ଜଳ ସଙ୍କଟରୁ ବଞ୍ଚିବା ପାଇଁ ଆପଣାଇଲେ ଏମିତି ଉପାୟ

ପୁଣେ: ପାଣି ପିଇବ ଛାଣି, ପଇସା ନେବ ଗଣି। ଜଳ ସଙ୍କଟ ଏବେ ଉତ୍କଟ ସ୍ଥିତିରେ ପହଞ୍ଚିବାପରେ ଏ ଉକ୍ତି ଏବେ ଅନ୍ୟ ଏକ ସ୍ତରରେ ପହଞ୍ଚି ସାରିଛି ତାହା ହେଉଛି ପାଣି ପିଇବ ଗଣି। ଆଜ୍ଞା ହଁ ଜଳର ଅପଚୟ କମାଇବା ପାଇଁ ପୁଣେର ରେଷ୍ଟୁରାଣ୍ଟଗୁଡ଼ିକ ଆପଣାଇଛନ୍ତି ଅଭିନବ ଉପାୟ। ସାଧାରଣତଃ ଆମେ ଦେଖିଥାଉ କହିବା ଆଗରୁ ରେଷ୍ଟୁରାଣ୍ଟରେ ଫୁଲ୍‌ ଗ୍ଲାସ୍‌ର ପାଣି ପହଞ୍ଚିଯାଏ। କିନ୍ତୁ ଏହି ରେଷ୍ଟୁରାଣ୍ଟରେ ଅଧା ଗ୍ଲାସ୍‌ ଦିଆଯାଇଥାଏ ଏବଂ କେବଳ […]

water

Subrat Kumar Nayak
  • Published: Sunday, 09 December 2018
  • , Updated: 09 December 2018, 08:20 PM IST

ପୁଣେ: ପାଣି ପିଇବ ଛାଣି, ପଇସା ନେବ ଗଣି। ଜଳ ସଙ୍କଟ ଏବେ ଉତ୍କଟ ସ୍ଥିତିରେ ପହଞ୍ଚିବାପରେ ଏ ଉକ୍ତି ଏବେ ଅନ୍ୟ ଏକ ସ୍ତରରେ ପହଞ୍ଚି ସାରିଛି ତାହା ହେଉଛି ପାଣି ପିଇବ ଗଣି। ଆଜ୍ଞା ହଁ ଜଳର ଅପଚୟ କମାଇବା ପାଇଁ ପୁଣେର ରେଷ୍ଟୁରାଣ୍ଟଗୁଡ଼ିକ ଆପଣାଇଛନ୍ତି ଅଭିନବ ଉପାୟ।

ସାଧାରଣତଃ ଆମେ ଦେଖିଥାଉ କହିବା ଆଗରୁ ରେଷ୍ଟୁରାଣ୍ଟରେ ଫୁଲ୍‌ ଗ୍ଲାସ୍‌ର ପାଣି ପହଞ୍ଚିଯାଏ। କିନ୍ତୁ ଏହି ରେଷ୍ଟୁରାଣ୍ଟରେ ଅଧା ଗ୍ଲାସ୍‌ ଦିଆଯାଇଥାଏ ଏବଂ କେବଳ ଆଗୁଆ କହିଥିଲେ ଯାଇ ଫୁଲ୍‌ ଗ୍ଲାସ୍‌ ପାଣି ଦିଆଯାଇଥାଏ।

ଏପରିକି ୱାଶ୍‌ରୁମ୍‌ରେ ମଧ୍ୟ ପାଣି ଖର୍ଚ୍ଚ କମାଇବା ପାଇଁ ସେନ୍ସର ଲଗାଯାଇଛି। ପ୍ରାୟ ୪୦୦ଟି ରେଷ୍ଟୁରାଣ୍ଟରେ ଏପରି ଉପାୟ ଅବଲମ୍ବନ କରାଯାଇଛି। ଗତ ଅକ୍ଟୋବର ମାସରେ ପାଣି ବ୍ୟବହାରକୁ ନେଇ ପୌର କର୍ତ୍ତୃପକ୍ଷ କଟକଣା ଲଗାଇବାପରେ ଏଭଳି ଉପାୟ ଅବଲମ୍ବନ କରାଯାଇଛି।

ଏହି ପଦକ୍ଷେପ ବ୍ୟତୀତ ପୁଣେ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍‌ ପକ୍ଷରୁ ଆଗକୁ ଆହୁରି ମଧ୍ୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସଭାପତି ଗଣେଶ ସେଟ୍ଟୀ। କଳିଙ୍ଗ ରେଷ୍ଟୁରାଣ୍ଟ ଚଳାଉଥିବା ଗଣେଶ କହିଛନ୍ତି, “ଆମେ ଅଧା ଗ୍ଲାସ୍‌ ପାଣି ହିଁ ଦେଉ। ନମାଗିଲା ଯାଏ ପୁଣି ଭର୍ତ୍ତି କରୁନାହୁଁ। ବଳକା ପାଣି ଫୋପାଡ଼ିଦେବା ବଦଳରେ ଏହାର ପ୍ରକ୍ରିୟାକରଣ କରି ତା'କୁ ଚଟାଣ ସଫା କରିବା କାମରେ ଲଗାଯାଉଛି।”

Related story