କୋହଳ କଲା ଆରବିଆଇ, ୧୦ ହଜାର ସର୍ବାଧିକ ଉଠାଣ ପରିମାଣ

ନୂଆଦିଲ୍ଲୀ: ଦୁଇ ଦିନର କଟକଣା ପରେ ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ (ପିଏମସି) ବ୍ୟାଙ୍କରୁ ଟଙ୍କା ଉଠାଇବା ନିୟମରେ କୋହଳ କରିଛି। ପୂର୍ବରୁ ୧୦୦୦ ଟଙ୍କା ସର୍ବାଧିକ ଉଠାଇବା ପାଇଁ ଆରବିଆଇ ଅନୁମତି ଦେଇଥିବା ବେଳେ ଆଜି ଏହାକୁ ବୃଦ୍ଧି କରି ୧୦ ହଜାର ଟଙ୍କା କରିଛି। ଆଗାମୀ ୬ ମାସ ଯାଏ କରେଣ୍ଟ ଆକାଉଣ୍ଚ କିମ୍ୱା ସେଭିଂସ ଆକାଉଣ୍ଟରୁ ସର୍ବାଧିକ ୧୦ ହଜାର ଟଙ୍କା ଉଠାଇ ହେବ। […]

rbi-1..

Subhransu Sekhar
  • Published: Thursday, 26 September 2019
  • , Updated: 26 September 2019, 05:40 PM IST

ନୂଆଦିଲ୍ଲୀ: ଦୁଇ ଦିନର କଟକଣା ପରେ ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ (ପିଏମସି) ବ୍ୟାଙ୍କରୁ ଟଙ୍କା ଉଠାଇବା ନିୟମରେ କୋହଳ କରିଛି। ପୂର୍ବରୁ ୧୦୦୦ ଟଙ୍କା ସର୍ବାଧିକ ଉଠାଇବା ପାଇଁ ଆରବିଆଇ ଅନୁମତି ଦେଇଥିବା ବେଳେ ଆଜି ଏହାକୁ ବୃଦ୍ଧି କରି ୧୦ ହଜାର ଟଙ୍କା କରିଛି। ଆଗାମୀ ୬ ମାସ ଯାଏ କରେଣ୍ଟ ଆକାଉଣ୍ଚ କିମ୍ୱା ସେଭିଂସ ଆକାଉଣ୍ଟରୁ ସର୍ବାଧିକ ୧୦ ହଜାର ଟଙ୍କା ଉଠାଇ ହେବ।

ଆରବିଆଇ ଗାଇଡ ଲାଇନର ୧୯୪୯ ଅଧୀନରେ ଥିବା ୩୫ (ଏ) ନିୟମ ଆଧାରରେ ଏହି କଟକଣା ଲଗାଇଛି। ଆରବିଆଇର ଏହି ନିଷ୍ପତ୍ତି ପରେ ପିଏମସି ବ୍ୟାଙ୍କର ନିବେଶକ ମାନେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ସହିତ ପ୍ରତିବାଦ କରିଥିଲେ। ଆରବିଆଇ ଆଇନକୁ ପିଏମସି ଉଲ୍ଲଂଘନ କରିଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜଣାପଡ଼ିଛି। ଏବେ ବ୍ୟାଙ୍କର ନେଣଦେଣ ଉପରେ ମଧ୍ୟ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି।

Related story