ଜମ୍ମୁ ପରେ କଶ୍ମୀରରେ ବି କଟକଣା କୋହଳ, ଅଗଷ୍ଟ ୧୫ ପାଇଁ ରିହର୍ସଲ ଆରମ୍ଭ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ କଶ୍ମୀରରେ ୧୪୪ ଧାରାକୁ କୋହଳ କରାଯାଇଛି। ଆଜି ସକାଳୁ କଶ୍ମୀରର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଓ କଟକଣାକୁ କୋହଳ କରାଯାଇଥିବା ପ୍ରିନ୍ସିପାଲ ସେକ୍ରେଟାରୀ ରୋହିତ କାନସାଲ କହିଛନ୍ତି। ଶ୍ରୀ କାନସାଲ କହିଛନ୍ତି, “ଏବେ ଉଭୟ ଜମ୍ମୁ ଓ କଶ୍ମୀରରେ ଧୀରେ ଧୀରେ ସ୍ଥିତି ସୁଧୁରିବା ଆରମ୍ଭ କରିଛି। ଜମ୍ମୁର ପ୍ରାୟ ସବୁ ଅଞ୍ଚଳରେ କଟକଣା କୋହଳ କରାଯାଇଛି। ସେହିପରି କଶ୍ମୀରର କିଛି ଅଞ୍ଚଳରୁ ୧୪୪ ଧାରା […]

ty

Hemant Lenka
  • Published: Tuesday, 13 August 2019
  • , Updated: 13 August 2019, 04:27 PM IST

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ କଶ୍ମୀରରେ ୧୪୪ ଧାରାକୁ କୋହଳ କରାଯାଇଛି। ଆଜି ସକାଳୁ କଶ୍ମୀରର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଓ କଟକଣାକୁ କୋହଳ କରାଯାଇଥିବା ପ୍ରିନ୍ସିପାଲ ସେକ୍ରେଟାରୀ ରୋହିତ କାନସାଲ କହିଛନ୍ତି।

ଶ୍ରୀ କାନସାଲ କହିଛନ୍ତି, “ଏବେ ଉଭୟ ଜମ୍ମୁ ଓ କଶ୍ମୀରରେ ଧୀରେ ଧୀରେ ସ୍ଥିତି ସୁଧୁରିବା ଆରମ୍ଭ କରିଛି। ଜମ୍ମୁର ପ୍ରାୟ ସବୁ ଅଞ୍ଚଳରେ କଟକଣା କୋହଳ କରାଯାଇଛି। ସେହିପରି କଶ୍ମୀରର କିଛି ଅଞ୍ଚଳରୁ ୧୪୪ ଧାରା ପ୍ରତ୍ୟାହାର କରାଯାଇଛି।

ଏବେ ଲୋକମାନେ ବାହାକୁ ବାହାରିବା ସହ ନିଜ ନିଜର କାମ ଆରମ୍ଭ କରିଛନ୍ତି। ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଅଗଷ୍ଟ ୧୫ ପାଇଁ ମଧ୍ୟ ଆମେ ପ୍ରସ୍ତୁତି ଆରମ୍ଭ କରିଛୁ।

ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପରେଡ୍‌ ପାଇଁ ରିହର୍ସଲ ଆରମ୍ଭ ହୋଇଛି। ଶ୍ରୀନଗରରେ ପରେଡ୍‌ରେ ଭାଗ ନେବାକୁ ଥିବା ଅଧିକାଂଶ ଟ୍ରୁପ୍‌ ଆଜି ସକାଳୁ ଅଭ୍ୟାସ କରିଛନ୍ତି। ତଥାପି ସ୍ଥିତି ଉପରେ ଆମର ନଜର ରହିଛି। ଅଗଷ୍ଟ ୧୫ ପରେ ଜମ୍ମୁ-କଶ୍ମୀରରୁ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ କୋହଳ କରାଯିବ। ଚିଳିତ ବର୍ଷ ସ୍ୱାଧୀନତା ଦିବସ ଗ୍ରାଣ୍ଡ ୱେରେ ପାଳନ କରାଯିବ।"

Related story