ଶିଲଂର ପଞ୍ଜାବ ଲେନ୍‌ରେ ରହୁଥିବା ଲୋକ ନାଗରିକତ୍ୱ ପରୀକ୍ଷା ଦେବେ

ଶିଲଂ: ଏଠାକାର ପଞ୍ଜାବ ଲେନ୍‌ରେ ଲେନ୍‌ରେ ଦୀର୍ଘ ଦିନ ହେଲା ରହି ଆସୁଥିବା ଲୋକମାନେ ପ୍ରକୃତରେ ଅଧିକୃତ ନା ବେଆଇନ୍‌ ଭାବେ ରହୁଛନ୍ତି, ତା’ର ପରୀକ୍ଷା ଦେବେ। ଦୀର୍ଘ ବର୍ଷ ଧରି ଏଠାରେ ରହୁଥିବା ଲୋକମାନଙ୍କୁ ସ୍ଥାନୀୟ ପ୍ରଶାସନ ଏଥିପାଇଁ ନୋଟିସ୍‌ କରିଛି। ଏଥିସହ ସଂପୃକ୍ତ ଅଞ୍ଚଳରେ ନିଷେଧାଦେଶ ମଧ୍ୟ ଲାଗୁ କରାଯାଇଛି। ପ୍ରାୟ ୨୦୦ ବର୍ଷ ତଳେ ବ୍ରିଟିଶ ଶାସନ ସମୟରେ ପଞ୍ଜାବରୁ ଲୋକମାନଙ୍କୁ ଏଠାକୁ ଅଣା ଯାଉଥିଲା। ଏଠାରେ ପଞ୍ଜାବରୁ ଆସୁଥିବା ଲୋକମାନେ କ୍ଲିନର […]

poi

Hemant Lenka
  • Published: Saturday, 01 June 2019
  • , Updated: 01 June 2019, 03:20 PM IST

ଶିଲଂ: ଏଠାକାର ପଞ୍ଜାବ ଲେନ୍‌ରେ ଲେନ୍‌ରେ ଦୀର୍ଘ ଦିନ ହେଲା ରହି ଆସୁଥିବା ଲୋକମାନେ ପ୍ରକୃତରେ ଅଧିକୃତ ନା ବେଆଇନ୍‌ ଭାବେ ରହୁଛନ୍ତି, ତା’ର ପରୀକ୍ଷା ଦେବେ। ଦୀର୍ଘ ବର୍ଷ ଧରି ଏଠାରେ ରହୁଥିବା ଲୋକମାନଙ୍କୁ ସ୍ଥାନୀୟ ପ୍ରଶାସନ ଏଥିପାଇଁ ନୋଟିସ୍‌ କରିଛି। ଏଥିସହ ସଂପୃକ୍ତ ଅଞ୍ଚଳରେ ନିଷେଧାଦେଶ ମଧ୍ୟ ଲାଗୁ କରାଯାଇଛି।

ପ୍ରାୟ ୨୦୦ ବର୍ଷ ତଳେ ବ୍ରିଟିଶ ଶାସନ ସମୟରେ ପଞ୍ଜାବରୁ ଲୋକମାନଙ୍କୁ ଏଠାକୁ ଅଣା ଯାଉଥିଲା। ଏଠାରେ ପଞ୍ଜାବରୁ ଆସୁଥିବା ଲୋକମାନେ କ୍ଲିନର ଓ ସୁଇପର ଭାବେ କାର୍ଯ୍ୟ କରୁଥିଲେ। କାଳକ୍ରମେ ସେମାନେ ରହୁଥିବା ସ୍ଥାନକୁ ପଞ୍ଜାବ ଲେନ୍‌ ନାମରେ ନାମିତ କରାଯାଇଥିଲା।

ତେବେ ଗତ ମାସରେ ଏଠାରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଫଳରେ ପ୍ରଶାସନ ପକ୍ଷରୁ ଦୀର୍ଘ ଗୋଟିଏ ମାସ ହେଲାଣି ଏଠାରେ କର୍ଫ୍ୟୁ ଲାଗୁ କରାଯାଇଛି।

ଏହାପରେ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ଏବେ ଶିଲଂ ମ୍ୟୁନିସିପାଲିଟି ବୋର୍ଡ ଏଠାରେ ରହୁଥିବା ଲୋକମାନଙ୍କୁ ନୋଟିସ୍‌ କରି ସେମାନଙ୍କ ନାଗରିକତ୍ୱ କଥା ପଚାରିଛି। ନୋଟିସ୍‌ରେ ଲୋକମାନଙ୍କୁ ଉପଯୁକ୍ତ ଦସ୍ତାବିଜ୍‌ ଦେଖାଇ ସେମାନେ ଏଠାରେ ଆଇନଗତ ନା ବେଆଇନ୍‌ ଭାବେ ରହୁଛନ୍ତି, ତା’ର ପ୍ରମାଣ ଦେବେ।

Related story