ଦୁଷ୍କର୍ମ ଅଭିଯୁକ୍ତ ବିଶପ୍‌ଙ୍କୁ ଫୁଲମାଳ ଦେଇ ସ୍ୱାଗତ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଶପ୍ ଫ୍ରାଙ୍କୋ ମୁଲାକ୍କାଲ ଜଣେ ନନ୍‌ଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ବେଶ୍‌ କିଛି ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। କିନ୍ତୁ ଆଜି ଜଲନ୍ଧରରେ ସେ ପହଞ୍ଚିବା ପରେ ତାଙ୍କ ସମର୍ଥକମାନେ ତାଙ୍କୁ ଗୋଲାପ ଫୁଲ ପାଖୁଡ଼ା ବର୍ଷା କରିବା ସହିତ ଫୁଲମାଳ ଦେଇ ସ୍ୱାଗତ କରିଥିଲେ। କେରଳର ଏକ ଜେଲ୍‌ରୁ ତାଙ୍କୁ ମୁକ୍ତ କରାଯିବା ପରେ ସେ ଆଜି ପୁଲିସ୍‌ ସୁରକ୍ଷାରେ ଆସିଥିଲେ। ଗୋଲାପ ଫୁଲର ପାଖୁଡ଼ା ବର୍ଷା ହେଉଥିବାବେଳେ […]

bishop

bishop

Subrat Kumar Nayak
  • Published: Wednesday, 17 October 2018
  • Updated: 17 October 2018, 10:14 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଶପ୍ ଫ୍ରାଙ୍କୋ ମୁଲାକ୍କାଲ ଜଣେ ନନ୍‌ଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ବେଶ୍‌ କିଛି ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। କିନ୍ତୁ ଆଜି ଜଲନ୍ଧରରେ ସେ ପହଞ୍ଚିବା ପରେ ତାଙ୍କ ସମର୍ଥକମାନେ ତାଙ୍କୁ ଗୋଲାପ ଫୁଲ ପାଖୁଡ଼ା ବର୍ଷା କରିବା ସହିତ ଫୁଲମାଳ ଦେଇ ସ୍ୱାଗତ କରିଥିଲେ। କେରଳର ଏକ ଜେଲ୍‌ରୁ ତାଙ୍କୁ ମୁକ୍ତ କରାଯିବା ପରେ ସେ ଆଜି ପୁଲିସ୍‌ ସୁରକ୍ଷାରେ ଆସିଥିଲେ।

ଗୋଲାପ ଫୁଲର ପାଖୁଡ଼ା ବର୍ଷା ହେଉଥିବାବେଳେ ସେ ସ୍ମିତହାସ୍ୟ ଦେଉଥିବା ଦେଖାଯାଉଥିଲା। ଏହି ଅବସରରେ ସେ ଗଣମାଧ୍ୟମକୁ କହିଥିଲେ, “ପଞ୍ଜାବର ଲୋକମାନଙ୍କ ପ୍ରାର୍ଥନା ମୋ ପାଇଁ ସମର୍ଥନ ସାଜିଛି। ଆଗାମୀ ଦିନରେ ମଧ୍ୟ ସେମାନେ ମୋ ପାଇଁ ପ୍ରାର୍ଥନା କରିବେ ବୋଲି ଆଶା କରୁଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ବର୍ତ୍ତମାନ ତଦନ୍ତ ଚାଲିଛି ଓ ମୁଁ ସହଯୋଗ କରୁଛି। ଜଣେ ନାଗରିକ ହିସାବରେ ଦେଶର ଆଇନ ବ୍ୟବସ୍ଥାକୁ ମୁଁ ସମର୍ଥନ ଜଣାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos