ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତିନିମାସର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ୩ ମାସରେ ରିଲାଏନ୍ସ ଜିଓର ନିଟ୍ ଲାଭ ଗତବର୍ଷ ତୁଳନାରେ ୪୫.୬% ବୃଦ୍ଧି ପାଇ ୮୯୧ କୋଟି ଟଙ୍କାରେ ପହଞ୍ଚିଛି।
ଏହି ଅବଧିରେ ଜିଓ ନୂତନ ଗ୍ରାହକ ଯୋଡ଼ିବାରେ ନିଜର ଜୟଯାତ୍ରା ବଜାୟ ରଖି ମୋଟ ୩.୩୧ କୋଟି ମୋବାଇଲ ଗ୍ରାହକ ଯୋଡ଼ିଥିବା ବେଳେ ପ୍ରତି ଉପଭୋକ୍ତାଙ୍କ ମାସିକ ହାରାହାରି ଡାଟା ବ୍ୟବହାର ବୃଦ୍ଧିପାଇ ୧୧.୪ ଜିବି ରହିଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉପଭୋକ୍ତା ପିଛା ଭଏସ୍ କଲ ମାସକୁ ହାରାହାରି ୮୨୧ ମିନିଟ ରହିଥିବା ବେଳେ ଉପଭୋକ୍ତା ପିଛା ଆୟ ୧୨୨ ଟଙ୍କା ରହିଛି।
ଆଜି ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୩ ମାସର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ଅବଧିରେ କମ୍ପାନୀର ନିଟ୍ ଲାଭ ଗତବର୍ଷ ତୁଳନାରେ ୬.୮% ବୃଦ୍ଧି ପାଇ ରେକର୍ଡ ୧୦୧୦୪ କୋଟି ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଏହି ତିନିମାସରେ କମ୍ପାନୀର ମୋଟ ଆୟ ଗତ ବର୍ଷ ତୁଳନାରେ ୨୨.୧% ବୃଦ୍ଧି ପାଇ ୧,୭୨,୯୫୬ କୋଟି ଟଙ୍କାରେ ପହଞ୍ଚିଛି।
ରିଟେଲ ଓ ଡିଜିଟାଲ ସେବା ବ୍ୟବସାୟରେ ଏହି ସମୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟି ଏହା ରେକର୍ଡ ସ୍ତର ଛୁଇଁଥିବା ବେଳେ ରିଲାଏନ୍ସ ରିଟେଲର ପ୍ରଥମ ତ୍ରୟମାସ ଆୟରେ ଗତବର୍ଷ ତୁଳନାରେ ୪୮% ବୃଦ୍ଧି ଘଟି ଏହା ୩୮୨୮୬ କୋଟି ଟଙ୍କାରେ ପହଞ୍ଚିଛି।