ବିଚାର ବିଭାଗୀୟ ହାଜତକୁ ଗଲେ ରିଆ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯିବା ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଡ୍ରଗ୍ସ ପ୍ରକ୍ୟୁରମେଣ୍ଟ ମାମଲାରେ ତାଙ୍କୁ ଆଜି ଗିରଫ କରାଯାଇଥିଲା।

ତାଙ୍କୁ ଲଗାତାର ତିନି ଦିନ ଧରି ଜେରା କରାଯିବା ପରେ ରିଆଙ୍କ ପ୍ରେମିକ ତଥା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଲିଙ୍କ ଥିବା ଡ୍ରଗ୍ସ କାରବାର ମାମଲାରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏହି ମାମଲାର ଶୁଣାଣି କରାଯାଇଥିଲା।

ଏହା ପୂର୍ବରୁ ସନ୍ଧ୍ୟାରେ ଏନସିବି ପକ୍ଷରୁ କୁହାଯାଇଥିଲା, ଏନସିବି ନିଜ ହେପାଜତକୁ ନନେଇ ବିଚାର ବିଭାଗୀୟ ରିମାଣ୍ଡ ପାଇଁ ଦାବି କରିବ। ସୂଚନାଯୋଗ୍ୟ ଯେ, ରିଆଙ୍କ ନାମରେ ଡ୍ରଗ୍ସ ଏବଂ ସାଇକୋଟ୍ରପିକ୍ ସବଷ୍ଟାନ୍ସେସ୍ 27ଏ, 21,2 29 ଏବଂ 28 ଆଦି ଦଫା ଲାଗିଛି।

ଅଜି ରିଆଙ୍କୁ ଗିରଫ କରାଯିବା ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଆଣ୍ଟିଜେନ୍ ପରୀକ୍ଷାରେ ତାଙ୍କର ନେଗେଟିଭ୍ ଆସିଛି। ସେ ଡାକ୍ତରଖାନା ଯିବା ବେଳକୁ ତାଙ୍କ ସହ ଜଣେ ମହିଳା ପୁଲିସ୍ କର୍ମଚାରୀ ମଧ୍ୟ ଥିଲେ।

ଆହୁରି ପଢ଼ନ୍ତୁ

ଏଫଟିଆଇଆଇର ସଭାପତି ନେଲେ ଫିଲ୍ମ ନିର୍ମାତା ଶେଖର କପୁର

ରିୟାଙ୍କୁ ଆଜି ବି ମିଳିଲାନି ଜାମିନ

ଚାଇନାର ନୂଆ ଚାଲକୁ ଜୋରଦାର ବିରୋଧ କଲା ଭାରତ, କହିଲା ୧୯୫୯ କଥା ମାନିବୁନି

ଦୁର୍ଗାଙ୍କ ବେଶରେ ଫଟୋ ଉଠାଇବାରୁ ନୁସରତଙ୍କୁ ଧମକ

ଗିଲଗିଟ-ବାଲଟିସ୍ତାନରେ ନିର୍ବାଚନ କରିବ ପାକିସ୍ତାନ, ଭାରତର ବିରୋଧ

ଗଣଦୁଷ୍କର୍ମ ପରେ ମହିଳାଙ୍କ ଜିଭ କାଟିବା ମାମଲା: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ପୀଡ଼ିତା

ସୁଶାନ୍ତଙ୍କ ଏଭଳି ଭିଡିଓ ଶେୟାର କଲେ ଫ୍ୟାନ୍, ଅଙ୍କିତା କହିଲେ ଡିଲିଟ୍ କର

ଆଉ ଜଣେ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

କରୋନା ଡରରେ କନ୍ୟାଙ୍କୁ ଏମିତି ଲଗାଗଲା ହଳଦୀ

ନୂଆ କୃଷି ଆଇନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, କଳାଧନ ସମ୍ପର୍କରେ ଦେଲେ ବୟାନ

ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୫୧ ଲକ୍ଷ ଡେଇଁଲା, ଦିନକରେ ୭୦ ହଜାର ଆକ୍ରାନ୍ତ

ହିରୋଇନଙ୍କ ପରେ ଏବେ ହିରୋଙ୍କ ପାଳି!