ରାସନକାର୍ଡରେ ଅଖିଳେଶଙ୍କ ଫଟୋକୁ ନେଇ ବିବାଦ

ଲକ୍ଷୌ: ରାସନକାର୍ଡରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଫଟୋ ଛପିବାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ସରକାରୀ ଖର୍ଚ୍ଚରେ ନିର୍ବାଚନ ପ୍ରଚାର କରୁଥିବା ବିପକ୍ଷ ଦଳ ଆକ୍ଷେପ କରି କରିଥିବା ବେଳେ ‘କାମ କରିଛି ଯେତେବେଳେ ପ୍ରଚାର ତ କରିବି’ ବୋଲି ଅଖିଳେଶ କହିଛନ୍ତି। ସେ କହିଛନ୍ତି,“ରାସ କାର୍ଡର କଭର ଏବଂ ବ୍ୟାଗରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ, ଆମ୍ବୁଲାନ୍ସରେ ସମାଜବାଦୀ ପାର୍ଟିର ଶବ୍ଦର ବ୍ୟବହାରକୁ ନେଇ ଜନତା ପ୍ରତିବାଦ କରିପାରନ୍ତି। ସମାଜବାଦୀ ପାର୍ଟି ଗରିବଙ୍କୁ ସହଯୋଗର […]

akhilesh

Rakesh Mallick
  • Published: Wednesday, 19 October 2016
  • , Updated: 19 October 2016, 03:20 PM IST

ଲକ୍ଷୌ: ରାସନକାର୍ଡରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଫଟୋ ଛପିବାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ସରକାରୀ ଖର୍ଚ୍ଚରେ ନିର୍ବାଚନ ପ୍ରଚାର କରୁଥିବା ବିପକ୍ଷ ଦଳ ଆକ୍ଷେପ କରି କରିଥିବା ବେଳେ ‘କାମ କରିଛି ଯେତେବେଳେ ପ୍ରଚାର ତ କରିବି’ ବୋଲି ଅଖିଳେଶ କହିଛନ୍ତି।

ସେ କହିଛନ୍ତି,“ରାସ କାର୍ଡର କଭର ଏବଂ ବ୍ୟାଗରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ, ଆମ୍ବୁଲାନ୍ସରେ ସମାଜବାଦୀ ପାର୍ଟିର ଶବ୍ଦର ବ୍ୟବହାରକୁ ନେଇ ଜନତା ପ୍ରତିବାଦ କରିପାରନ୍ତି। ସମାଜବାଦୀ ପାର୍ଟି ଗରିବଙ୍କୁ ସହଯୋଗର ହାତ ବଢ଼ାଇଛି। ତେଣୁ ସରକାର ପ୍ରଚାର ତ ନିଶ୍ଚୟ କରିବେ।

ସେ ଆହୁରି କହିଛନ୍ତି,“କାମ ହେଉଥିବା ସବୁ ଜାଣୁଛନ୍ତି। କିନ୍ତୁ କାମ କିଏ କରୁଛି ତାହା ମଧ୍ୟ ଲୋକେ ଜାଣିବା ଦରକାର।”

Related story