ଆମାଜନ, ଫ୍ଲିପକାର୍ଟକୁ ମାତ୍ ଦେବା ପାଇଁ ବଜାରକୁ ଆସିଲା ଜିଓ ମାର୍ଟ

ମୁମ୍ୱାଇ: ଇ-କମର୍ସ ବଜାରରେ ଦେଶରେ ପତିଆରା ଜାହିର କରିଥିବା ଆମାଜନ, ଫ୍ଲିପକାର୍ଟ(ଓ୍ୱାଲମାର୍ଟ) ଭଳି ସଂସ୍ଥାକୁ ମାତ୍ ଦେବା ପାଇଁ ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ (ଆରଆଇଏଲ) ଆରମ୍ଭ କରିଛି ଜିଓମାର୍ଟ। ଆରଆଇଏଲର ରିଟେଲ କମ୍ପାନୀ ରିଲାଏନ୍ସ ରିଟେଲ ସୋମବାରଠୁ ନିଜର ଜିଓ ଟେଲିକମ ଗ୍ରାହକଙ୍କୁ ବିକିବା ଆରମ୍ଭ କରିଛି। ଏଥିପାଇଁ ଜିଓମାର୍ଟ ସାଇଟକୁ ଯାଇ ପଞ୍ଜିକରଣ କରିବାକୁ ପଡ଼ିବ। ଏହାପରେ ଅର୍ଡର ମୁତାବକ ଜିନିଷ ଅନଲାଇନରେ କିଣିହେବ। ନିଜକୁ ଦେଶର ନୂଆ ଦୋକାନ ବୋଲି କହୁଥିବା […]

reliance jio

Subhransu Sekhar
  • Published: Tuesday, 31 December 2019
  • , Updated: 31 December 2019, 03:56 PM IST

ମୁମ୍ୱାଇ: ଇ-କମର୍ସ ବଜାରରେ ଦେଶରେ ପତିଆରା ଜାହିର କରିଥିବା ଆମାଜନ, ଫ୍ଲିପକାର୍ଟ(ଓ୍ୱାଲମାର୍ଟ) ଭଳି ସଂସ୍ଥାକୁ ମାତ୍ ଦେବା ପାଇଁ ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ (ଆରଆଇଏଲ) ଆରମ୍ଭ କରିଛି ଜିଓମାର୍ଟ। ଆରଆଇଏଲର ରିଟେଲ କମ୍ପାନୀ ରିଲାଏନ୍ସ ରିଟେଲ ସୋମବାରଠୁ ନିଜର ଜିଓ ଟେଲିକମ ଗ୍ରାହକଙ୍କୁ ବିକିବା ଆରମ୍ଭ କରିଛି। ଏଥିପାଇଁ ଜିଓମାର୍ଟ ସାଇଟକୁ ଯାଇ ପଞ୍ଜିକରଣ କରିବାକୁ ପଡ଼ିବ। ଏହାପରେ ଅର୍ଡର ମୁତାବକ ଜିନିଷ ଅନଲାଇନରେ କିଣିହେବ।

ନିଜକୁ ଦେଶର ନୂଆ ଦୋକାନ ବୋଲି କହୁଥିବା ଏହି ରିଲାଏନ୍ସ ଜିଓମାର୍ଟ ଏବେ କେବଳ ମୁମ୍ୱାଇର ନବି ମୁମ୍ୱାଇ, ଥାନେ, କଲ୍ୟାଣ ଆଦି ଅଞ୍ଚଳରେ ସେବା ଯୋଗାଉଛି। ଚଳିତ ବର୍ଷ ଅଗଷ୍ଟ ୧୨ରେ ରିଲାଏନ୍ସ ଏଜିଏମ୍ ବୈଠକରେ ଜିଓମାର୍ଟର ଶୁଭାରମ୍ଭ ବାବଦରେ ମୁକେଶ ଘୋଷଣା କରିଥିଲେ।

ରିଲାଏନ୍ସ ରିଟେଲର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଏବେ ଜିଓ ମାର୍ଟ ଅଳ୍ପ ସ୍ଥାନରେ ଆରମ୍ଭ ହୋଇଛି। ଜିଓ ଗ୍ରାହକଙ୍କୁ ଜିଓମାର୍ଟରେ ପଞ୍ଜିକରଣ କରିବା ପାଇଁ ଆରମ୍ଭ କରି ଦେଇଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଅଫର ମଧ୍ୟ ଦିଆଯାଉଛି। କିନ୍ତୁ ଏହି ସେବା ଏବେ ମୁମ୍ୱାଇର ତିନୋଟି ସ୍ଥାନରେ ଉପଲବ୍ଧ ରହିଛି। ଆଗକୁ ଜିଓମାର୍ଟର ଆପ୍ସ ଉପଲବ୍ଧ ହେବ। ଏହାପରେ ସାରା ଦେଶରେ ଏହି ସେବାକୁ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି।

ଜିଓ ମାର୍ଟ ନିଜର ବ୍ୟବସାୟ ବାବଦରେ ଗୁପ୍ତ ରଖିଛି। ହେଲେ ମିଳିଥିବା ସୂଚନା ଅନୁଯାୟୀ ଜିଓମାର୍ଟରେ ୫୦ ହଜାରରୁ ଅଧିକ ଗ୍ରୋସରୀ ଉତ୍ପାଦ, ମାଗଣା ହୋମ୍ ଡେଲିଭରୀ ଓ ଏକ୍ସପ୍ରେସ ଡେଲିଭରୀ ଭଳି ସୁବିଧା ଉପଲବ୍ଧ ରହିବ ବୋଲି ଜଣାପଡ଼ିଛି। ଉଭୟ ଅଫ୍ ଲାଇନ୍ (ଷ୍ଟୋର) ଏବଂ ଅନ୍ ଲାଇନ୍ ଏହି ସେବା ଯୋଗାଇବାକୁ ରିଲାଏନ୍ସ ଯୋଜନା କରିଥିବା ଜଣାପଡ଼ିଛି। ରିଲାଏନ୍ସ ଏହି ବ୍ୟବସାୟୀ ଖାଲି ଓ୍ୱାଲମାର୍ଟ ଓ ଆମାଜନକୁ ମାତ୍ ଦେବା ପାଇଁ ଆଣି ନାହିଁ। ବରଂ ବିଶ୍ୱର ସବୁଠୁ ବଡ଼ ରିଟେଲ ବ୍ୟବସାୟ କରୁଥିବା ଆଲିବାବାକୁ ଟକ୍କର ଦେବା ଲକ୍ଷ୍ୟରେ ଏହି ବ୍ୟବସାୟ ଆରମ୍ଭ କରୁଛି ବୋଲି ଜଣାପଡ଼ିଛି।

Related story