ରାତ୍ରି ଆଶ୍ରୟସ୍ଥଳୀରେ ପଶିଗଲା କାର୍‌; ୪ ମୃତ, ୮ ଆହତ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଗତକାଲି ରାତି  ସାଢେ ଗୋଟାଏରେ ଏକ କାର୍‌ ଭାରସାମ୍ୟ ହରାଇ ରାତ୍ରି ଆଶ୍ରୟସ୍ଥଳୀରେ ପଶିଯାଇଥିଲା। ଫଳରେ ୪ଜଣ  ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ପୃଥ୍ୱୀରାଜ, ନନକୌ, ଅବଦୁଲ ଓ ଗୋଖରନ । ସେମାନେ ସମସ୍ତେ ବହରାଇଚର ନିବାସୀ । ସମସ୍ତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ଜଣ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ଦୁର୍ଘଟଣା ଘଟାଇଥିବା କାରରେ  ଜଣେ ପୂର୍ବତନ ବିଧାୟକଙ୍କ ପୁଅ […]

ratri

Rakesh Mallick
  • Published: Sunday, 08 January 2017
  • , Updated: 08 January 2017, 10:20 AM IST

ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଗତକାଲି ରାତି  ସାଢେ ଗୋଟାଏରେ ଏକ କାର୍‌ ଭାରସାମ୍ୟ ହରାଇ ରାତ୍ରି ଆଶ୍ରୟସ୍ଥଳୀରେ ପଶିଯାଇଥିଲା। ଫଳରେ ୪ଜଣ  ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ପୃଥ୍ୱୀରାଜ, ନନକୌ, ଅବଦୁଲ ଓ ଗୋଖରନ । ସେମାନେ ସମସ୍ତେ ବହରାଇଚର ନିବାସୀ । ସମସ୍ତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ଜଣ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି।

ଦୁର୍ଘଟଣା ଘଟାଇଥିବା କାରରେ  ଜଣେ ପୂର୍ବତନ ବିଧାୟକଙ୍କ ପୁଅ ଓ ଜଣେ ଉଦ୍ୟୋଗପତିଙ୍କ ପୁଅ ସମସ୍ତେ ୫ ଜଣ ଥିଲେ ବୋଲି କୁହାଯାଉଛି।  ୨ ଜଣଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ଆଉ ତିନି ଜଣ ଫେରାର ଅଛନ୍ତି।

ଦୁର୍ଘଟଣା ସମୟରେ ରାତ୍ରି ଆଶ୍ରୟସ୍ଥଳୀରେ  ୫୦ରୁ ଅଧିକ ଲୋକ ଥିଲେ।

Related story