‘ରାଜା ରାବଣ ଥିଲେ ବିଶ୍ୱର ପ୍ରଥମ ପାଇଲଟ’

କଲୋମ୍ୱୋ: ତ୍ରେତୟା ଯୁଗର ଖଳନାୟକ ଉପରେ ଗବେଷଣା ଆରମ୍ଭ କରିଛି ଶ୍ରୀଲଙ୍କା। ନିକଟରେ ଶ୍ରୀଲଙ୍କା ତା’ର ମହାକାଶ ମିଶନରେ ‘ରାବଣ’ ନାମକ ଏକ ଉପଗ୍ରହକୁ ବାହ୍ୟ ମହାକାଶକୁ ପଠାଇଛି। ବିଭିନ୍ନ ଗବେଷଣାରୁ ଶ୍ରୀଲଙ୍କା ସରକାରଙ୍କର ଅନୁଭବ କରିଛନ୍ତି ଯେ, ଲଙ୍କାଧିପତି ରାବଣ ହିଁ ଏ ଦୁନିଆର ପ୍ରଥମ ପାଇଲଟ ଥିଲେ। ଏଥିପାଇଁ ଆବଶ୍ୟକ ପ୍ରମାଣ ଯୋଗାଡ଼ କରିବାକୁ ଲାଗି ପଡ଼ିଥିବା ସିଂହଳୀ ସରକାର ରାବଣ ସମ୍ପର୍କୀତ ତଥ୍ୟ ଦେବାକୁ ବିଜ୍ଞାପନ ଜରିଆରେ ଆହ୍ୱାନ କରିଛନ୍ତି। ଦୀର୍ଘ ପାଞ୍ଚ […]

ravana

ravana

Subhransu Sekhar
  • Published: Sunday, 19 July 2020
  • Updated: 19 July 2020, 09:40 PM IST

Sports

Latest News

କଲୋମ୍ୱୋ: ତ୍ରେତୟା ଯୁଗର ଖଳନାୟକ ଉପରେ ଗବେଷଣା ଆରମ୍ଭ କରିଛି ଶ୍ରୀଲଙ୍କା। ନିକଟରେ ଶ୍ରୀଲଙ୍କା ତା’ର ମହାକାଶ ମିଶନରେ ‘ରାବଣ’ ନାମକ ଏକ ଉପଗ୍ରହକୁ ବାହ୍ୟ ମହାକାଶକୁ ପଠାଇଛି। ବିଭିନ୍ନ ଗବେଷଣାରୁ ଶ୍ରୀଲଙ୍କା ସରକାରଙ୍କର ଅନୁଭବ କରିଛନ୍ତି ଯେ, ଲଙ୍କାଧିପତି ରାବଣ ହିଁ ଏ ଦୁନିଆର ପ୍ରଥମ ପାଇଲଟ ଥିଲେ। ଏଥିପାଇଁ ଆବଶ୍ୟକ ପ୍ରମାଣ ଯୋଗାଡ଼ କରିବାକୁ ଲାଗି ପଡ଼ିଥିବା ସିଂହଳୀ ସରକାର ରାବଣ ସମ୍ପର୍କୀତ ତଥ୍ୟ ଦେବାକୁ ବିଜ୍ଞାପନ ଜରିଆରେ ଆହ୍ୱାନ କରିଛନ୍ତି। ଦୀର୍ଘ ପାଞ୍ଚ ହଜାର ବର୍ଷ ପୂର୍ବେ ସେ ବିମାନ ଚଳାଉଥିଲେ ବୋଲି ଶ୍ରୀଲଙ୍କା ସରକାର ଦାବି କରିଛନ୍ତି।

ପୌରାଣିକ ଗ୍ରନ୍ଥ ରାମୟଣକୁ ବିଶ୍ୱାସ କରୁଥିବା ଭାରତବାସୀ ରାବଣକୁ ଅସୁର ଶକ୍ତି ବା ଖଳନାୟକ ଭାବେ ଗ୍ରହଣ କରୁଥିବା ବେଳେ ଶ୍ରୀଲଙ୍କାବାସୀ ତାଙ୍କୁ ଜଣେ ପଣ୍ଡିତ ଏବଂ ରାଜା ଭାବେ ମାନ୍ୟତା ଦିଅନ୍ତି।

ଶ୍ରୀଲଙ୍କା ସରକାରର ପର୍ଯ୍ୟଟନ ଏବଂ ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ଖବରକାଗଜ ବିଜ୍ଞାପନରେ ଲୋକଙ୍କୁ ଅନୁରୋଧ କରାଯାଇଛି ଯେ, ସରକାର ଐତିହ୍ୟ ଉପରେ ଗବେଷଣା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଗବେଷଣା କରିବାରେ ସରକାରଙ୍କୁ ସହଯୋଗ କରିବା ପାଇଁ ରାଜା ରାବଣଙ୍କ ସହ ଜଡିତ ଥିବା କୌଣସି ଦଲିଲ କିମ୍ବା ବହି ଥିଲେ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି।

ଶ୍ରୀଲଙ୍କା ସରକାର ବିଶ୍ୱାସ କରନ୍ତି ଯେ, ରାବଣ ପୃଥିବୀରେ ସର୍ବ ପ୍ରଥମ ବିମାନ ଚାଳକ ଥିଲେ ଏବଂ ୫୦୦୦ବର୍ଷ ପୂର୍ବେ ସେ ଉଡ଼ିବାରେ ସକ୍ଷମ ହୋଇଥିଲେ। ପ୍ରାଚୀନ କାଳରେ ରାଜା ରାବଣ କେଉଁ ଆଧାରରେ ଉଡ଼ୁଥିଲେ ସେ ବାବଦରେ ଜାଣିବା ପାଇଁ ବ୍ୟବହାର କରିଥିବା ପଦ୍ଧତି ଉପରେ ଗବେଷଣା କରିବାକୁ ସିଂହଳୀ ସରକାର ପ୍ରସ୍ତୁତ ହୋଇଛନ୍ତି।

[caption id="attachment_553350" align="aligncenter" width="696"] ଶ୍ରୀଲଙ୍କା ସରକାର ଦ୍ୱାରା ଖବରକାଗଜରେ ଦିଆଯାଇଥିବା ବିଜ୍ଞାପନ[/caption]

ଶ୍ରୀଲଙ୍କାର ବେସାମରିକ ବିମାନ ଚଳାଚଳ ବିଭାଗର ପୂର୍ବତନ ଉପାଧ୍ୟକ୍ଷ ଶଶି ଡାନାତୁଙ୍ଗା କହିଛନ୍ତି ଯେ, ରାବଣ ଏକ ବିମାନ ବ୍ୟବହାର କରି ପ୍ରଥମେ ଉଡ଼ିଥିବାର ପ୍ରମାଣ ରହିଛି।

“ରାଜା ରାବଣ ଜଣେ ପ୍ରତିଭାବାନ ବ୍ୟକ୍ତି ଥିଲେ। ସେ ପ୍ରଥମ ବ୍ୟକ୍ତି ଥିଲେ ଯିଏକି ବିମାନ ଚଳାଇଥିଲେ। ଏହା ପୁରାଣର କାଳ୍ପନିକ କଥା ନୁହେଁ; ଏହା ସତ୍ୟ। ଏହା ଉପରେ ଏକ ବିସ୍ତୃତ ଗବେଷଣା ହେବା ଆବଶ୍ୟକ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆମେ ଏହା ପ୍ରମାଣ କରିବୁ” ବୋଲି ଡାନାତୁଙ୍ଗେ କହିଛନ୍ତି।

ଗତ ବର୍ଷ ମଧ୍ୟ ଶ୍ରୀଲଙ୍କା ବିଶେଷଜ୍ଞ ମାନେ କହିଥିଲେ ଯେ, ରାବଣ ପ୍ରଥମେ ଶ୍ରୀଲଙ୍କାରୁ ୫୦୦୦ ବର୍ଷ ପୂର୍ବେ ଭାରତକୁ ଉଡ଼ି ଫେରି ଆସିଥିଲେ। ତେବେ ଅନେକ ଏହି ଦାବିକୁ ଖାରଜ କରିଦେଇଥିଲେ।

ଶ୍ରୀଲଙ୍କା ନିକଟରେ ପ୍ରଥମ ମହାକାଶ ମିଶନରେ ରାବଣ ନାମକ ଏକ ଉପଗ୍ରହକୁ ବାହ୍ୟ ମହାକାଶକୁ ପଠାଇଛି। ଶ୍ରୀଲଙ୍କାର ଅନେକେ ବିଶ୍ୱାସ କରନ୍ତି ଯେ ରାବଣ ଜଣେ ଦୟାଳୁ ରାଜା ଏବଂ ପଣ୍ଡିତ ଥିଲେ। କେତେକ ଭାରତୀୟ ଶାସ୍ତ୍ର ମଧ୍ୟ ତାଙ୍କୁ "ମହା ବ୍ରାହ୍ମଣ" ବୋଲି ବର୍ଣ୍ଣନା କରେ, ଯାହାର ଅର୍ଥ ଜଣେ ମହାନ ବ୍ରାହ୍ମଣ ବା ମହାନ ବିଦ୍ୱାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story