କଂଗ୍ରେସ କହିଲା ଫେରାଇ ଦିଅ ପୁରୁଣା ଭାରତ
ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଜ୍ଞାପନ ମୋସନ ଉପରେ ଆଲୋଚନା ହୋଇଛି। ବିଜେପିରୁ ସାଂସଦ ଜେ.ପି ନଡ୍ଡା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିବା ବେଳେ କଂଗ୍ରେସରୁ ଗୁଲାମ ନବୀ ଆଜାଦ ଏଥିରେ ଅଂଶ ଗ୍ରହଣ କରିଛନ୍ତି। GN Azad, in RS: I request you to keep the New India to yourself & give us our Old India where there was love, culture. […]
ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଜ୍ଞାପନ ମୋସନ ଉପରେ ଆଲୋଚନା ହୋଇଛି। ବିଜେପିରୁ ସାଂସଦ ଜେ.ପି ନଡ୍ଡା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିବା ବେଳେ କଂଗ୍ରେସରୁ ଗୁଲାମ ନବୀ ଆଜାଦ ଏଥିରେ ଅଂଶ ଗ୍ରହଣ କରିଛନ୍ତି।
ନୂଆ ଭାରତ ପାଇଁ ଯେଉଁମାନେ ଚିନ୍ତା କରୁଛନ୍ତି ତାହା ସେମାନେ ତାଙ୍କ ପାଖରେ ରଖନ୍ତୁ। ଆମକୁ ଆମ ପୁରୁଣା ଭାରତ ଫେରାଇ ଦିଅନ୍ତୁ ବୋଲି ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଗୁଲାମ ନବୀ ଆଜାଦ୍ କହିଛନ୍ତି। ପୁରୁଣା ଭାରତରେ ମୁସଲିମ୍ ଏବଂ ଦଳିତମାନେ ହିନ୍ଦୁଙ୍କ ସୁଖ ଦୁଃଖରେ ସାଥ୍ ଦେଉଥିଲେ। ପୁରୁଣା ଭାରତରେ ପ୍ରେମ୍, ସହନଶୀଳତା ଥିଲା ବୋଲି ଗୁଲାମ ନବୀ ଆଜାଦ କହିଥିବା ବେଳେ ନୂଆ ଭାରତରେ ଏସବୁ ନାହିଁ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ପୁରୁଣା ଭାରତରେ ଜଙ୍ଗଲରେ ଯିବା ବେଳେ ହିଂସ୍ର ପଶୁଙ୍କ ଯୋଗୁ ଭୟ ଲାଗୁଥିଲା, ଏବେ କିନ୍ତୁ ନୂଆ ଭାରତରେ ରାସ୍ତାଘାଟରେ ମଣିଷ ମାନଙ୍କୁ ଦେଖିଲେ ଭୟ ଲାଗୁଛି ବୋଲି ଗୁଲାମ ନବୀ ଆଜାଦ୍ କହିଛନ୍ତି।