ରାମ ମନ୍ଦିର ନିର୍ମାଣ କେବେ, ଏହି ବୈଠକରେ ହେବ ଘୋଷଣା?

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ତଥା ଏହାର ତଦାରଖ କରିବା ପାଇଁ ତିଆରି ହୋଇଥିବା ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ଟ୍ରଷ୍ଟର ପ୍ରଥମ ବୈଠକ ଫେବୃଆରୀ ୧୯ରେ ହେବ। ଏହି ବୈଠକରେ ଟ୍ରଷ୍ଟର ଅଧ୍ୟକ୍ଷ, ମହାମନ୍ତ୍ରୀ ଏବଂ କୋଷାଧ୍ୟକ୍ଷ କିଏ ହେବେ ସେ ନେଇ ନିଷ୍ପତ୍ତି ନିଆଯିବ। ଟ୍ରଷ୍ଟର ଦିଲ୍ଲୀ ଅଫିସରେ ଏହି ବୈଠକ ଅପରାହ୍ନ ୫ଟାରେ ହେବ। ବୈଠକରେ ଦୁଇ ଅତିରିକ୍ତ ସଦସ୍ୟଙ୍କୁ ମଧ୍ୟ ନିର୍ବାଚିତ କରାଯାଇପାରେ। ଏହାବାଦ ରାମ ମନ୍ଦିର ନିର୍ମାଣ କେବେ […]

Ram-temple-demo

Ram-temple-demo

Subhransu Sekhar
  • Published: Sunday, 09 February 2020
  • Updated: 09 February 2020, 06:16 PM IST

Sports

Latest News

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ତଥା ଏହାର ତଦାରଖ କରିବା ପାଇଁ ତିଆରି ହୋଇଥିବା ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ଟ୍ରଷ୍ଟର ପ୍ରଥମ ବୈଠକ ଫେବୃଆରୀ ୧୯ରେ ହେବ। ଏହି ବୈଠକରେ ଟ୍ରଷ୍ଟର ଅଧ୍ୟକ୍ଷ, ମହାମନ୍ତ୍ରୀ ଏବଂ କୋଷାଧ୍ୟକ୍ଷ କିଏ ହେବେ ସେ ନେଇ ନିଷ୍ପତ୍ତି ନିଆଯିବ।

ଟ୍ରଷ୍ଟର ଦିଲ୍ଲୀ ଅଫିସରେ ଏହି ବୈଠକ ଅପରାହ୍ନ ୫ଟାରେ ହେବ। ବୈଠକରେ ଦୁଇ ଅତିରିକ୍ତ ସଦସ୍ୟଙ୍କୁ ମଧ୍ୟ ନିର୍ବାଚିତ କରାଯାଇପାରେ। ଏହାବାଦ ରାମ ମନ୍ଦିର ନିର୍ମାଣ କେବେ ହେବ ସେ ବାବଦରେ ମଧ୍ୟ ଏହି ବୈଠକରେ ନିଷ୍ପତ୍ତି ନିଆଯାଇପାରେ। ତେବେ ସୂଚନା ଅନୁଯାୟୀ ଆଗାମୀ ରାମନବମୀ (ଏପ୍ରିଲ ୨) ନହେଲେ ଅକ୍ଷୟ ତୃତୀୟା (୨୬ ଏପ୍ରିଲ)ରେ ରାମ ମନ୍ଦିର ନିର୍ମାଣ ତାରିଖ ହୋଇପାରେ।

ଏହି ଟ୍ରଷ୍ଟରେ ମୋଟ ୧୫ ସଦସ୍ୟ ରହିବେ। ୯ ଜଣ ସ୍ଥାୟୀ ସଦସ୍ୟ ରହିବେ ବୋଲି ନିଷ୍ପତ୍ତି ନିଆଯାଇଥିବା ବେଳେ ୬ ଜଣ ନାମିତ ସଦସ୍ୟ ରହିବେ। ଟ୍ରଷ୍ଟ ଗଠନ ପରେ ମନ୍ଦିର ନିର୍ମାଣ ପାଇଁ ସରକାର କୌଣସି ପ୍ରକାର ସହଯୋଗ କରିବେ ନାହିଁ। ହେଲେ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ୧ ଟଙ୍କା ଚାନ୍ଦା ଆକାରରେ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଡି. ମୁର୍ମୁ ଏହି ୧ ଟଙ୍କା ଦେଇଥିଲେ।

ଟ୍ରଷ୍ଟରେ ରାମଲଲା ବିରାଜମାନ ପକ୍ଷରୁ କୋର୍ଟରେ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ୯୩ ବର୍ଷ ବୟସ୍କ କେ ପରାଶରନ୍‌ ରହିବେ। ଏହାବାଦ୍ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଜଗତଗୁରୁ ମାଧବାନନ୍ଦ ସ୍ୱାମୀ, ଯୁଗପୁରୁଷ ପରମାନନ୍ଦ ମହାରାଜ, ପୁଣେର ଗୋବିନ୍ଦ ଦେବ ଗିରି, ଅଯୋଧ୍ୟାର ଡକ୍ଟର ଅନୀଲ ମିଶ୍ରା, କାମଶ୍ୱର ଚୌପାଲ ଏବଂ ନିର୍ମୋହୀ ଆଖଡାର ଧିରେନ୍ଦ୍ର ଦାସ ମଧ୍ୟ ରହିଛନ୍ତି। ଟ୍ରଷ୍ଟ ପ୍ରଥମେ ପରାସରଣଙ୍କ ଘରେ ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଫେବୃଆରୀ ୫ରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ‘ଶ୍ରୀରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର’ ବାବଦରେ ଘୋଷଣା କରିଥିଲେ। ଅଯୋଧ୍ୟାରେ ମନ୍ଦିର ତିଆରି ପାଇଁ ୬୭ ଏକର ଜମି ମନ୍ଦିର ଟ୍ରଷ୍ଟକୁ ଦେଇଛନ୍ତି ସରକାର। ଏହି ଜମି ୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ଘଟଣା ପରେ ବିବାଦ ବଢ଼ିଥିଲା। ଏହାପରେ ସରକାର ଏହି ଜମିକୁ ନିଜ ଦଖଲରେ ରଖିଥିଲେ।

୯ ନଭେମ୍ୱର ୨୦୧୯ରେ ରାମ ମନ୍ଦିର ମାମଲାର ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ରାୟ ଶୁଣାଣି ବେଳେ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଏବଂ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାର ଯେକୌଣସି ସ୍ଥାନର ୫ ଏକର ଜମି ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story