ନୂଆଦିଲ୍ଲୀ: ଟେଲିକମ୍ ଦୁନିଆରେ ପୁଣିଥରେ ଚହଳ ପକାଇଛି ରିଲାଏନ୍ସ ଜିଓ। ସୋମବାର ଗ୍ରାହକମାନଙ୍କ ପାଇଁ କମ୍ପାନୀ ଘୋଷଣା କରିଛି ‘୨୦୨୦ ହାପି ନ୍ୟୁ ଇଅର୍ ଅଫର୍’। ଆଜିଠାରୁ ଏହି ସୁବିଧା ଗ୍ରାହକଙ୍କ ପାଇଁ ମାର୍କେଟ୍ରେ ଉପଲବ୍ଧ ହେଉଛି। ଏହି ଅଫର୍ରେ ଜିଓ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଅନ୍ ଲିମିଟେଡ୍ ଭଏସ୍ କଲ୍ ସହିତ ଡାଟା ଓ ଏସ୍ଏମ୍ଏସ୍ ସୁବିଧା ଯୋଗାଇ ଦେଉଛି।
ଏହି ନୂଆ ସ୍କିମ୍ରେ ଜିଓ ଗ୍ରାହକଙ୍କୁ ଦେଉଛି, ୨୦୨୦ ଟଙ୍କାରେ ଅନ୍ଲିମିଟେଡ୍ ଭଏସ୍ କଲ୍ ସୁବିଧା। ଏହା ସହିତ ୧.୫ ଜିବି ୪ଜି ଡାଟା, ଏସ୍ଏମ୍ଏସ୍, ଜିଓ ଟିଭି, ଜିଓ ସିନେମା ଓ ଜିଓ ନ୍ୟୁଜ୍ ପରି ଆପ୍ର ଆକ୍ସେସ୍ ଗ୍ରାହକଙ୍କୁ ମିଳିପାରିବ। ଏହି ସ୍ମିମ୍ର ଅବଧି ରହିଛି ୩୬୫ ଦିନ।
ରିଲାଏନ୍ସ ଜିଓ ନିଜର ଗ୍ରାହକ ମାନଙ୍କୁ ସୂଚନା ଦେଇଛି ଯେ, ୨୦୨୦ଟଙ୍କାରେ ଏକ ନୂଆ ଜିଓ ଫୋନ୍ କିଣିଲେ ୧୨ ମାସର ମାଗଣା ସେବା ପାଇ ପାରିବେ। ଏହି ସ୍କିମ୍ରେ ଗ୍ରାହକ ଅସୀମିତ ଭଏସ୍ କଲିଂ ସହ ଦିନକୁ ୦.୫ଜିବି ଡାଟା , ଏସ୍ଏମ୍ଏସ୍, ଏବଂ ଜିଓ ଆପ୍ସକୁ ଆକ୍ସେସ କରିପାରିବେ। ଜିଓଫୋନ୍ ୟୁଜର ଏହି ସ୍କିମ୍ର ସୁବିଧା ୧୨ ମାସ ଯାଏ ପାଇପାରିବେ।
ଆହୁରି ମଧ୍ୟ କିଛି ପ୍ଲାନ୍ରେ ଜିଓ ପରିବର୍ତ୍ତନ କରିଛି। ନୂଆ ବର୍ଷରେ ୯୮ ଟଙ୍କା ପ୍ରିପେଡ୍ ପ୍ଲାନ୍ରେ ଜିଓ ୩୦୦ ଏସ୍ଏମ୍ଏସ୍ ଦେବାକୁ ନିଷ୍ପତ୍ତି ନେଇଛି।