ପିଓକେରେ ଷ୍ଟ୍ରାଇକ ଖବରକୁ ଖଣ୍ଡନ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତୀୟ ସେନା କରିଥିବା ପିନପଏଣ୍ଟ ଷ୍ଟ୍ରାଇକ ଖବରରେ କୌଣସି ସତ୍ୟତା ନାହିଁ। ଭାରତ-ପାକିସ୍ତାନ ସୀମାରେ କୌଣସି ପ୍ରକାରର ଗୁଳିମାଡ଼ ହୋଇନାହିଁ ବୋଲି ଆଜି ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କେତେକ ଜାତୀୟ ଗଣମାଧ୍ୟମରେ ଆଜି ସନ୍ଧ୍ୟାରେ ହଠାତ୍‌ ଭାରତୀୟ ସେନା ପିଓକେରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ୍‌ରେ ଷ୍ଟ୍ରାଇକ କରିଥିବା ନେଇ ଖବର ପ୍ରକାଶ କରିଥିଲେ। ଏପରି କି ଏ ସମ୍ପର୍କରେ ତୁହାକୁ ତୁହା ବ୍ରେକିଂ ନ୍ୟୁଜ ମଧ୍ୟ ସବୁ […]

df

Hemant Lenka
  • Published: Thursday, 19 November 2020
  • , Updated: 19 November 2020, 08:04 PM IST

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତୀୟ ସେନା କରିଥିବା ପିନପଏଣ୍ଟ ଷ୍ଟ୍ରାଇକ ଖବରରେ କୌଣସି ସତ୍ୟତା ନାହିଁ। ଭାରତ-ପାକିସ୍ତାନ ସୀମାରେ କୌଣସି ପ୍ରକାରର ଗୁଳିମାଡ଼ ହୋଇନାହିଁ ବୋଲି ଆଜି ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

କେତେକ ଜାତୀୟ ଗଣମାଧ୍ୟମରେ ଆଜି ସନ୍ଧ୍ୟାରେ ହଠାତ୍‌ ଭାରତୀୟ ସେନା ପିଓକେରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ୍‌ରେ ଷ୍ଟ୍ରାଇକ କରିଥିବା ନେଇ ଖବର ପ୍ରକାଶ କରିଥିଲେ। ଏପରି କି ଏ ସମ୍ପର୍କରେ ତୁହାକୁ ତୁହା ବ୍ରେକିଂ ନ୍ୟୁଜ ମଧ୍ୟ ସବୁ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ସେହି ଆଧାରରେ ‘ଓଡ଼ିଶା ରିପୋର୍ଟର’ ମଧ୍ୟ ଖବର ପ୍ରକାଶ କରିଥିଲା।

ତେବେ ଭାରତୀୟ ସେନାର ମିଲାଟାରୀ ଅପରେସନର ଡିଜି ଲ୍ୟୁଟନାଣ୍ଟ ଜେନେରାଲ ପରମଜିତ ସିଂହ କହିଛନ୍ତି, ଏଲଓସି ଡେଇଁ ଭାରତୀୟ ସେନା ପିଓକେରେ ଷ୍ଟ୍ରାଇକ କରିଥିବା ଖବରରେ କୌଣସି ସତ୍ୟତା ନାହିଁ। ଏଲଓସିରେ କୌଣସି ପ୍ରକାରର ଗୁଳିମାଡ଼ ହୋଇନାହିଁ ବୋଲି ସେ କହିଛନ୍ତି।

Related story