନ୍ଦ୍ରଙ୍କ ଉପରେ। ସେ ସମୟରେ ରାମ ରହିମଙ୍କ ଭକ୍ତଙ୍କ ସଂଖ୍ୟା ଲକ୍ଷରୁ କୋଟିକୁ ଟପି ଯାଇଥିଲା। ସେ ନିଜ ଲୋକଙ୍କୁ ବୀରେନ୍ଦ୍ରଙ୍କ ପଛରେ ଲଗାଇ ଦେଇଥିଲେ।

କୌଣସି ପ୍ରକାରେ ସେ ବୀରେନ୍ଦ୍ରଙ୍କୁ ତାଙ୍କ ଆଶ୍ରମ ସ୍କୁଲରେ ପଢିବାକୁ ରାଜି କରାଇ ନେଇଥିଲେ। ବୀରେନ୍ଦ୍ର ସେଠାରେ ପଢିବା ସହ ନିଜ ମିସାଇଲ୍‌ ଓ ଟ୍ୟାଙ୍କର ମଡେଲକୁ ପ୍ରକୃତ ରୂପ ଦେବାକୁ ରିସର୍ଚ୍ଚ ମଧ୍ୟ ଆରମ୍ଭ କରି ଦେଇଥିଲେ। ଆଶ୍ରମର କେଉଁ ସ୍ଥାନକୁ କିଏ ଯିବ ତାହା ଉପରେ ରାମ ରହିମଙ୍କର କଠୋର ନିୟମ ଥିଲା। ହେଲା ବୀରେନ୍ଦ୍ରଙ୍କୁ ଯେକୌଣସି ସ୍ଥାନକୁ ଯିବାକୁ ଅନୁମତି ଥିଲା। ଆଶ୍ରମ ମଧ୍ୟରେ ସେ ଅବାଧରେ ନିଜ ଇଚ୍ଛାରେ ରହୁଥିଲେ। ହେଲେ ଏହା ବେଶି ଦିନ ଚାଲି ନଥିଲା। ପ୍ରାୟ ଏକ ବର୍ଷ ରହିବା ପରେ ରାମ ରହିମଙ୍କ ତାଙ୍କ ପ୍ରତି ଏତେ ଦରଦପଣ ସମ୍ପର୍କରେ ବୀରେନ୍ଦ୍ର ଜାଣି ପାରିଥିଲେ ଓ ଆଶ୍ରମ ଛାଡି ଦେଇଥିଲେ। ଫଳରେ ମିସାଇଲ୍‌ ମ୍ୟାନ ହୋଇ ଦୁନିଆରେ ରାଜ କରିବାକୁ ରାମରହିମଙ୍କ ସ୍ୱପ୍ନ ଭାଙ୍ଗି ଚୂରମାର ହୋଇଯାଇଥିଲା।

Related story