ଦେଶରେ ଆରୋଗ୍ୟ ହାର ୪୦%କୁ ବୃଦ୍ଧି, ଜାଣନ୍ତୁ କେତେ ସୁସ୍ଥ ହେଲେଣି

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆରୋଗ୍ୟ ହାର ମଧ୍ୟ ସେହି ଅନୁପାତରେ ବଢ଼ିବାରେ ଲାଗିଛି। ଏବେ ଦେଶରେ ଆରୋଗ୍ୟ ହାର ୪୦%କୁ ବୃଦ୍ଧି ପାଇଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୭୫୦ ଥିବା ବେଳେ ଏମାନଙ୍କ ମଧ୍ୟରୁ ୪୨,୨୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟାରେ ୩ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ସେହିପରି ମୃତ୍ୟୁସଂଖ୍ୟା ୩୩୦୩କୁ ବୃଦ୍ଧି ପାଇଛି। ଲକଡାଉନ ପୂର୍ବରୁ ଆରୋଗ୍ୟ ହାର ମାତ୍ର ୭% […]

h

Hemant Lenka
  • Published: Wednesday, 20 May 2020
  • , Updated: 20 May 2020, 05:51 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆରୋଗ୍ୟ ହାର ମଧ୍ୟ ସେହି ଅନୁପାତରେ ବଢ଼ିବାରେ ଲାଗିଛି। ଏବେ ଦେଶରେ ଆରୋଗ୍ୟ ହାର ୪୦%କୁ ବୃଦ୍ଧି ପାଇଛି।

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୭୫୦ ଥିବା ବେଳେ ଏମାନଙ୍କ ମଧ୍ୟରୁ ୪୨,୨୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟାରେ ୩ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ସେହିପରି ମୃତ୍ୟୁସଂଖ୍ୟା ୩୩୦୩କୁ ବୃଦ୍ଧି ପାଇଛି।

ଲକଡାଉନ ପୂର୍ବରୁ ଆରୋଗ୍ୟ ହାର ମାତ୍ର ୭% ରହିଥିଲା। ହେଲେ ଧୀରେଧୀରେ ଏହା ୩୯.୬%ରେ ପହଞ୍ଚି ଯାଇଥିବା କେନ୍ଦ୍ର ସରକାରରଙ୍କ ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟାରେ ଦେଶର ସର୍ବାଧିକ ୧,୦୭,୬୦ଟି ନମୁନା ପରୀକ୍ଷା କରାଯାଇଛି। ଏମାନଙ୍କ ମଧ୍ୟରୁ ୫୬୧୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।

Related story