ଦୁଷ୍କର୍ମ ପୀଡ଼ିତା କରୋନାରେ ଆକ୍ରାନ୍ତ, ଏକାନ୍ତବାସରେ ଅଭିଯୁକ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ବାବଦରେ ପ୍ରତିଦିନି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆଜି ଏଭଳି ଏକ ରୋଚକ ଖବର ଦିଲ୍ଲୀରୁ ଆସିଛି। ଜଣେ ଦୁଷ୍କର୍ମ ପୀଡ଼ିତା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପରେ ଅଭିଯୁକ୍ତକୁ ଏକାନ୍ତବାସରେ ରଖାଯାଇଛି। ଜେଲରେ ହିଁ ଅଭିଯୁକ୍ତକୁ ଏକାନ୍ତବାସରେ ରଖାଯାଇଛି। ଏମିତିକି ଅଭିଯୁକ୍ତ ସହିତ ରହିଥିବା ଦୁଇ କଏଦୀ ମଧ୍ୟ ଏକାନ୍ତବାସରେ ରହିଛନ୍ତି। ଏହାକୁ ନେଇ ତିହାର ଜେଲରେ ହଇଚଇ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ବଢ଼ୁଥିବା ଦେଖି ତିହାର […]

covid quarantine

Subhransu Sekhar
  • Published: Monday, 11 May 2020
  • , Updated: 11 May 2020, 07:01 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ବାବଦରେ ପ୍ରତିଦିନି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆଜି ଏଭଳି ଏକ ରୋଚକ ଖବର ଦିଲ୍ଲୀରୁ ଆସିଛି। ଜଣେ ଦୁଷ୍କର୍ମ ପୀଡ଼ିତା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପରେ ଅଭିଯୁକ୍ତକୁ ଏକାନ୍ତବାସରେ ରଖାଯାଇଛି। ଜେଲରେ ହିଁ ଅଭିଯୁକ୍ତକୁ ଏକାନ୍ତବାସରେ ରଖାଯାଇଛି। ଏମିତିକି ଅଭିଯୁକ୍ତ ସହିତ ରହିଥିବା ଦୁଇ କଏଦୀ ମଧ୍ୟ ଏକାନ୍ତବାସରେ ରହିଛନ୍ତି। ଏହାକୁ ନେଇ ତିହାର ଜେଲରେ ହଇଚଇ ସୃଷ୍ଟି ହୋଇଛି।

କରୋନା ସଂକ୍ରମଣ ବଢ଼ୁଥିବା ଦେଖି ତିହାର ଜେଲ୍ ପ୍ରଶାସନ ଏବେ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି। ଜେଲରେ ଆଇସୋଲେସନ ଓ୍ୱାର୍ଡ ମଧ୍ୟ ତିଆରି କରାଯାଇଛି। ଯେଉଁଠି ଜେଲରେ ଥିବା ଅଭିଯୁକ୍ତ ଏବଂ କଏଦୀଙ୍କ ସ୍କ୍ରିନିଂ ହେଉଛି। ଏହାବାଦ ନୂଆ କଏଦୀଙ୍କୁ ମଧ୍ୟ ଆଇସୋଲେସନ ଓ୍ୱାର୍ଡରେ ସ୍କ୍ରିନିଂ କରାଯାଉଥିବା ସୂଚନା ରହିଛି।

ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ ପରେ ଦିଲ୍ଲୀ କରୋନାର ହଟସ୍ପଟ ରହିଛି। ଏଯାବତ ୭, ୨୩୩ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫,୦୩୧ ଜଣ ଚିକିତ୍ସାଧୀନ ରହିଛନ୍ତି। ୭୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ୨, ୧୨୯ ଜଣ ଆରୋଗ୍ୟ ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Related story