୯ ବ୍ୟାଙ୍କ ବନ୍ଦ ହେବା ଖବର ଗୁଜବ: ଆରବିଆଇ

ନୂଆଦିଲ୍ଲୀ: ଭାରତର ୯ଟି ବ୍ୟବସାୟିକ ବ୍ୟାଙ୍କ ବନ୍ଦହେବା ନେଇ ମୁହଁ ଖୋଲିଛି ଆରବିଆଇ। ଆରବିଆଇ ପକ୍ଷରୁ କୁହାଯାଇଛି ଏହା ଏକ ସୋଶାଲ ମିଡିଆ ଗୁଜବ। ଗତ କିଛି ଦିନ ସୋଶାଲ ମିଡିଆରେ ଏକ ଗୁଜବ ଚାଲିଥିଲା ଯେ ୯ଟି ବ୍ୟାଙ୍କ ବନ୍ଦ ହୋଇଯିବ। ଏହା ବ୍ୟାପକମାତ୍ରାରେ ଭାଇରାଲ ହେବା ସହ ଜନସାଧାରଣଙ୍କ ନିଦ ହଜାଇଦେଇଥିଲା। ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ୍‌ ବ୍ୟାଙ୍କରେ ଟଙ୍କା ଉଠାଣକୁ ନେଇ କଟକଣା ପରେ ଏହି ଗୁଜବକୁ ଲୋକେ ବିଶ୍ୱାସ କରିବା ଆରମ୍ଭ […]

rbi

Subrat Kumar Nayak
  • Published: Wednesday, 25 September 2019
  • , Updated: 25 September 2019, 05:29 PM IST

ନୂଆଦିଲ୍ଲୀ: ଭାରତର ୯ଟି ବ୍ୟବସାୟିକ ବ୍ୟାଙ୍କ ବନ୍ଦହେବା ନେଇ ମୁହଁ ଖୋଲିଛି ଆରବିଆଇ। ଆରବିଆଇ ପକ୍ଷରୁ କୁହାଯାଇଛି ଏହା ଏକ ସୋଶାଲ ମିଡିଆ ଗୁଜବ।

ଗତ କିଛି ଦିନ ସୋଶାଲ ମିଡିଆରେ ଏକ ଗୁଜବ ଚାଲିଥିଲା ଯେ ୯ଟି ବ୍ୟାଙ୍କ ବନ୍ଦ ହୋଇଯିବ। ଏହା ବ୍ୟାପକମାତ୍ରାରେ ଭାଇରାଲ ହେବା ସହ ଜନସାଧାରଣଙ୍କ ନିଦ ହଜାଇଦେଇଥିଲା। ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ୍‌ ବ୍ୟାଙ୍କରେ ଟଙ୍କା ଉଠାଣକୁ ନେଇ କଟକଣା ପରେ ଏହି ଗୁଜବକୁ ଲୋକେ ବିଶ୍ୱାସ କରିବା ଆରମ୍ଭ କରିଥିଲେ।

ତେବେ ଆରବିଆଇ ପକ୍ଷରୁ କୁହାଯାଇଛି ବିଭିନ୍ନ ବ୍ୟାଙ୍କ ଯଥା- କର୍ପୋରେସନ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ଆନ୍ଧ୍ର ବ୍ୟାଙ୍କ ଏବଂ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଆଦି ବ୍ୟାଙ୍କ ବନ୍ଦ ହେବନାହିଁ। ଆରବିଆଇ ପକ୍ଷରୁ କରାଯାଇଥିବା ଏକ ଟ୍ୱିଟ୍‌ରେ କୁହାଯାଇଛି, କିଛି ସୋଶାଲ ମିଡିଆରେ ନିର୍ଦ୍ଦିଷ୍ଟ କିଛି ବ୍ୟାଙ୍କ ବନ୍ଦ ହେବା ଖବର ଗୁଜବ, ଏପରି ହେବାର ନାହିଁ।

ଏନେଇ ଅର୍ଥ ସଚିବ ରାଜୀବ କୁମାର କହିଛନ୍ତି, ଏହା କୌଣସି ଖଳ ପ୍ରକୃତିର ଲୋକଙ୍କ କାମ। କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବନ୍ଦ ହେବାର ପ୍ରଶ୍ନ ହିଁ ଉଠୁନାହିଁ। ବରଂ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସଶକ୍ତ କରିବା ପାଇଁ ପଦକ୍ଷେପ ନେବା ସହ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଅଧିକ ନିବେଶ କରୁଛନ୍ତି।

Related story