ସୁଶାନ୍ତଙ୍କ ଶେଷ ସନ୍ତକ ଜାରି କରି ଇମୋସନାଲ ହେଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତଙ୍କ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ ଆଇନଗତ ଲଢ଼େଇ ଚାଲିଥିବା ବେଳେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ହରଡ଼ଘଣାରେ ପଡ଼ିଛନ୍ତି। ଗତକାଲି ରିୟାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦୀର୍ଘ ୮ ଘଣ୍ଟା ମଧ୍ୟ ଜେରା କରିଥିଲେ। ହେଲେ ଆଜି ରିୟା ତାଙ୍କ ଦିବଗଂତ ପ୍ରେମିକ ସୁଶାନ୍ତଙ୍କ ପାଇଁ ଇମୋସନାଲ ମେସେଜ କରିଛନ୍ତି। ଏଥିସହ ତାଙ୍କ ପାଖରେ ସୁଶାନ୍ତଙ୍କ ଶେଷ ସନ୍ତକ ଭାବେ ରହିଥିବା ଜିନିଷର ଫଟୋ ପୋଷ୍ଟ କରିଛନ୍ତି। ଫଟୋଟି ଗୋଟିଏ ସ୍ପୋର୍ଟସ […]

ya

Hemant Lenka
  • Published: Saturday, 08 August 2020
  • , Updated: 08 August 2020, 03:25 PM IST

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତଙ୍କ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ ଆଇନଗତ ଲଢ଼େଇ ଚାଲିଥିବା ବେଳେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ହରଡ଼ଘଣାରେ ପଡ଼ିଛନ୍ତି। ଗତକାଲି ରିୟାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦୀର୍ଘ ୮ ଘଣ୍ଟା ମଧ୍ୟ ଜେରା କରିଥିଲେ। ହେଲେ ଆଜି ରିୟା ତାଙ୍କ ଦିବଗଂତ ପ୍ରେମିକ ସୁଶାନ୍ତଙ୍କ ପାଇଁ ଇମୋସନାଲ ମେସେଜ କରିଛନ୍ତି। ଏଥିସହ ତାଙ୍କ ପାଖରେ ସୁଶାନ୍ତଙ୍କ ଶେଷ ସନ୍ତକ ଭାବେ ରହିଥିବା ଜିନିଷର ଫଟୋ ପୋଷ୍ଟ କରିଛନ୍ତି।

ଫଟୋଟି ଗୋଟିଏ ସ୍ପୋର୍ଟସ ୱାଟର ବୋଲତର। ଏଥିରେ ଛିଛୋରେ ଲେଖାଯାଇଛି। ଏଥିସହ ସୁଶାନ୍ତଙ୍କ ହାତ ଲେଖାର ଗୋଟିଏ ପୃଷ୍ଟା ମଧ୍ୟ ରହିଛି। ରିୟା କହିଛନ୍ତି, ସୁଶାନ୍ତଙ୍କର ଏହି ଶେଷ ସନ୍ତକ ଛଡ଼ା ମୋ ପାଖରେ ଆଉ କିଛି ନାହିଁ।

ସୁଶାନ୍ତଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ରିୟା ହିଁ ସୁଶାନ୍ତଙ୍କୁ ଫସାଇ ନିଜ ଅନୁସାରେ ତାଙ୍କର ବ୍ୟବହାର କରୁଥିଲେ। ହେଲେ ରିୟା ଆଜି ଇମୋସନାଲ ମେସେଜ କରି ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛନ୍ତି। ରିୟା ଛିଛୋରେ ଲେଖା ହୋଇଥିବା ବୋତଲ ସହ ସୁଶାନ୍ତଙ୍କ ହାତ ଲେଖା ପୃଷ୍ଠା ଜାରି କରି କହିଛନ୍ତି ଯେ ସୁଶାନ୍ତଙ୍କର କୌଣସି ଜନିଷ ଯଦି ମୋ ପାଖରେ ରହିଛି ତା’ହେଲେ ସେଗୁଡ଼ିକ ହେଉଛି ଏଇ ଦୁଇଟି ଜିନିଷ। ସୁଶାନ୍ତ ଲେଖିଥିବା ହାତ ଲେଖାରେ ସେ ରିୟା ଓ ତାଙ୍କ ପରିବାରକୁ ପାଇ କେତେ ଖୁସି ରହିଛନ୍ତି ସେକଥା ଉଲ୍ଲେଖ କରିଛନ୍ତି।

 

View this post on Instagram

 

Here’s what #RheaChakraborty shared! What do you think? 🤔 . . . . #ssr #cbiforsushantsinghrajput #sushantsinghrajputfans #ankitalokhande #sushantankita #sushantsinghrajputdeath #cbienquiryforsushantsinghrajput #cbienquiryforsushant #love #dilbechara #rheachakraborty #biharpolice #mumbaipolice #bihar #investigation #supremecourt #dishasalian #adityathackeray #mumbai #india #narendramodi #ayodhya #rammandir #kanganaranaut #enforcementdirectorate #warriors4ssr

A post shared by Filmykiida (@filmykiida) on

ଅନ୍ୟପକ୍ଷରେ ସୁଶାନ୍ତଙ୍କ ଜଣେ କର୍ମଚାରୀ ରିୟାଙ୍କ ବିରୋଧରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ରିୟା ଯେ କୌଣସି ଜିନିଷ ଅନଲାଇନରେ ଶପିଂ କରୁଥିଲେ, ତା’ର ଟଙ୍କା ସୁଶାନ୍ତଙ୍କୁ ଦେବାକୁ ପଡ଼ୁଥିଲା। ବେଳେବେଳେ ସୁଶାନ୍ତଙ୍କ ଆକାଉଣ୍ଟରୁ ରିୟାଙ୍କ ଭାଇ ସୌଭିକଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ପଠା ଯାଉଥିଲା। ଏଥିପାଇଁ ସୁଶାନ୍ତ ନିଜର ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିବାକୁ ମଧ୍ୟ ଚାହୁଁଥିଲେ।

Related story