କୋଲକାତା ଓଭରବ୍ରିଜ୍‌ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ, ଆଉ ମୃତଦେହ ମିଳିଲାନି

କୋଲକାତା: କୋଲକାତା ସହରର ମାଜେରହାଟ୍‌ ଓଭରବ୍ରିଜ୍ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାମ ଶେଷ ହୋଇଛି। ବ୍ରିଜ୍‌ର ଭଗ୍ନାବଶେଷକୁ ହଟାଯିବା ସହ ଏହା ତଳେ ଚାପି ହୋଇ ରହିଥିବା ଗାଡ଼ିଗୁଡିକୁ ବାହାର କରାଯାଇଛି। ହେଲେ କୌଣସି ମୃତଦେହ ମିଳିନାହିଁ। ତେଣୁ ଆଉକିଛି ବ୍ୟକ୍ତି ଚାପିହୋଇ ମୃତ୍ୟୁବରଣ କରିଥିବା ଯାହା ଆଶଙ୍କା କରାଯାଉଥିଲା ତାହା ଦୂର ହୋଇଛି। ତେବେ ଏହି ଅଘଟଣ ପରେ ଦୁଇଜଣ ବ୍ୟକ୍ତି ନିଖୋଜ ଥିବା ଅଭିଯୋଗ ହୋଇଛି। ମୁର୍ଶିଦାବାଦର ପାର୍ଥ ଦେ’ଙ୍କ ଭାଇ ଏହି ଅଘଟଣ […]

k

Rakesh Mallick
  • Published: Wednesday, 05 September 2018
  • , Updated: 05 September 2018, 05:08 PM IST

କୋଲକାତା: କୋଲକାତା ସହରର ମାଜେରହାଟ୍‌ ଓଭରବ୍ରିଜ୍ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାମ ଶେଷ ହୋଇଛି। ବ୍ରିଜ୍‌ର ଭଗ୍ନାବଶେଷକୁ ହଟାଯିବା ସହ ଏହା ତଳେ ଚାପି ହୋଇ ରହିଥିବା ଗାଡ଼ିଗୁଡିକୁ ବାହାର କରାଯାଇଛି। ହେଲେ କୌଣସି ମୃତଦେହ ମିଳିନାହିଁ।

ତେଣୁ ଆଉକିଛି ବ୍ୟକ୍ତି ଚାପିହୋଇ ମୃତ୍ୟୁବରଣ କରିଥିବା ଯାହା ଆଶଙ୍କା କରାଯାଉଥିଲା ତାହା ଦୂର ହୋଇଛି।

ତେବେ ଏହି ଅଘଟଣ ପରେ ଦୁଇଜଣ ବ୍ୟକ୍ତି ନିଖୋଜ ଥିବା ଅଭିଯୋଗ ହୋଇଛି। ମୁର୍ଶିଦାବାଦର ପାର୍ଥ ଦେ’ଙ୍କ ଭାଇ ଏହି ଅଘଟଣ ପରଠାରୁ ନିଖୋଜ ଅଛନ୍ତି। ପାର୍ଥ ଏବେ ଭାଇଙ୍କ ଫଟୋ ଧରି ବିଭିନ୍ନ ସ୍ଥାନରେ ପଚରାପଚରି ଚଳାଇଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଅଘଟଣର ଯାଞ୍ଚ ଆରମ୍ଭ କରିଛି। କାହିଁକି ଓ କେଉଁ ପରିସ୍ଥିତିରେ ଓଭରବ୍ରିଜ୍‌ଟି ଭୁଶୁଡ଼ି ପଡ଼ିଲା ତା’ର ଖୋଳତାଡ଼ ଆରମ୍ଭ କରିଛି ଏହି କମିଟି।

ଏହି ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ଗତକାଲି ଅପରାହ୍ନରେ ଓଭରବ୍ରିଜ୍‌ର ଏକ ସ୍ପାନ୍‌ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହା ଉପରେ ଥିବା ଯାନବାହନ ୭ ମିଟର ତଳକୁ ଖସି ପଡ଼ିଥିଲା। ଏଥିରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହେବା ସହ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ୫ ବର୍ଷ ଭିତରେ କୋଲକତାରେ ଏପରି ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣା ତୃତୀୟଥର ଘଟିଛି।

Related story