ପ୍ରଦୂଷଣ ରୋକିବାକୁ ରେଡ ଲାଇନ ଅନ୍‌, ଇଞ୍ଜିନ ଅଫ ଫର୍ମୁଲା

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ବର୍ଦ୍ଧିତ ପ୍ରଦୂଷଣକୁ ରୋକିବା ପାଇଁ କେଜ୍ରିୱାଲ ସରକାର ନୂଆ କର୍ଯ୍ୟକ୍ରମ ହାତକୁ ନେଇଛି। ଏଣିକି ରେଡ୍ ଲାଇନ ଅନ୍, ଇଞ୍ଜିନ ଅଫ ଫର୍ମୁଲା ହାତକୁ ନେଇଛନ୍ତି ଦିଲ୍ଲୀ ସରକାର। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଆମେ ଏବେ ଗୋଟିଏ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହାର ନାଁ ‘ରେଡ୍ ଲାଇଟ ଅନ, ଇଞ୍ଜିନ ଅଫ।’ ଏହାର ଅର୍ଥ ଟ୍ରାଫିକରେ ରେଡ୍ ଲାଇଟ ଜଳିବା କ୍ଷଣି […]

d

Hemant Lenka
  • Published: Thursday, 15 October 2020
  • , Updated: 15 October 2020, 05:57 PM IST

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ବର୍ଦ୍ଧିତ ପ୍ରଦୂଷଣକୁ ରୋକିବା ପାଇଁ କେଜ୍ରିୱାଲ ସରକାର ନୂଆ କର୍ଯ୍ୟକ୍ରମ ହାତକୁ ନେଇଛି। ଏଣିକି ରେଡ୍ ଲାଇନ ଅନ୍, ଇଞ୍ଜିନ ଅଫ ଫର୍ମୁଲା ହାତକୁ ନେଇଛନ୍ତି ଦିଲ୍ଲୀ ସରକାର।

ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଆମେ ଏବେ ଗୋଟିଏ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହାର ନାଁ ‘ରେଡ୍ ଲାଇଟ ଅନ, ଇଞ୍ଜିନ ଅଫ।’ ଏହାର ଅର୍ଥ ଟ୍ରାଫିକରେ ରେଡ୍ ଲାଇଟ ଜଳିବା କ୍ଷଣି ସମସ୍ତେ ନିଜ ଗାଡ଼ିର ଚାବି ବନ୍ଦ କରିବେ।

କେହି ବି ଇଞ୍ଜିନ ଅନ୍ କରି ରଖିବେ ନାହିଁ। ଏହାଦ୍ୱାରା ଆମେ ପ୍ରଦୂଷଣକୁ ରୋକି ପାରିବା। ଯୁଦ୍ଧ, ପ୍ରଦୂଷଣ କେ ବିରୋଧ ଅଭିଯାନରେ ସମସ୍ତେ ସାମିଲ ହେବେ ବୋଲି ମୋର ଆଶା। ରେଡ୍ ଲାଇଟରେ ସମସ୍ତେ ଇଞ୍ଜିନ ଅଫ କରିବା। ପ୍ରତିଟି ଛୋଟିଆ ପଦକ୍ଷେପ ପ୍ରଦୂଷଣ ହ୍ରାସ କରିବାରେ ସହାୟକ ହେବ।

ଦିଲ୍ଲୀରେ ୧ କୋଟି ଗାଡ଼ି ପଞ୍ଜିକୃତ ହୋଇଛି। ଯଦି ପ୍ରତିଦିନ ୩୦ରୁ ୪୦ ଲକ୍ଷ ଗାଡ଼ି ରାସ୍ତା ଉପରକୁ ଆସିବ, ତା’ହେଲେ ଏଗୁଡ଼ିକ ଟ୍ରାଫିକ ସିଗ୍ନାଲରେ ଅଟକିବା ପରେ ପ୍ରବଳ ପ୍ରଦୂଷଣ ନିର୍ଗତ ହେଉଛି। ୧୫ରୁ ୨୦ ମିନିଟ୍ ଗୋଟିଏ ଗାଡ଼ି ସିଗ୍ନାଲରେ ଇଞ୍ଜିନ ଅନ୍ ହୋଇ ରହିବା ଦ୍ୱାରା ୨୦୦ ଏମଏଲ ତେଲ ଖର୍ଚ୍ଚ ହେଉଛି। ଏଥିସହ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଉଛି। ତେଣୁ ପ୍ରଦୂଷଣକୁ ରୋକିବା ପାଇଁ ଆମକୁ ଏହି ଅଭିଯାନ ଜାରି ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Related story