ଉଗାଣ୍ଡାରେ ଓଡ଼ିଆ ଭାଇଭଉଣୀ ଟାଣିଲେ ରଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଫ୍ରିକାର ଉଗାଣ୍ଡାର କାମ୍ପାଲା ସହରରେ ଓଡ଼ିଶା ଆସୋସିଏସନ୍ ପକ୍ଷରୁ ରଥଯାତ୍ରା ପାଳିତ ହୋଇଯାଇଛି। ଗତ ରବିବାର ଦିନ ଏଠାରେ ରଥ ଟଣା ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଓଡ଼ିଆ ଯୋଗ ଦେଇଥିଲେ। ସେମାନେ ଖୁବ୍ ଉତ୍ସାହର ସହ ରଥ ଟାଣିଥିଲେ। ସକାଳ ସାଢ଼େ ୧୦ଟାରେ ରଥ ଟଣା ଆରମ୍ଭ ହୋଇଥିଲା। ରଥ ସହର ପରିକ୍ରମା କରିଥିଲା। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା […]

3jaga

Jitendra Garnayak
  • Published: Monday, 08 July 2019
  • , Updated: 08 July 2019, 05:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଫ୍ରିକାର ଉଗାଣ୍ଡାର କାମ୍ପାଲା ସହରରେ ଓଡ଼ିଶା ଆସୋସିଏସନ୍ ପକ୍ଷରୁ ରଥଯାତ୍ରା ପାଳିତ ହୋଇଯାଇଛି। ଗତ ରବିବାର ଦିନ ଏଠାରେ ରଥ ଟଣା ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଓଡ଼ିଆ ଯୋଗ ଦେଇଥିଲେ। ସେମାନେ ଖୁବ୍ ଉତ୍ସାହର ସହ ରଥ ଟାଣିଥିଲେ। ସକାଳ ସାଢ଼େ ୧୦ଟାରେ ରଥ ଟଣା ଆରମ୍ଭ ହୋଇଥିଲା। ରଥ ସହର ପରିକ୍ରମା କରିଥିଲା। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଦେଖନ୍ତୁ ସେଠାରେ ପାଳନ ହୋଇଥିବା ରଥଯାତ୍ରାର କିଛି ଫଟୋ।

Related story